ହାକାଥନରେ ସୋଆ ଛାତ୍ରଙ୍କ କୃତିତ୍ୱ, ପ୍ରସ୍ତୁତ କଲେ ସ୍ମାର୍ଟ ବୋର୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର
ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ବା କୃତି୍ରମ ବୁଦ୍ଧି ପ୍ରୟୋଗ କରି “ସ୍ମାର୍ଟ ବୋର୍ଡ” ପ୍ରସ୍ତୁତ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ୬ଜଣିଆ ଛାତଛାତ୍ରୀଙ୍କ ଟିମ୍ ଆଇଆଇଟି, ଖଡଗପୁର ଠାରେ ଅନୁଷ୍ଠିତ ସ୍ମାର୍ଟ ଇନ୍ଦିଆ ହାକାଥନ୍-୨୦୧୯ରେ ଦ୍ୱିତୀୟ ରନର୍ ଅପ୍ ଟାଇଟଲ୍ ହାସଲ କରିଛନ୍ତି ।
କୃତ୍ରିମ ବୁଦ୍ଧି ପ୍ରୟୋଗ କରି ସୋଆର ଏହି ଛାତ୍ରମାନେ ଏକ ସ୍ମାର୍ଟ ବୋର୍ଡ ପ୍ରସ୍ତୁତ କରିଛନ୍ତି । ଏହି ସ୍ମାର୍ଟ ବୋର୍ଡରେ ଯେତେବେଳେ ଶିକ୍ଷକ କିଛି ପାଠ ଲେଖିବେ ସେହି ସମୟରେ ଛାତ୍ରଙ୍କ ସ୍ମାର୍ଟ ଫୋନ୍ରେ ବା ଲାପ୍ଟପ୍ରେ ମଧ୍ୟ ସେହି ପାଠ ଦୃଶ୍ୟମାନ ହେବ ବୋଲି ଟିମ୍ର ସଦସ୍ୟ ଅଙ୍କିତ ଝା କହିଛନ୍ତି । ଏହାଦ୍ୱାରା ଜଣେ ଛାତ୍ର ଯଦି କୋ÷ଣସି କାରଣରୁ କ୍ଲାସ୍ ରୁମ୍ରେ ଅନୁପସ୍ଥିତ ଥିବ ତେବେ ଶିକ୍ଷକ ପଢ଼ାଇଥିବା ପାଠ ସମ୍ବନ୍ଧରେ ସେ ଜାଣିପାରିବ ଏବଂ ନିଜ ଡିଭାଇସ୍ରେ ଏହାକୁ ଷ୍ଟୋର ମଧ୍ୟ କରିପାରିବ । ଏହି ସ୍ମାର୍ଟ ବୋର୍ଡ ଯେ କୋ÷ଣସି ଭାଷାରେ ପ୍ରସ୍ତୁତ ହୋଇପାରିବ ବୋଲି ଅଙ୍କିତ କହିଛନ୍ତି ।
ସୋଆ ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆନ୍ଦ ରିସର୍ଚ୍ଚ (ଆଇଟିଇଆର୍)ର କମ୍ପୁ୍ୟଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଏହି ୬ ଜଣ ଛାତ୍ର ଆଇଆଇଟି ଖଡଗପୁରର ଅନୁଷ୍ଠିତ ହୋଇଥିବା ସ୍ମାର୍ଟ ଇନ୍ଦିଆ ହାକାଥନ୍-୨୦୧୯ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଖଡଗପୁରରେ ୩୨ଟି ଟିମ୍ ସାମିଲ୍ ହୋଇଥିଲେ ।
ଅଙ୍କିତଙ୍କ ବ୍ୟତିତ ଟିମ୍ରେ ସାମିଲ୍ ହୋଇଥିବା ଅନ୍ୟ ଛାତଛାତ୍ରୀ୍ରମାନେ ହେଲେ ସନ୍ଦୀପ୍ ରଞ୍ଜନ, ଆଲୋକ ପଟ୍ଟନାୟକ, ଶିଖର ସିହ୍ନା, ଶୁଭମ୍ ବଳିୟାରସିଂ ଏବଂ ଅନୁପ୍ରିୟା ସୋ÷ମିତ୍ର । ଆଇଟିଇଆର୍ର ଫାକଲ୍ଟି ନିତେଶ ଝା ଏହି ଗ୍ରୁପ୍ର ମେଣ୍ଟର୍ ଥିଲେ ।
ଦେଶବ୍ୟାପୀ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଶିକ୍ଷା ଆହରଣ କରିଥିବା ପ୍ରାୟ ୧୪ ହଜାର ଛାତ୍ରଛାତ୍ରୀ ଏହି ସ୍ମାର୍ଟ ଇନ୍ଦିଆ ହାକାଥନ୍-୨୦୧୯ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସାରା ଦେଶରେ ୪୮ଟି ନୋଡାଲ୍ ସେଣ୍ଟର କରାଯାଇଥିବାବେଳେ ସୋଆ ମଧ୍ୟ ଅନ୍ୟତମ ନୋଡାଲ୍ ସେଣ୍ଟର୍ ଭାବେ ମନୋନୀତ ହୋଇଥିଲା । ସୋଆରେ ୩୬ ଟି ଟିମ୍ ଭାଗ ନେଇଥିଲେ । ଦେଶବ୍ୟାପୀ ୩୬ ଘଣ୍ଟିଆ ସ୍ମାର୍ଟ ଇନ୍ଦିଆ ହାକାଥନ୍ର ତୃତୀୟ ସଂସ୍କରଣ ଗତ ଶନିବାର ସକାଳୁୁ ଆରମ୍ଭ ହୋଇ ରବିବାର ରାତିରେ ଶେଷ ହୋଇଥିଲା । କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ, ଅଲ୍ ଇନ୍ଦିଆ କାଉନ୍ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍, ଇଣ୍ଟର ଇନ୍ଷ୍ଟିଚୁ୍ୟସ୍ନାଲ୍ ଇନ୍କ୍ଲୁ୍ୟସିଭ୍ ଇନୋଭେସନ୍ ସେଣ୍ଟର୍ ଏବଂ ପର୍ସିସ୍ଟେଣ୍ଟ ସିଷ୍ଟମ୍ ଦ୍ୱାରା ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*