ସ୍ୱାଧୀନତା- କ୍ୟାରିୟର-ଦାୟିତ୍ୱ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ପ୍ରତିଟି ଝିଅ ପାଇଁ ବିବାହ କରିବା ଏକ ସୁନ୍ଦର ସ୍ୱପ୍ନ ଭଳି ରହିଥାଏ । ବିବାହ କରିବା ସହଜ ହୋଇଥାଏ ମାତ୍ର ବିବାହ ପରର ଦାୟିତ୍ୱ ନିବାହ କରିବା ଅନେକଙ୍କ ପାଇଁ କଷ୍ଟକର ହୋଇଥାଏ । ବିବାହ ସହ ଶଶୂର ଘରେ ରହିବା ପରେ କିଛି ଘଟଣାକୁ ନେଇ ଅନେକ ମହିଳା ପଶ୍ଚାତାପ କରିଥାନ୍ତି । ଗୋଟିଏ ଛାତ ତଳେ ଆଉ ଏକ ପରିବାରର ଭଲମନ୍ଦକୁ ମୁନ୍ଦାଇବା କାରଣରୁ କିଛି ଘଟଣା ମଧ୍ୟ ମନକୁ ଆସିଥାଏ । ସେତେବେଳେ ମନ ଭିତରେ ସ୍ୱାଭାବିକ ପ୍ରଶ୍ନ ଉଠିଥାଏ,କାହିଁକି ମୁଁ ବିବାହ କଲି?
ସ୍ୱାଧୀନତା: ପ୍ରତି ବ୍ୟକ୍ତିର ସବୁଠୁ ପସନ୍ଦର ବିଷୟ ହେଉଛି ନିଜର ବ୍ୟକ୍ତିଗତ ସ୍ୱାଧୀନତା । ବିବାହ ପୂର୍ବରୁ ଅନେକ ମାତ୍ରାରେ ଏହା ରହିଥାଏ । ହେଲେ ବିବାହ ପରେ ଏହି ସ୍ୱାଧୀନତାରେ ପରୋକ୍ଷ ଭାବେ ଓ ପ୍ରତ୍ୟକ୍ଷ ଭାବେ ଲାଗିଯାଇଥାଏ ଅଙ୍କୁଶ । ବାପ ଘରର ଚାଲି ଚଳଣ,ଆଚାର ବ୍ୟବହାର ଶଶୂର ଘରେ ବଦଳିଥାଏ, ଅନେକ ପରିସ୍ଥିତିକୁ ଦୃଷ୍ଟିରେ ରଖି ବଦଳାଇବାକୁ ବାଧ୍ୟ ହୋଇଥାନ୍ତି । ପ୍ରତିଟି ଛୋଟମୋଟ କଥାରେ ଶାଶୂ-ଶଶୂର, ସ୍ୱାମୀଙ୍କର ମତାମତ ନେବାକୁ ପଡିଥାଏ । ଏହି ପରିସ୍ଥିତିରେ ମହିଳାମାନେ ଭାବିଥାନ୍ତି ଯଦି ମୁଁ ବିବାହ କରିନଥାନ୍ତି ତେବେ ଭଲରେ ଥାନ୍ତି ।
କ୍ୟାରିୟର: ବିବାହ ପରେ ଅନେକ ମହିଳାଙ୍କ କ୍ଷେତ୍ରରେ ଘରୋଇ ଦାୟିତ୍ୱ କାରଣରୁ ନିଜ କ୍ୟାରିୟରକୁ ଆଗକୁ ନେବାରେ ସମସ୍ୟା ଆସିଥାଏ । ଅନେକ କ୍ଷେତ୍ରରେ ଶଶୂର ଘରେ ଲୋକେ ଚାକିରି ପାଇଁ ଅନୁମତି ଦେଇନଥାନ୍ତି । ଅନୁମତି ଦେଲେ ମଧ୍ୟ ରଖିଥାନ୍ତି କିଛି ସର୍ତ୍ତ । ଏପରି କ୍ଷେତ୍ରରେ କ୍ୟାରିୟର ଉପରେ ଫୋକସ୍‌ କରିବା ସମସ୍ୟାଭରା ହୋଇଥାଏ ।
ଘରୋଇ ଦାୟିତ୍ୱ: ଯେଉଁ ଝିଅମାନେ ସାମାନ୍ୟ ଅଳସୁଆ, କାମ କରିବାରୁ ଦୂରେଇ ରହିବାକୁ ଭଲ ପାଆନ୍ତି ସେମାନେ ବିବାହ ପରେ ବଡ଼ ସମସ୍ୟାର ସମ୍ମୁଖିନ ହୋଇଥାନ୍ତି । କାରଣ ଶଶୂର ଘରେ ସେମାନଙ୍କ ଉପରେ ଥାଏ ଘରର ସବୁ ଦାୟିତ୍ୱ । ପରିବାର ବଡ଼ ଥିଲେ କାମର ଦାୟିତ୍ୱ ଆହୁରି ବଢିଯାଇଥାଏ । ଦାୟିତ୍ୱ ତୁଲାଇବାରେ ଅସନ୍ତୋଷ କିମ୍ବା ଅସହଯୋଗ କଲେ ପାରିବାରିକ ସମସ୍ୟା ମଧ୍ୟ ବଢିଥାଏ । ଆଉ ଏହି ସମୟରେ ମନେ ପଡିଥାଏ କାହିଁକି ମୁଁ ବାହା ହେଲି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*