ହଟାଗଲା ଶାହିନବାଗ୍‌ ପ୍ରଦର୍ଶନକାରୀଙ୍କୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ୍‌ ମୁକାବିଲା ପାଇଁ ଦିଲ୍ଲୀ ସରକାର ରାଜ୍ୟରେ ଲୋକଙ୍କ ମେଳ ଏବଂ ଯାତାୟାତ ଉପରେ କଟକଣା ଲଗାଇଥିବାବେଳେ ମଙ୍ଗଳବାର ସକାଳେ ଶାହିନବାଗ୍‌ଠାରେ ସିଏଏ ବିରୋଧରେ ଗତ ୩ ମାସରୁ ଊଦ୍ଧ୍ୱର୍ ସମୟ ଧରି ଧାରଣା ଦେଇଥିବା ପ୍ରଦର୍ଶନକାରୀଙ୍କୁ ପୁଲିସ୍‌ ହଟାଇ ଦେଇଛି । ଏସମ୍ବନ୍ଧରେ ଦକ୍ଷିଣ-ପୂର୍ବ ଡିସିପି ଆରପି ମୀନା ସୂଚନା ଦେଇଥିଲେ ଯେ, ଆମେ ମଙ୍ଗଳବାର ସକାଳୁ ଶାହିନବାଗ୍‌ ପ୍ରଦର୍ଶନକାରୀଙ୍କୁ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଏବଂ ଲକ୍‌ଡାଉନ୍‌କୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଦର୍ଶନସ୍ଥଳରୁ ଚାଲିଯିବାକୁ କହିଥିଲୁ । ହେଲେ ସେମାନେ ଏହା କରିବାକୁ ମନା କରିଦେଇଥିଲେ, ତେଣୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଉଲଂଘନକାରୀଙ୍କୁ ଅଟକ ରଖାଯାଇଥିଲା ଏବଂ ପ୍ରଦର୍ଶନସ୍ଥଳକୁ ଲୋକବିହୀନ କରାଯାଇଥିଲା ବୋଲି ଆରପି ମୀନା ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୬ ଜଣ ମହିଳାଙ୍କ ସମେତ ୯ଜଣଙ୍କୁ ପୁଲିସ୍‌ ଏହି ଅବସରରେ ଅଟକ ରଖିଥିଲା । ପ୍ରକାଶ ଥାଉ କି, ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ୍‌ ସଂକ୍ରମଣ ଉପରେ ରୋକ୍‌ ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତର୍କତାମୂଳକ ପଦକ୍ଷେପ ସୂରୂପ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ଏହାସହ ଦିଲ୍ଲୀରେ ଧାରା ୧୪୪ ମଧ୍ୟ ଲାଗୁ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*