ହରିଆନାରେ ଆପ୍‌ ସଫା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ହରିଆନା ବିଧାନସଭା ନିର୍ବାଚନ ପୂର୍ବରୁ ଆପ୍‌ର ଉପସ୍ଥିତି ଏଠାରେ ମଜବୁତ ରହିବ ବୋଲି କୁହାଯାଉଥିଲା । ହେଲେ ନିର୍ବାଚନ ଫଳାଫଳ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ,ହରିଆନାରେ ଆପ୍‌ ଏକ ପ୍ରକାର ପୋଛି ହୋଇଯାଇଛି । କୌଣସି ଗୋଟିଏ ଆସନରେ ଆପ୍‌ ଅଗ୍ରଣୀ ଥିବାର ଆରମ୍ଭରୁ ଦେଖିବାକୁ ମିଳିନଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ଏହା ଏକ ବଡ଼ ଝଟକା ବୋଲି କୁହାଯାଉଛି ।
ନିର୍ବାଚନରେ ଦଳ ୯୦ଟି ଆସନରୁ ୪୬ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇଥିଲା । ତେବେ ପ୍ରଚାର ସମୟରେ କେଜି୍ରୱାଲ କିମ୍ବା ଅନ୍ୟ କୌଣସି ବଡ଼ ନେତା ରାଜ୍ୟକୁ ଗସ୍ତ କରିନଥିଲେ । ହରିଆନା କେଜି୍ରୱାଲଙ୍କ ଗୃହ ରାଜ୍ୟ ହୋଇଥିଲେ ମଧ୍ୟ ସେଠାରେ ଲୋକେ ଦଳୀୟ ନେତାଙ୍କୁ ଆଦୌ ପସନ୍ଦ କରିନାହାଁନ୍ତି । ଶେଷ ସୂଚନା ଅନୁସାରେ ୪୬ଟି ଆସନ ମଧ୍ୟରୁ ପାଖାପାଖି ୪୦ଟି ଆସନରେ ଦଳର ନେତାଙ୍କ ଅମାନତ ଜବତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*