ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଶେଷ ମ୍ୟାଚ୍‌ ହାରି ୬ଷ୍ଠରେ ରହିଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ସିନିୟର କ୍ରିକେଟ୍‌ ଦଳର ଅତ୍ୟନ୍ତ ଅପମାନଜନକ ସିଜିନ୍‌ ଶନିବାର ଶେଷ ହୋଇଛି । ରଣଜୀ ଟ୍ରଫି, ବିଜୟ ହଜାରେ ଏବଂ ଏବେ ସୟଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫିରେ ଜାତୀୟସ୍ତରରେ ଦେଖାଇଲା ଭଳି କିଛି ପ୍ରଦର୍ଶନ ନକରି ଖେଳ ଶେଷ କରିଛି ଓଡ଼ିଶା । କୌଣସି ଗୋଟିଏ ପ୍ରତିଯୋଗିତାର ପରବର୍ତ୍ତୀ ପର୍ଯ୍ୟାୟକୁ ଯାଇପାରି ନାହିଁ । ଶନିବାର ଦିନ ଓଡ଼ିଶା ନିଜ ଶେଷ ଟି-୨୦ ମ୍ୟାଚରେ ବଙ୍ଗଳା ପାଖରୁ ହାରିଯାଇଛି ଅପମାନଜନକ ଭାବରେ । ବାରବାଟୀ ଷ୍ଟାଡିୟମ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ୧୦୯ରନ୍‌ର ଟାର୍ଗେଟକୁ ବଙ୍ଗଳା କେବଳ ୨ୱିକେଟ୍‌ ହରାଇ ହାସଲ କରିନେଇଥିଲା । ଟସ୍‌ ଜିତି ଓଡ଼ିଶା ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ନିଜ ୨୦ଓଭରରେ କେବଳ ୧୦୮ରନ୍‌ କରିପାରିଥିଲା ୯ୱିକେଟ୍‌ ହରାଇ । ଦଳର ବ୍ୟାଟିଂ କିପରି ଖରାପ ଥିଲା ତାହାର ପ୍ରମାଣ ହେଉଛି ବୋଲ୍‌ର ରାଜେଶ ମହାନ୍ତି କରିଥିଲେ ସର୍ବାଧିକ ୨୪ ରନ୍‌ । ଅଧିନାୟକ ଅନୁରାଗ କରିଥିଲେ ୨୦ରନ୍‌ । ଶାନ୍ତନୁ ୮,ଧୂପର ୧୦, ବିପ୍ଳବ ୨, ଅଭିଷେକ ୧୮, ଅରବିନ୍ଦ ୧୬ ଏବଂ ଶୁଭମ୍‌ ୧ ରନ୍‌ କରିଥିଲେ । ବଙ୍ଗଳା ପକ୍ଷରୁ ପୋରେଲ ୩, ଧିନ୍ଦା ୨ ୱିକେଟ ନେଇଥିଲେ । ୧୦୯ ରନ୍‌ର ପିଛା କରିଥିବା ବଙ୍ଗଳା କେବଳ ୧୨.୪ ଓଭରରେ ୨ ୱିକେଟ ହରାଇ ୧୧୧ ରନ କରି ମ୍ୟାଚ ଜିତିଥିଲା । ଭାରତୀୟ ଖେଳାଳି ରିଦ୍ଧିମାନ ଶାହା ସର୍ବାଧିକ ୫୨ରନ କରିଥିଲେ ୩୧ଟି ବଲରୁ । ସେଥିରେ ୩ ଛକା ଓ ୫ଚୌକା ସାମିଲ ଥିଲା । ଓଡ଼ିଶା ପକ୍ଷରୁ ପ୍ରଥମ ଟି-୨୦ ମ୍ୟାଚ ସିନିୟରସ୍ତରରେ ଶନିବାର ଖେଳିବା ଆରମ୍ଭ କରିଥିବା ଶୁଭମ୍‌ ନାୟକ ଏବଂ ଆଶୁତୋଷ ଦାସ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
୬ରେ ଓଡ଼ିଶା
ଓଡ଼ିଶା ଦଳ ଗ୍ରୁପ ଡିରେ ସ୍ଥାନ ପାଇଥିଲା । ଏହି ଗୁ୍ରପର ସବୁ ମ୍ୟାଚ ବାରବାଟୀ ଏବଂ ଡି୍ରମ୍ସ ପଡ଼ିଆରେ ଖେଳାଯାଇଥିଲା । ଏହି ଗ୍ରୁପରୁ ଟପ୍‌ ୨ ଦଳ ଉପରକୁ ଯିବାର ଥିଲା । ଓଡ଼ିଶା ୭ ମ୍ୟାଚରୁ ୩ବିଜୟ ଓ ୪ପରାଜୟ ସହ ୧୨ ପଏଣ୍ଟ ସହ ଗ୍ରୁପରେ ରହିଛି ୬ ନମ୍ବରରେ । ତେଣୁ ଉପରକୁ ଯାଇପାରିନାହିଁ । ଏହି ଗ୍ରୁପରୁ ପରବର୍ତ୍ତି ରାଉନ୍ଦକୁ ଯାଇଛନ୍ତି କର୍ଣ୍ଣାଟକ ଏବଂ ବଙ୍ଗଳା । କର୍ଣ୍ଣାଟକ ସବୁତକ ମ୍ୟାଚ ଜିତି ୨୮ ଓ ବଙ୍ଗଳା ୫ମ୍ୟାଚ ଜିତି ୨୦ ପଏଣ୍ଟ ସହ ୧-୨ ସ୍ଥାନରେ ରହି ପରବର୍ତ୍ତି ରାଉନ୍ଦକୁ ଯାଇଛନ୍ତି ।
ଅନ୍ୟ ଗ୍ରୁପ ଗୁଡ଼ିକରୁ ମଧ୍ୟ ଟପ୍‌ ଦୁଇ ଦଳ ପରବର୍ତ୍ତୀ ରାଉନ୍ଦକୁ ଉନ୍ନିତ ହୋଇଛନ୍ତି । ଗୁ୍ରପ୍ ଏ’ରୁ ଝାଡଖନ୍ଦ ଓ ଦିଲ୍ଲୀ ଯାଇଥିବାବେଳେ ଗୁପ୍ ବି’ର ବିଦର୍ଭ ଓ ଗୁଜରାଟ, ଗୁ୍ରପ୍ ସି’ରୁ ମୁମ୍ବାଇ ଓ ରେଳବାଇ, ଗୁ୍ରପ୍ ଡିରୁ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ଦଳ ଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*