ହରିଆନା : କୋଟିଏ ଟଙ୍କାର ଦରମା ଛାଡି ନିର୍ବାଚନ ଲଢିବେ ୨୬ବର୍ଷିୟା ନୌକ୍ଷମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଚଣ୍ଡିଗଡ
ଆଇଏଏସ୍‌ ମା’ ଏବଂ ବିଚାରପତି ବାପାଙ୍କ ୨୬ବର୍ଷିୟ ବିଦେଶୀ ପଢୁଆ ଏବଂ ବର୍ଷକୁ କୋଟିଏ ଟଙ୍କାର ଦରମା ପାଉଥିବା ନୌକ୍ଷମ ଚୌଧୁରୀ ଏବେ ବିଧାନସଭା ନିର୍ବାଚନ ମଇଦାନରେ । ଭାଜପା ପକ୍ଷରୁ ତାଙ୍କୁ ଟିକଟ ମିଳିବା ସମସ୍ତଙ୍କୁ ଚକିତ କରିଛି । ସେ ବିଧାନସଭା କ୍ଷେତ୍ରର ବରିଷ୍ଠ ନେତା ତଥା ବିଧାୟକ ରହିସ ଖାନ୍‌ଙ୍କୁ ପଛରେ ପକାଇ ଟିକଟ ହାସଲରେ ସଫଳ ହୋଇଛନ୍ତି । ତେବେ ଦଳରେ ଯୋଗଦେବାର ୩୦ ଦିନ ଭିତରେ ଟିକଟ ପାଇବା ନେଇ ଏବେ ଚର୍ଚ୍ଚାରେ ନୌକ୍ଷମ ।
ରାଜ୍ୟର ସବୁଠୁ ପଛୁଆ ବିଧାନସଭା କ୍ଷେତ୍ର ପୁନହାମାର ପେମାଖଡା ହେଉଛି ନୌକ୍ଷମଙ୍କ ପୈତୃକ ଗ୍ରାମ । ଏକମାସ ତଳେ ସେ ନିଜ ଗ୍ରାମକୁ ଆସିଥିଲା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜନଆଶୀର୍ବାଦ ଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ତାଙ୍କ ସମର୍ଥନରେ ଏତେ ଲୋକଥିବା ଦେଖି ଚକିତ ହୋଇପଡିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ନୌକ୍ଷମ ନିର୍ବାଚନ ଲଢିବାର ଇଚ୍ଛା ଜାହିର କରିଥିଲେ । କୁହାଯାଉଛି ଯେ, ନୌକ୍ଷମଙ୍କର ୧୦ଟି ଭାଷାରେ ଦଖଲ ଅଛି । ବାର୍ଷିକ ଏକକୋଟି ଦରମାକୁ ଏଡାଇ ସେ ନିଜ ଅଞ୍ଚଳର ପଛୁଆ ଲୋକଙ୍କ ବିକାଶ ପାଇଁ ଆଗକୁ ଆସିଛନ୍ତି । ନୌକ୍ଷମ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଲୋକପି୍ରୟତା ମୋତେ ପ୍ରଭାବିତ କରିଛି । ମୁଁ ଏବେ ବିଦେଶୀ ଯିବି ନାହିଁ କି ବାପା-ମାଆଙ୍କ ନିକଟରେ ରହିବି ନାହିଁ । ଆମ ଅଞ୍ଚଳର ବିକାଶ ପାଇଁ କାମ କରିବି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*