ହରିଆନା : ଭୋଟ୍‌ ଦେବାକୁ ଖଟ୍ଟର ସାଇକେଲରେ, ଚୌଟାଲା ପରିବାର ଟ୍ରାକ୍ଟରରେ ପହଞ୍ଚିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଚଣ୍ଡିଗଡ଼

ହରିଆନାର ୯୦ଟି ଆସନ ପାଇଁ ସୋମବାର ଭୋଟ୍‌ ଗ୍ରହଣ ସକାଳ ୭ଟାରେ ଆରମ୍ଭ ହୋଇଥିଲା । ନିର୍ବାଚନ ଲଢୁଥିବା ପ୍ରମୁଖ ରାଜନେତାଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମନୋହରଲାଲ୍‌ ଖଟ୍ଟର, ପୂର୍ବମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂ ହୁ‡ା, ଜେଜେପିର ଦୁଶ୍ୟନ୍ତ ଚୌଟାଲା ଏବଂ ଇନୋଲେର ଅଭୟ ସିଂ ଚୌଟାଲା ପ୍ରମୁଖ । ଖଟ୍ଟରଙ୍କ ନେତୃତ୍ୱରେ ଭାଜପା ୭୫ଟି ଆସନ ଜିତିବାର ଲକ୍ଷ୍ୟ ରଖିଥିଲା ବେଳେ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାର ଆଶା ରଖିଛି ।
ସୋମବାର ଭୋଟ୍‌ ଦେବାକୁ ଟ୍ରେନ୍‌ରେ ଚନ୍ଦିଗଡରୁ କର୍ଣ୍ଣାଲ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ଖଟ୍ଟର । ପରେ ସେ ସାଇକେଲରେ ଭୋଟ୍‌ ଦେବା ପାଇଁ ନିଜ ବୁଥ୍‌କୁ ଯାଇଥିଲେ । ଖଟ୍ଟର କହିଥିଲେ ଯେ, ମୁଁ ଜନଶତାଦ୍ଦି ଟ୍ରେନ୍‌ରେ ୨ଘଣ୍ଟା ଯାତ୍ରା କରି କର୍ଣ୍ଣଲ ପହଞ୍ଚିଲି, ତା’ପରେ ଇ-ରିକ୍ସା ଏବଂ ସାଇକେଲ ଚଲାଇ ଭୋଟ୍‌ ଦେବାକୁ ପହଞ୍ଚିଥିଲି କେନ୍ଦ୍ରରେ । ଲୋକଙ୍କ ସହ ୨ଘଣ୍ଟା ଧରି ଟ୍ରେନ୍‌ରେ ଆଲୋଚନା କରି ବେଶ ଖୁସି ଅନୁଭବ କରିଛି । ଅନ୍ୟ ପଟେ ଜନନାୟକ ଜନତାପାର୍ଟିର ନେତା ଦୁଶ୍ୟନ୍ତ ଚୌଟାଲା ଏବଂ ତାଙ୍କ ପରିବାର ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ଟାକ୍ଟରରେ ପହଞ୍ଚିଥିଲେ । ସେମାନେ ଶିରସାର ଏକ ପୁଲିିଂ ବୁଥ୍‌ରେ ଭୋଟ୍‌ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*