ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ନେଇ ଆମରଣ ଅନଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ: ଯାଜପୁର ଟାଉନ

ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅଧିନସ୍ଥ ଜେନାପୁର ଡାକ୍ତରଖାନା ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଜାରି ରଖିଛନ୍ତି । ଜେନାପୁର ଡାକ୍ତରଖାନା ଉପରେ ଧର୍ମଶାଳା ବ୍ଲକ୍ ସମେତ ପଡୋଶୀ ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ଅଞ୍ଚଳର ପାଖାପାଖି ୫୦ ହଜାର ଲୋକ ନିର୍ଭର କରିଥାନ୍ତି । ଡାକ୍ତରଖାନାରେ ଦୀର୍ଘ ଦିନ ଧରି ଡାକ୍ତର ନଥିବା ବେଳେ ୪ ମାସ ହେବ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଏତଦ୍ ବ୍ୟତିତ ଏହି ଡାକ୍ତରଖାନାରେ କର୍ମଚାରୀଙ୍କ ଅଭାବ ପରିଲକ୍ଷିତ ହେଉଛି । ଏହି ଡାକ୍ତରଖାନାରେ ଜୀବନ ରକ୍ଷା, ସାପ କାମୁଡା, କୁକୁର କାମୁଡା ଇଞ୍ଜେକ୍ସନଠାରୁ ଆରମ୍ଭ କରି ସାଧାରଣ ଔଷଧ ମଧ୍ୟ ମିଳୁ ନାହିଁ । ଚଳିତ ମାସ ୨୪ ତାରିଖ ସୁଦ୍ଧା ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ସହିତ କର୍ମଚାରୀ ସମସ୍ୟା ପୂରଣ କରିବା, ପ୍ରସୂତି ବିଭାଗକୁ ଚାଲୁ କରିବା ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପାଇଁ ପ୍ରଶାସନକୁ ସେବା ସଂଗଠନ ଅନୁରୋଧ କରିଥିଲା । ତେବେ ସମସ୍ୟା ସମାଧାନ ତ ଦୂରର କଥା କେହି ସାମାନ୍ୟ ଭାବେ ଆଲୋଚନା ମଧ୍ୟ କଲେ ନାହିଁ । ଫଳରେ ସେବା ସଂଗଠନର ସଭାପତି ନିର୍ମଳ କୁମାର ପ୍ରଧାନ ଓ ବରିଷ୍ଠ ସଭ୍ୟ ଲାଲମୋହନ ଶତପଥି ବୁଧବାର ଦିନ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ଯାଏ ଏହି ଅନଶନ ଚାଲୁ ରହିବ ବୋଲି ସଭାପତି ଶ୍ରୀ ପ୍ରଧାନ ଓ ସାଧାରଣ ସମ୍ପାଦକ ସରୋଜ କାନ୍ତ ବେହେରା ସୂଚନା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*