ହାଇକୋର୍ଟରେ ୩୧ ପର୍ଯ୍ୟନ୍ତ ରୁଜୁ ହେବନି ମାମଲା କଟକଣା ନଥିବା ଜିଲ୍ଲାରେ ୨ ଘଣ୍ଟା ଖୋଲିବ କୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଜି ଓଡିଶା ହାଇକୋର୍ଟଙ୍କ ପକ୍ଷରୁ ମାମଲା ରୁଜୁ, ଶୁଣାଣି ଉପରେ ସାନି କଟକଣା ଜାରି କରାଯାଇଛି । ମଙ୍ଗଳବାର ହାଇକୋର୍ଟରେ ସମସ୍ତ କୋର୍ଟ କାର୍ଯ୍ୟ ବାତିଲ କରାଯାଇଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହେବନି ବୋଲି ହାଇକୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । କେବଳ ଜରୁରି ମାମଲା ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ଭିଡିଓ କଲ୍ କିମ୍ବା ହ୍ୱାଟ୍ସ୍ଆପ୍ ମେସେଜ୍ ଜରିଅରେ ରୁଜୁ କରାଯିବାକୁ ନିଦେ୍ର୍ଦଶ ଦିଅ ।ଯାଇଛି । ସେହିପରି ୩୧ ତାରିଖ ପର୍ଯ୍ୟନ୍ତ ଅତିଜରୁରି ମାମଲା ବ୍ୟତୀତ ହାଇକୋର୍ଟରେ ଆଉ କୌଣସି ମାମଲାର ଶୁଣାଣି ମଧ୍ୟ କରାଯିବ ନାହିଁ । ସେହିପରି ନିମ୍ନ ଅଦାଲତରେ ମଧ୍ୟ କିପରି ମାମଲାର ଶୁଣାଣି କରାଯିବ ସେ ନେଇ ହାଇକୋର୍ଟ ନିଦେ୍ର୍ଦଶନାମା ଜାରି କରିଛନ୍ତି । ଧାର୍ଯ୍ୟ ସମୟରେ ମଙ୍ଗଳବାର ହାଇକୋର୍ଟ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କରୋନାଜନିତ ସ୍ଥିତିକୁ ନେଇ ହାଇକୋର୍ଟ ପକ୍ଷରୁ ଫୁଲ୍ ବେଂଚ ବସି କୋର୍ଟ କାର୍ଯ୍ୟ ·ଲିବ କି’ ନାହିଁ ସେ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା । ପ୍ରଥମେ ମଙ୍ଗଳବାର କୋର୍ଟ କାର୍ଯ୍ୟକୁ ବାତିଲ୍ କରାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଏହି ବେଂଚରେ ଆଲୋଚନା କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ କରାଯିବ ନାହିଁ । ଅତି ଜରୁରି ମାମଲାର ଶୁଣାଣି ହେବ । ସେହିପରି ଜରୁରିକାଳୀନ ମାମଲାଗୁଡିକ ଡେପୁଟି ରେଜିଷ୍ଟ୍ରାରଙ୍କ ନିକଟରେ ହ୍ୱାଟ୍ସ୍ଅପ୍ କିମ୍ବା ଭିଡିଓ କଲ୍ ଜରିଅ ।ରେ ରୁଜୁ କରାଯିବ ବୋଲି ହାଇକୋର୍ଟଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିସହ ହାଇକୋର୍ଟରେ ଏକ ଗାଡ଼ି ଏବଂ ଜଣେ ଡାକ୍ତର ୨୪ଘଣ୍ଟା ଯେପରି ଉପଲବ୍ଧ ହେବେ ସେ ନେଇ ରେଜିଷ୍ଟ୍ରି ସୁନିଶ୍ଚିତ କରିବେ । କୋର୍ଟର ଅଫିସ କାମ ପାଇଁ କର୍ମ·ରୀଙ୍କୁ ରୋଟେସନ୍ ଆଧାରରେ କାର୍ଯ୍ୟ କରାଇବାକୁ ରେଜିଷ୍ଟ୍ରି ପଦକ୍ଷେପ ନେବେ । ଯେଉଁସବୁ ଜିଲ୍ଲାରେ କରୋନାକୁ ନିୟନ୍ତ୍ରଣ ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି ସେହିସବୁ ଜିଲ୍ଲାରେ ନିମ୍ନ ଅଦାଲତଗୁଡିକ ମାତ୍ର ଗୋଟିଏ ଘଣ୍ଟା ଅର୍ଥାତ୍ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହି ସମୟରେ କେବଳ ଜରୁରିକାଳୀନ ମାମଲା ଯଥା ଜାମିନ୍, ଅଭିଯୁକ୍ତଙ୍କୁ ହାଜର ଏବଂ ରିମାନ୍ଦ ଆବେଦନର ଶୁଣାଣି କରାଯିବ । ଦିନ ଗୋଟାଏ ପରେ ସମସ୍ତ କୋର୍ଟ ଏବଂ ଏହାର ଅଫିସ୍ କାର୍ଯ୍ୟ ବନ୍ଦ ହେବ । ଅନ୍ୟପକ୍ଷରେ ଯେଉଁ ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା କରାଯାଇନି ଉକ୍ତ ଜିଲ୍ଲାର କୋର୍ଟଗୁଡିକ ଦୁଇ ଘଣ୍ଟା ଅର୍ଥାତ ୧୧ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ·ଲିବ । ଗୋଟାଏ ପରେ ସମସ୍ତ କୋର୍ଟ ଏବଂ ଏହାର ଅଫିସ୍ ସବୁ ବନ୍ଦ ରହିବ । କୋର୍ଟ ପରିସରରେ ଅଧିକ ଲୋକ ଯେପରି ଜମା ନହୁଅନ୍ତି ସେଥପାଇଁ କେବଳ ଜଣେ ଆଇନଜୀବୀ ଅଦାଲତରେ ଉପସ୍ଥିତ ରହିବେ । ଯଦି ଜରୁରିକାଳୀନ ଅଫିସ୍ କାର୍ଯ୍ୟ କିଛି ଥାଏ ତାହେଲେ ଏହାକୁ ଘରେ ରହି କରାଯାଇ ପାରିବ । ପ୍ରତ୍ୟେକ ବାର୍ ଆସୋସିଏସନ୍ ଏବଂ ଏହାର ସଦସ୍ୟମାନେ ଏଥିପାଇଁ ସହଯୋଗର ହାତ ବଢାଇବାକୁ ହାଇକୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*