ହଂକଂ ଓପନ: ଆଗେଇଲେ ସିନ୍ଧୁ,ସାଇନା ଆଉଟ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହଂକଂ

ଏଠାରେ ଚାଲିଥିବା ୪ଲକ୍ଷ ଆମେରିକୀୟ ଡଲାର ପ୍ରାଇଜ୍ ମନି ବିଶିଷ୍ଟ ହଂକଂ ଓପନ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉନ୍ଦରେ ବୁଧବାର ହାରିଯାଇଛନ୍ତି ସାଇନା ନେହୱାଲ୍ । ଚୀନ୍ର କାଇ ୟାନ୍ ୟାନ୍ଙ୍କ ଠାରୁ ୧୩-୨୧, ୨୦-୨୨ରେ ପରାସ୍ତ ହୋଇଛନ୍ତି ସାଇନା ।ଲଗାତାର କିଛି ପ୍ରତିଯୋଗିତାର ପ୍ରାରମ୍ଭିକ ରାଉନ୍ଦରୁ ତାଙ୍କ ବିଦାହେବା ବଡ ଚିନ୍ତାର ବିଷୟ ହୋଇଛି । ଅନ୍ୟପଟେ ବିଶ୍ୱ ଚମ୍ପିଆନ୍ ପିଭି ସିନ୍ଧୁ ପ୍ରଥମ ରାଉନ୍ଦରେ ଦ.କୋରିଆର କିମ୍ ଗା ୟୁନ୍ଙ୍କୁ ୨୧-୧୫,୨୧-୧୬ରେ ପରାସ୍ତ କରି ପ୍ରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ସିନ୍ଧୁ ମ୍ୟାଚ୍‌ ଜିତିବାକୁ ୩୬ମିନିଟ୍ର ସମୟ ନେଇଥିଲେ । ଏହି ହଂକଂ ପ୍ରତିଯୋଗିତାରେ ସିନ୍ଧୁଙ୍କୁ ନିହାତି ଭାବେ ଟାଇଟେଲ ଜିତିବାକୁ ପଡ଼ିବ ।
ପୁରୁଷ ବର୍ଗରେ ସମୀର ବର୍ମା ମଧ୍ୟ ପ୍ରଥମ ରାଉନ୍ଦରେ ହାରିଯାଇଛନ୍ତି । ସମୀର ଚାଇନିଜ୍ ତାଇପାଇର ୱାଙ୍ଗ ଜୁ ୱେଇ ଠାରୁ ୧୧-୨୧, ୨୧-୧୩, ୮-୨୧ରେ ମ୍ୟାଚ୍‌ ହାରିଯାଇଥିଲେ । ଏହି ମ୍ୟାଚ୍‌ ଚାଲିଥିଲା ୫୪ମିନିଟ୍ । ତେବେ ଅନ୍ୟତମ ଭାରତୀୟ ଷ୍ଟାର୍ ପ୍ରଣୟ କିନ୍ତୁ ପ୍ରଥମ ରାଉନ୍ଦରୁ ପାର କରିଯାଇଛନ୍ତି । ଚୀନ୍ର ହୁୟାଙ୍ଗ ୟୁ ଜିଆଙ୍ଗଙ୍କୁ ୨୧-୧୭,୨୧-୧୭ରେ ପରାସ୍ତ କରି ରାଉନ୍ଦ ଅଫ୍ ୧୬ରେ ପ୍ରବେଶ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*