ହରିଆନା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ୧୦ ମନ୍ତ୍ରୀ ନେଲେ ଶପଥ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚନ୍ଦିଗଡ
ତିନି ସପ୍ତାହ ଧରି ଅଟକି ରହିଥିବା ହରିଆନା ମନ୍ତ୍ରୀମନ୍ଦଳ ସମ୍ପ୍ରସାରଣ ଗୁରୁବାର ହୋଇଛି । ମୋଟ୍‌ ୧୦ଜଣ ମନ୍ତ୍ରୀ ଶପଥ ନେଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୬ଜଣ କ୍ୟାବିନେଟ୍‌ ଏବଂ ୪ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) ଅଛନ୍ତି । ଭାଜପା କୋଟାରୁ ୮ ବିଧାୟକ ମନ୍ତ୍ରିପଦ ଶପଥ ନେଇଥିଲା ବେଳେ ଜଜପା ଏବଂ ସ୍ୱାଧୀନ କୋଟାରୁ ଜଣେ ଲେଖାଏଁ ମନ୍ତ୍ରିପଦ ପାଇଛନ୍ତି ।
ମନ୍ତ୍ରୀ ତାଲିକାରେ ପୂର୍ବ ସରକାରରେ କ୍ୟାବିନେଟ୍‌ ସରକାର ଥିବା ଅନିଲ ବିଜ୍‌ଙ୍କ ନାମ ରହିଛି । ଏଥିସହ କଅଁରପାଲ୍‌ ଗୁର୍ଜର, ମୁଲଚନ ଶର୍ମା, ରଞ୍ଜିତ ସିଂ, ଜେପି ଦଲାଲ, ବନୱାରି ଲାଲ୍‌ ମଧ୍ୟ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅନ୍ୟପଟେ ଓମପ୍ରକାଶ ଯାଦବ, କମଲେଶ ଢାନ୍ଦା, ଅନୁପ ଧାନକ ଏବଂ ପୂର୍ବ ହକି ଖେଳାଳି ସନ୍ଦୀପ ସିଂ ରାଜ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତେବେ ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାକୁ ସମର୍ଥନ କରିଥିବା ପ୍ରଥମ ହରିଆନା ଲୋକହିତ ପାର୍ଟିର ବିଧାୟକ ଗୋପାଳ କାନ୍ଦାଙ୍କୁ ମନ୍ତ୍ରିମନ୍ଦଳରେ ସ୍ଥାନ ମିଳିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*