ହାଇଦ୍ରାବାଦ ଟି-୨୦: ବର୍ଷା ବନିପାରେ ବାଧକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହାଇଦ୍ରାବାଦ
ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିନଥିବା ଅଧିନାୟକ ବିରାଟ କୋହଲି ଆଗାମୀ ୱେଷ୍ଟଇନ୍ଦିଜ୍‌ ସିରିଜ ସହ ସୀମିତ ଓଭର କି୍ରକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଥିଲା ବେଳେ ବର୍ଷା ସେଥିରେ ବାଧକ ହୋଇପାରେ । ଶୁକ୍ରବାର ଦିନ ସ୍ଥାନୀୟ ରାଜୀବ ଗାନ୍ଧୀ କି୍ରକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇନ୍ଦିଜ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବାର ଅଛି । ତେବେ ମ୍ୟାଚ୍‌ ଅପେକ୍ଷା ସମସ୍ତଙ୍କ ମୁହଁରେ ପାଗକୁ ନେଇ ପ୍ରଶ୍ନ । ସୋମବାର ଠାରୁ ଏଠାରେ ନିୟମିତ ବର୍ଷା ହେଉଛି । ମେଘାଚ୍ଛନ୍ନ ଆକାଶ ରହିଲାଣି ପ୍ରାୟ ୪ରୁ ୫ ଦିନ । ବର୍ଷାର ଆଶଙ୍କା ଜାରି ରହିଥିବାରୁ ମ୍ୟାଚ୍‌ ହୋଇପାରିବ କି ନାହିଁ ତାହାକୁ ନେଇ ବଡ଼ ପ୍ରଶ୍ନ । ୱେଷ୍ଟଇନ୍ଦିଜ ଦଳ ପ୍ରାୟ ଦୁଇଦିନ ହେବ ଏଠାରେ ରହି ଅଭ୍ୟାସ କରୁଛନ୍ତି । ତେବେ ଭାରତୀୟ ଦଳର ଖେଳାଳିମାନେ ବିଭିନ୍ନ ଭାଗରୁ ଏଠାକୁ ଆସିବା ଆରମ୍ଭ କରିଛନ୍ତି । ଗୁରୁବାର ଦିନ ଭାରତୀୟ ଦଳର ଆନୁଷ୍ଠାନିକ ନେଟ୍ସ ହେବାର ରହିଛି । ବୁଧବାର ଅଧିନାୟକ ବିରାଟ ଓ ଅନ୍ୟ କିଛି ଜଣ ନେଟ୍ସରେ ସମୟ ବିତାଇବା ଦେଖିବାକୁ ମିଳିଥିଲା । ତେବେ ଶେଷ ରିପୋର୍ଟ ଅନୁସାରେ ମ୍ୟାଚ୍‌ ଦିନ ମେଘାଚ୍ଛନ୍ନ ଆକାଶ ରହିଲେ ମଧ୍ୟ ବର୍ଷା ଖୁବ୍‌ କମ୍‌ ହେବ ବୋଲି ଲଗାଯାଇଛି ଅନୁମାନ ।
ମଣ୍ଟି ଦେଶାଇ ବ୍ୟାଟିଂ କୋଚ୍‌
ବୁଧବାର ଦିନ ୱେଷ୍ଟଇନ୍ଦିଜ ଦଳ ଭାରତୀୟ ସିରିଜ ଠିକ୍‌ ଆରମ୍ଭ ହେବା ଆଗରୁ ମଣ୍ଟି ଦେଶାଇଙ୍କୁ ବ୍ୟାଟିଂ କୋଚ୍‌ ଭାବେ ନିଯୁକ୍ତ କରିଛି । ଦୁଇବର୍ଷର ଚୁକ୍ତି ସହ ମଣ୍ଟିଙ୍କୁ ନିଯୁକ୍ତ କରିଛି କି୍ରକେଟ ବୋର୍ଡ । ପ୍ରଥମ ମ୍ୟାଚ୍‌ ପୂର୍ବରୁ ସେ ଭାରତୀୟ ଦଳ ସହ ଯୋଗଦେଇଛନ୍ତି । ଭାରତୀୟ ବୋଲିଂ ବିପକ୍ଷରେ ଭାରତୀୟ ପିଚ୍‌ରେ କିପରି ପ୍ରଦର୍ଶନ କରାଯିବ ତାହାକୁ ନେଇ ସେ କୌଶଳ ବତାଇବେ ୱେଷ୍ଟଇନ୍ଦିଜ୍‌ ବ୍ୟାଟ୍ସମାନଙ୍କୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*