ସ୍ୱସ୍ତିକ, ସତ୍ୟେନ୍ଦ୍ର ଓ ଅନନ୍ତ ପାଇଲେ ସରୋଜ ମହାସୁଆର ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ରବିବାର ଅପରାହ୍ନରେ ସ୍ଥାନୀୟ ଟାଉନକ୍ଳବ ପରିସରରେ ଏକ ଭାବପୂର୍ଣ୍ଣ ଉତ୍ସବ ଅନୁଷ୍ଠିତ ହୋଇ ୧୭ତମ ସରୋଜ ମହାସୁଆର ସମ୍ମାନ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ରାଜ୍ୟର ଯୁବ କି୍ରକେଟର ସ୍ୱସ୍ତିକ ସାମଲ ଏବଂ ରାଜ୍ୟ କି୍ରକେଟ ଦୁନିଆର ଦୁଇ ଜଣାଶୁଣା ଅମ୍ପାୟାର ଅନନ୍ତ ବାସୁଦେବ ମିଶ୍ର ତଥା ସତ୍ୟେନ୍ଦ୍ର ମୋହନ ମହାନ୍ତିଙ୍କୁ ପ୍ରଦାନ କରାଯାଇଛି ଏହି ମହାସୁଆର ସମ୍ମାନ । ମନୋଜ ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ଟାଉନ କ୍ଳବର ସଭାପତି ତଥା ବିଧାୟକ ସୁରେଶ ରାଉତରାୟ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପନ୍ଦା ଓ ସମୀର ରଂଜନ ଦାଶଙ୍କ ସହ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଅନନ୍ତ ନାରାୟଣ ଜେନା ଏହି ଉତ୍ସବରେ ସାମିଲ ହୋଇଥିଲେ । ଏମାନଙ୍କ ସହ ବିଖ୍ୟାତ କି୍ରକେଟ କୋଚ କିଶୋର ମାଣିଆ ଓ ପୂର୍ବତନ କର୍ପୋରେଟର ବିରଞ୍ଚôନାରାୟଣ ମହାସୁପକାର ମଧ୍ୟ ସାମିଲ ହୋଇ ଏହି କ୍ରୀଡ଼ା ପ୍ରତିଭାମାନଙ୍କୁ ସମ୍ମାନିତ କରିଥିଲେ । ସ୍ୱର୍ଗତ ସରୋଜ ମହାସୁଆର ରାଜ୍ୟର ଜଣେ ପ୍ରତିଷ୍ଠିତ ଅମ୍ପାୟାର ଥିଲେ । ୨୦୦୨ ମସିହାରେ କଟକଠାରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତାର ଖେଳ ପରିଚାଳନା କରିବା ପରେ ଭୁବନେଶ୍ୱର ଫେରୁଥିବା ବେଳେ ସଡକ ଦୁର୍ଘଟଣାରେ ତାଙ୍କ ପରଲୋକ ହୋଇଥିଲା । ୨୦୦୪ ମସିହାରୁ ଲଗାତାର ଭାବେ ଏହି ସମ୍ମାନଜନକ ସ୍ମୃତି ପୁରସ୍କାର ପ୍ରଦାନ କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*