ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ କ୍ୟାନ୍‌ସଲ ହେଲା କେବିସିର ସୁଟିଂ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବଲିଉଡ୍‌ର ମହାନାୟକ ଅମିତାଭ୍‌ ବଚ୍ଚନ ଏବେ କୌନ୍‌ ବନେଗା କରୋଡପତିର ସିଜନ୍‌-୧୧ ହୋଷ୍ଟ କରୁଛନ୍ତି । ତେବେ ଗତ କିଛିଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସେ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କେବିସିର ଟିମ୍‌ ସୁଟିଂକୁ କ୍ୟାନ୍‌ସଲ କରିଦେଇଥିବା ନିଷ୍ପତ୍ତି ହୋଇଛି । ହେଲେ ଏହି ସମୟରେ ବିଗ୍‌ ବିଙ୍କ ସ୍ୱାସ୍ଥ୍ୟକୁ ନେଇ ବିଭିନ୍ନ ମିଥ୍ୟା ଖବର ପ୍ରଚାରିତ ହେବାକୁ ନେଇ ବିଗ୍‌ ବି ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ବାବଦରେ ବିଗ୍‌ ବି ନିଜର ବ୍ଲଗ୍‌ରେ ଉଲ୍ଲେଖ କରିଛନ୍ତି । କିଛି ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅମିତାଭ୍‌ କହିଛନ୍ତି । ଶୁକ୍ରବାର ରାତିରେ ବିଗ୍‌ ବି ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ଏହି ସମୟରେ ଅମିତାଭ୍‌ଙ୍କ ସହ ପତ୍ନୀ ଜୟା ଓ ପୁଅ ଅଭିଷେକ ମଧ୍ୟ ସାଥିରେ ଥିଲେ । ଅମିତାଭ୍‌ ବଚ୍ଚନଙ୍କ କେବିସିର ସୁଟିଂ ଶୁକ୍ରବାର ଏବଂ ଶନିବାର ହୋଇଥାନ୍ତା । ମାତ୍ର ସେହି ସମୟରେ ବିଗ୍‌ ବି ହସ୍ପିଟାଲରେ ଚିକିତ୍ସିତ ହେଉଥିବାରୁ ସୁଟିଂକୁ ଦୁଇ ଦିନ ପୂର୍ବରୁ କ୍ୟାନ୍‌ସଲ କରିଦିଆଯାଇଥିବା ଜଣାପଡ଼ିଛି ।
ସୂଚନା ଥାଉ ଯେ, ବିଗ୍‌ ବିଙ୍କ ଲିଭର ସମସ୍ୟା ୧୯୮୨ରେ ଦେଖାଦେଇଥିଲା । ଏହି ସମୟରେ ଅମିତାଭ୍‌ ଫିଲ୍ମ ‘କୁଲି’ର ସୁଟିଂ ସମୟରେ ଗୁରୁତର ଆହାତ ହୋଇଥିଲେ । ବିଗ୍‌ ବିଙ୍କୁ ଆଘାତ ଲାଗିଥିଲା ବେଳେ ଭୁଲବଶତଃ ଜଣେ ହେପାଟାଇଟିସ୍‌-ବି’ ଭୂତାଣୁ ଥିବା ରକ୍ତଦାତାଙ୍କ ରକ୍ତ ତାଙ୍କ ଶରୀରରେ ପହଞ୍ଚôଥିଲ । ଅମିତାଭ୍‌ଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ‘ଝୁନ୍ଦ୍‌’, ‘ବଟର୍‌ ଫ୍ଲାଏ’, ‘ବ୍ରହ୍ମାସ୍ତ୍ର’, ‘ଗୁଲାବୋ ସିତାବୋ’ ଇତ୍ୟାଦି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*