ହାଇକୋର୍ଟରୁ ମହିମାଙ୍କୁ ଜାମିନ, ତଳକୋର୍ଟ ନିର୍ଦ୍ଧାରଣ କରିବେ ସର୍ତ୍ତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ
ବହୁଚର୍ଚ୍ଚିତ ସିୱେଜ୍ ସିପିଙ୍ଗ କମ୍ପାନୀ ପରି·ଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଶିଳ୍ପପତି ମହିମାନନ୍ଦ ମିଶ୍ର ଗିରଫ ହୋଇଥିଲେ । ତାଙ୍କୁ ଗୁରୁବାର ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପ୍ରାୟ ୩୫ମାସ ଜେଲ୍ରେ ରହିବା ପରେ ଗୁରୁବାର ହାଇକୋର୍ଟ ମହିମାଙ୍କୁ ଜାମିନ ଦେଇଛନ୍ତି । ତେବେ ତଳକୋର୍ଟ ଜାମିନ୍ ସର୍ତ୍ତ ରଖିବେ ବୋଲି ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି । ଶୁ କ୍ରବାର କୁଜଙ୍ଗ କୋର୍ଟରେ ମହିମାଙ୍କ ଶୁଣାଣି ରହିଥିବାରୁ ସେ ଜାମିନ ସର୍ତ୍ତ ପୂରଣ କରି ଜେଲ୍ରୁ ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ମହିମାଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି । ସିୱେଜ୍ ସିପିଙ୍ଗ କମ୍ପାନୀ ପରି·ଳକ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜାମିନ ପାଇଁ ମହିମା ତଳ କୋର୍ଟଠୁ ଆରମ୍ଭ କରି ସୁପ୍ରିମ୍କୋର୍ଟଙ୍କ ପର୍ଯ୍ୟନ୍ତ ଅନେକ ଥର ଆବେଦନ କରି ବିଫଳ ହୋଇଥିଲେ ।
ଶେଷରେ ଓଡ଼ିଶା ହାଇକୋର୍ଟଙ୍କ ବି·ରପତି ଜଷ୍ଟିସ୍ ଦେବବ୍ରତ ଦାଶଙ୍କ ଖନ୍ଦପୀଠ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଚଳିତ ବର୍ଷ ସେପ୍ଟେମ୍ବରରେ ହାଇକୋର୍ଟ ମହିମାଙ୍କୁ ତଳ କୋର୍ଟରେ ଜାମିନ ଆବେଦନ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଅକ୍ଟୋବର ୪ତାରିଖରେ ତଳକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ମହିମା ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ସୂଚନା ଥାଉକି, ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରାଦୀପ ସିୱେଜ ସିପିଙ୍ଗ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁଙ୍କୁ ଦୁର୍ବୃତ୍ତମାନେ ଗୁଳିକରି ହତ୍ୟା କରିଥିଲେ । ଏ ନେଇ ମହେନ୍ଦ୍ରଙ୍କ ବଡ଼ଭାଇ ରାଜକିଶୋର ସ୍ୱାଇଁ ପାରାଦୀପ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଶିଳ୍ପପତି ମିଶ୍ରଙ୍କ ସମେତ ଓଡିଶା ଷ୍ଟିବେଡର୍ସ ଲିମିଟେଡ୍(ଓଏସ୍ଏଲ୍)ର ଅନ୍ୟ ଅଧିକାରୀଙ୍କ ନାମରେ ଲୁକଆଉଟ୍ ସର୍କୁଲାର ଜାରି ହୋଇଥିଲା । ପୁଲିସ ୧୬ଜଣଙ୍କ ବିରୋଧରେ ·ର୍ଜସିଟ୍ ଦାଖଲ କରିଥିବାବେଳେ ଶିଳ୍ପପତି ମିଶ୍ରଙ୍କୁ ୨୦୧୬ ଡିସେମ୍ବର ୨୫ରେ ବ୍ୟାଙ୍କକ୍ରୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟ ୪ଜଣ ଏବେବି ଫେରାର ରହିଛନ୍ତି । ତେବେ ୨୦୧୭ ଜୁଲାଇରେ ଓଡ଼ିଶା ହାଇକୋର୍ଟରୁ ତାଙ୍କୁ ଜାମିନ ମିଳିଥିବାବେଳେ ରାଜ୍ୟ ସରକାର ଏହି ଜାମିନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ସୁପ୍ରିମ କୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*