ହକି ଦଳର ଫର୍ମକୁ ନେଇ ସନ୍ତୁଷ୍ଟ କୋଚ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟ ଲଢ଼େଇ ସକାଶେ କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସରତ ରହିଛି ଭାରତୀୟ ସିନିୟର ପୁରୁଷ ହକି ଦଳ । ତେବେ ଦଳର ନିକଟ ଅତୀତର ବିଜୟୀ ଧାରା ମୁଖ୍ୟ କୋଚ୍‌ ଗ୍ରାହାମ୍‌ ରିଡ୍‌ଙ୍କୁ ଖୁବ୍‌ ପ୍ରୀତ କରିଛି । ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସ ଜିତିବା ପରଠାରୁ ଭାରତୀୟ ଦଳ ଟୋକିଓ ଟେଷ୍ଟ ଇଭେଣ୍ଟରେ ଚମ୍ପିଆନ୍‌ ହୋଇଛି । ସଦ୍ୟ ବେଲଜିୟମ ଗସ୍ତରେ ଅପରାଜୟ ରହିବା ଦଳ ପାଇଁ ବଡ଼ ସଫଳତା ହୋଇଛି । ରିଡ୍‌ କହିଛନ୍ତି ଠିକଣା ପଥରେ ଦଳ ଗତି କରି ରହିବା ଖୁବ୍‌ ଜରୁରୀ । ଏହି ବିଜୟୀ ଧାରା ଅଲିମ୍ପିକ୍‌ ଯୋଗ୍ୟତା ପର୍ଯ୍ୟାୟରେ ଜାରି ରଖିବା ଆବଶ୍ୟକ ବୋଲି ନିଜ ଖେଳାଳିମାନଙ୍କୁ ବୁଝାଇ ଦେଇଛନ୍ତି ରିଡ୍‌ । ନଭେମ୍ବର ୧ ଓ ୨ ତାରିଖରେ ଋଷିଆ ବିପକ୍ଷରେ ପୁରୁଷ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*