ହାପିଜ ସଇଦକୁ ୫ବର୍ଷ ଜେଲ୍‌ଦନ୍ଦ ଶୁଣାଇଲା ପାକ୍‌ କୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଲସ୍କର-ଇ-ତୋଇବାର ପ୍ରତିଷ୍ଠାତା ହାପିଜ ସଇଦକୁ ପାକିସ୍ତାନର ଏକ ଅଦାଲତ ଆତଙ୍କୀ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ କରି ୫ବର୍ଷ ଜେଲ୍‌ଦନ୍ଦ ଶୁଣାଇଛି । ଗତବର୍ଷ ଗିରଫ ହୋଇଥିବା ସଇଦ ପ୍ରଥମଥର ସକାଶେ କୌଣସି ଆତଙ୍କୀ ମାମଲାରେ ପାକ୍‌ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛି । ଆତଙ୍କ ବିରୋଧୀ ଅର୍ଥ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାର ଠିକ୍‌ ପୂର୍ବରୁ ପାକ୍‌ ଅଦାଲତ ସଇଦକୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଦନ୍ଦ ଦେଇଥିବାରୁ ଏହାକୁ ନେଇ ଉଠିଲାଣି ପ୍ରଶ୍ନ । କୁହାଯାଉଛି ଆର୍ଥିକ କଟକଣାରୁ ବର୍ତ୍ତିବା ପାଇଁ ପାକିସ୍ତାନ ସରକାର ଏପରି ଚାଲ ଖେଳିଛି । ସଇଦ ମାମଲାରେ ସରକାରୀ ଓକିଲ ଅବଦୁଲ ରଫ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି ଦୁଇଟି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛି । ୧୧ ବର୍ଷ ଜେଲ୍‌ ଦନ୍ଦ ହୋଇଥିଲା ବେଳେ ସେ କେବଳ ୫ ବର୍ଷ ୬ମାସ ଜେଲ୍‌ରେ କାଟିବ । ତେବେ ସଇଦର ଓକିଲ ଇମ୍ରାନ ଗିଲ ଉପର ଅଦାଲତରେ ଆମେ ଅପିଲ କରିବୁ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*