ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ହନିଫ୍‌ଙ୍କ ଶ୍ରାଦ୍ଧ ବାର୍ଷିକୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଭଦ୍ରକ

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଅବିଭକ୍ତ ବାଲେଶ୍ୱରର ପ୍ରଥମ ବିଧାୟକ, ରାଜ୍ୟସଭା ସାଂସଦ ଓ ଉପବାଚସ୍ପତି ହୋଇଥିବା ଭଦ୍ରକର ଅନ୍ୟତମ ବରପୁତ୍ର ସଂଗ୍ରାମୀ ମହମ୍ମଦ ହନିଫ୍ଙ୍କ ୫୨ତମ ଶ୍ରାଦ୍ଧ ବାର୍ଷିକୀ ଭଦ୍ରକ ଶହୀଦ୍ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ସ୍ମୃତି କମିଟିର ସଭାପତି ପରମାନନ୍ଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ଅନ୍ୱାର ହୋସେନ୍ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ମଞ୍ଜୁଲତା ମନ୍ଦଳ, ମୁଖ୍ୟବକ୍ତା ଭାବେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସମ୍ମାନିତ ଅତିଥି ପୂର୍ବତନ ସାଂସଦ ଅନନ୍ତ ସେଠୀ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଭନ୍ଦାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମନ୍ଦଳ ପ୍ରମୁଖ ଯୋଗ ଦେଇ ମହମ୍ମଦ ହନିଫ୍ଙ୍କ ନୀତି, ଆଦର୍ଶ ତଥା ଏ ମାଟି ପାଇଁ ତାଙ୍କର ଅବଦାନର ସ୍ମୃତିଚାରଣ କରିଥିଲେ । ହନିଫ୍ଙ୍କ ସ୍ମୃତିକୁ ଚିର ଅମର କରି ରଖିବା ଲାଗି ତାଙ୍କର ଏକ ପ୍ରତିମୂର୍ତ୍ତି ଭଦ୍ରକ ସହରରେ ସ୍ଥାପନ କରିବା, ତାଙ୍କ ନାମରେ ଏକ ମୁ୍ୟଜିୟମ ପ୍ରତିଷ୍ଠା କରିବା, ତାଙ୍କ ବାସଭବନ ଠାରେ ଏକ ସ୍ମୃତି ପାଠାଗାର ପ୍ରତିଷ୍ଠା କରିବା ପାଇଁ ସ୍ମୃତି କମିଟି ପକ୍ଷରୁ ଶ୍ରାଦ୍ଧ ବାର୍ଷିକୀରେ ଉପସ୍ଥିତ ସାଂସଦ, ବିଧାୟକଙ୍କ ଠାରେ ଦାବି କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*