ହାର୍ଦ୍ଦିକ୍‌ଙ୍କ ଅପରେସନ ସଫଳ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ଲଣ୍ଡନ

ଭାରତୀୟ ଦଳର ପ୍ରଥମ ଚଏସ୍‌ ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାନ୍ଦ୍ୟାଙ୍କର ସଫଳ ଅସ୍ତ୍ରୋପଚାର ଏଠାରେ ହୋଇଛି । ପିଠିରେ ଯନ୍ତ୍ରଣା ପାଉଥିବା କାରଣରୁ ସେ ଦକ୍ଷିଣ ଆଫି୍ରକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଖେଳିପାରି ନଥିଲେ । ତୁରନ୍ତ ତାଙ୍କୁ ଏଠାକୁ ଆସିବାକୁ ଡାକ୍ତରମାନେ ପରାମର୍ଶ ଦେଇଥିଲେ । ଭାରତୀୟ କ୍ରିକେଟ୍‌ ବୋର୍ଡ଼ର ଡାକ୍ତରୀ ଦଳ ଲଣ୍ଡନରେ ରହୁଥିବା ବିଶେଷଜ୍ଞ ଡାକ୍ତରମାନଙ୍କ ସହ ପରାମର୍ଶ କରିଥିଲେ । ଗତ ଦୁଇ ତାରିଖ ଦିନ ଦଳର ଫିଜିଓ ଯୋଗେଶ ପାର୍‌ମାର୍‌ଙ୍କ ସହ ହାର୍ଦ୍ଦିକ ଏଠାକୁ ଆସିଥିଲେ । ଶୁକ୍ରବାର ଡେରି ରାତିରେ ତାଙ୍କ ଅପରେସନ କରାଯାଇଥିଲା । ଯାହା ସମ୍ପୂର୍ଣ୍ଣ ରହିଛି ବୋଲି ଡାକ୍ତରୀ ଦଳ କହିଛନ୍ତି । ଖେଳକୁ ଆସିବାକୁ ଏବେ ସମୟ ଲାଗିବ ବୋଲି ଜଣାପଡ଼ିଛି । ଅତିକମ୍‌ରେ ୪ମାସର ବିଶ୍ରାମ ତାଙ୍କର ନେବା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*