ହରିଆନାରେ ଭାଜପା-ଜଜପା ମେଣ୍ଟ ସରକାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ହରିଆନାରେ ସରକାର ଗଠନର ବାଟ ଫିଟିଯାଇଛି । ଗୁରୁବାର ଦିନ ନିର୍ବାଚନୀ ଫଳାଫଳ ଆସିବା ପରେ ଝୁଲା ବିଧାନସଭା ସ୍ଥିତି ଉପୁଜିଥିଲା । ଅଧିକ ଆସନ ଜିଣି ଭାଜପା ବଡ଼ ଦଳ ହୋଇଥିଲେ ମଧ୍ୟ ବହୁମତ ପାଇନଥିବାରୁ ନିଜେ ସରକାର ଗଢ଼ିବା ସମ୍ଭବ ହେବା ସ୍ଥିତିରେ ନଥିଲା । ଏହା ସହ ବଢ଼ିଆ ପ୍ରଦର୍ଶନ କରିଥିବା ନବାଗତ ଦଳ ଜଜପା ବା ଜନନାୟକ ଜନତା ପାର୍ଟିକୁ କଂଗ୍ରେସ ନିଜ ଆଡ଼କୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ପଦର କାର୍ଡ ଖେଳିବା ପରେ ସରକାର ଗଠନକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେଲେ ଶୁକ୍ରବାର ରାତିରେ ସମସ୍ତ ଅନିଶ୍ଚିତତା ଦୂର ହୋଇଯାଇଛି । କାରଣ କିଙ୍ଗମେକର ଭୂମିକାରେ ରହିଥିବା ଜଜପାର ସୁପ୍ରିମୋ ଦୁଷ୍ୟନ୍ତ ଚୌତାଲା ସ୍ଥିର ସରକାର ଗଠନ ସକାଶେ ଭାଜପାକୁ ସମର୍ଥନ ଦେବା ବିଷୟ ଘୋଷଣା କରିଥିଲେ । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜଜପା ମୁଖ୍ୟ ଦୁଷ୍ୟନ୍ତଙ୍କ ସହ ଭେଟିବା ପରେ ମିଡିଆକୁ ମେଣ୍ଟ ସରକାର ଗଠନ ହେବାକୁ ଯାଉଥିବା ବିଷୟର କରିଥିଲେ ଘୋଷଣା । ହରିଆନା ଜନତାଙ୍କ ମତକୁ ଗ୍ରହଣ କରି ଉଭୟ ଭାଜପା ଓ ଜଜପା ମିଳିତ ହୋଇ ସରକାର ଗଠନ ସକାଶେ ରାଜି ହୋଇଛନ୍ତି । ଭାଜପା ମୁଖ୍ୟମନ୍ତ୍ରୀ ପଦ ପାଇବାକୁ ଯାଉଥିଲା ବେଳେ ଉପମୁଖ୍ୟମନ୍ତ୍ରୀ ପଦ ଜଜପା ପାଇବ । ଚର୍ଚ୍ଚା ହେଉଛି ଦୁଷ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବେ । ଅଳ୍ପଦିନ ଭିତରେ ଭାଜପା ନେତୃତ୍ୱରେ ମେଣ୍ଟ ସରକାର ଶପଥ ନେବେ ବୋଲି ଶୁକ୍ରବାର ବୈଠକ ପରେ ଘୋଷଣା କରାଯାଇଛି । ଆମେ ଶନିବାର ଦିନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ସକାଶେ ଦାବି ଉପସ୍ଥାପନ କରିବୁ ବୋଲି ହରିଆନାର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏମ୍‌.ଏଲ୍‌. ଖଟ୍ଟର ପ୍ରକାଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*