ହାଟସାହି-କରଜଙ୍ଗା ନୋଡାଲ ଉପ୍ରା ବିଦ୍ୟାଳୟ ହତାରୁ ଗଛକଟାକୁ ବିରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ରସୁଲପୁର

ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ହାଟସାହି-କରଜଙ୍ଗା ନୋଡାଲ ଉ.ପ୍ରା. ବିଦ୍ୟାଳୟ ହତାରୁ ଗଛ କଟାକୁ ବିରୋଧ କରାଯାଉଛି । ଏ ଦିଗରେ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ନାରାୟଣ ସାହୁଙ୍କ ନିକଟରେ କୌଣସି ଆଇନଗତ ଅନୁମତି ନଥାଇ ବି ସେ ସ୍ଥାନୀୟ ଅଂଚଳର କେତେଜଣ ଲୋକଙ୍କୁ ହାତକରି ଗଛ କାଟିଥିବା ଅଭିଯୋଗ ହୋଇଛି ।
ଘଟଣାରୁ ପ୍ରକାଶ ଯେ ବିଦ୍ୟାଳୟ ହତା ଭିତରେ ଏକ ଢାଉରଂଙ୍ଗର ବିଶାଳକାୟ ଗଛ ଥିଲା । ଯାହାର ଆନୁମାନିକ ମୂଲ୍ୟ ୨୦ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି । ଚଳିତ ମାସ ୩ତାରିଖରେ ପ୍ରଧାନ ଶିକ୍ଷକ କାଠ ମାଫିଆଙ୍କୁ ଡାକିଆଣି ଏକ ଡ୍ରୋଜର ସହାୟତାରେ ଗଛଟିକୁ ହଟାଇ ଦେଇଛନ୍ତି । ଏହାଜାଣି ହାଟସାହି, କରଜଂଗ, ଦିଆଲଖନ୍ଦି, ଗଙ୍ଗାଧରପୁର, ରାଜେନ୍ଦ୍ରପୁର ଆଦି ଗ୍ରାମର ଲୋକେ କଟକ ବଂନାଚଳ ଡିଭିଜନ୍ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଏ ଦିଗରେ ଥିବା ନିୟମାନୁଯାୟୀ ଯେକୌଣସି ବ୍ୟକ୍ତି ନିଜସ୍ୱ ଜମି ହେଉ ଅବା ସରକାରୀ ସ୍ଥାନରୁ ଗଛ କାଟିବାକୁ ହେଲେ ବିଭାଗୀୟ ଅଧିକାରୀଙ୍କ ନିକଟରୁ ଅନୁମତି ପତ୍ର ଆଣିବ । ନଚେତ ଏହା ଯଦି ପଂଚାୟତର ନିଲାମ ଜମିରେ ଅବସ୍ଥିତ ଥିବ । ତେବେ ପଂଚାୟତ ନିଲାମ ଦେବା ସହ ଗଛ କାଟିବାର କାରଣକୁ ଦର୍ଶାଇ ଗଛ କାଟିବା ପାଇଁ ଅନୁମତି ଦେଇପାରିବେ । ହେଲେ ଏଠାରେ ସେଭଳି କିଛି ହୋଇନାହିଁ । ପ୍ରଧାନ ଶିକ୍ଷକ ସାହୁ ବିଦ୍ୟାଳୟ ପରିଚାଳନା କମିଟିକୁ ସର୍ବେସର୍ବା ଭାବି ସେମାନଙ୍କ ଅନୁମତିରେ ଗଛ କାଟିଦେବାକୁ ନିଷ୍ପତି ନେଇ ଆଇନକୁ ହାତକୁ ନେଇଛନ୍ତି । ଏହାଛଡା ବିଦ୍ୟାଳୟ ପରିସରରେ ଗଛ ଲଗାଇବା ପାଇଁ ସରକାର ନିୟମ କରିଛନ୍ତି । ଇକୋ କ୍ଲବ ପକ୍ଷରୁ ବୃକ୍ଷରପୋଣ କରି ବିଦ୍ୟାଳୟ ପରିସରରକୁ ସବୁଜ ବନାନରେ ପରିଣତ କରୁଥିବା ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରଷ୍କାର ପ୍ରଦାନ କରାଯାଉଛି । ଏଠାରେ ପ୍ରଧାନ ଶିକ୍ଷକ ଗଛ ଲଗାଇବାକୁ ଗୁରୁତ୍ୱ ନଦେଇ ଏକ ଗଛ କାଟି କି ପୁରସ୍କାର ହାତେଇବକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ଏ ସଂପର୍କରେ ପ୍ରଧାନ ଶିକ୍ଷକ ସାହୁଙ୍କୁ ପଚାରିବାରୁ ସେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ପରିଚାଳନା କମିଟିର ଅନୁମତି ନେଇ ଗଛ କାଟିବାକୁ ଅନୁମତି ଦେଇଛନ୍ତି ବୋଲି ସ୍ୱୀକାର କରିଛନ୍ତି । ଏହାବାଦଦ୍ ଏହି ପଂଚାୟତରେ ଆହୁରି ଅନେକ ସ୍ଥାନରୁ ଗଛ କଟା ଯାଉଛି । ସେ ସଂପର୍କରେ ଅଭିଯୋଗ ହେଉଛି ନା କେବଳ ବିଦ୍ୟାଳୟରୁ ଗଛ କଟାହେଲେ ଅଭିଯୋଗ ହେଉଛି ବୋଲି ପାଲଟା ପ୍ରଶ୍ନ କରିଥିଲେ । ଏହି ପଂଚାୟତରେ ଅବାଧରେ ଗଛକଟା ଚାଲିଛି ବୋଲି ପ୍ରଧାନ ଶିକ୍ଷକଙ୍କ ମତରୁ ବୁଝାପଡୁଛି । ତେବେ ଏ ଦିଗରେ ବିଭାଗୀୟ ଅଧିକାରୀମାନେ ନିରବ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*