ହମ୍‌ଲାର ଆଶଙ୍କା ଥିଲେ ମଧ୍ୟ ପାକ୍‌ ଗସ୍ତରେ ଯିବ ଶ୍ରୀଲଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : କଲମ୍ବୋ

ଆତଙ୍କବାଦୀଙ୍କ ପାଖରୁ ଆକ୍ରମଣର ଆଶଙ୍କା ଥିଲେ ମଧ୍ୟ ଶ୍ରୀଲଙ୍କା କି୍ରକେଟ ବୋର୍ଡ ଗୁରୁବାର ଦିନ ଜାତୀୟ ଦଳର ପାକିସ୍ତାନ ଗସ୍ତ ପାଇଁ ସବୁଜ ସଂକେତ ଦେଇଛି । ଶ୍ରୀଲଙ୍କା ପ୍ରତିରକ୍ଷା ବିଭାଗ ସହମତି ହେବା ପରେ ପାକିସ୍ତାନ ଗସ୍ତ ପାଇଁ ଆମେ ରାଜି ହୋଇଛୁ ବୋଲି ଶ୍ରୀଲଙ୍କା କି୍ରକେଟ ସଂଘର ସମ୍ପାଦକ ମୋହନ ଡିସିଲ୍‌ଭା କହିଛନ୍ତି । ଆତଙ୍କୀ ଆଶଙ୍କା ପରିପ୍ରେକ୍ଷୀରେ ବହୁ ଖ୍ୟାତନାମା ଶ୍ରୀଲଙ୍କା ଖେଳାଳି ପାକିସ୍ତାନ ଗସ୍ତରେ ନଯିବା ଲାଗି ପୂର୍ବରୁ ଘୋଷଣା କରିସାରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ୨୦୦୯ ମାର୍ଚ୍ଚ ମାସରେ ଲାହୋର ଠାରେ ଶ୍ରୀଲଙ୍କା କି୍ରକେଟ ଦଳର ବସ୍‌ ଉପରକୁ ଆତଙ୍କବାଦୀ ମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ୬ଜଣ ଖେଳାଳି ଆହତ ହୋଇଯାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*