ସ୍ମିତାଙ୍କ ଲାଗି ଗାନ୍ଧୀ ପାଦ ତଳେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତୁ୍ୟକୁ ଶନିବାର ଦିନ ଗୋଟିଏ ମାସ ପୂରଣ ହୋଇଛି । କେଉଁଭଳି ସ୍ଥିତିରେ ସ୍ମିତାରାଣୀଙ୍କ ମୃତୁ୍ୟ ହୋଇଛି ତାହାକୁ ନେଇ ଭାଜପା ପ୍ରଶ୍ନ ଉଠାଇଛି । ପୁଲିସ୍‌ ତଦନ୍ତରେ ପକ୍ଷପାତିତା ହୋଇଥିବାରୁ ଘଟଣାର ସିବିଆଇ ତଦନ୍ତ କରି ଅଧିବେଶନ ଆରମ୍ଭରୁ ଭାଜପା ଗୃହରେ ପ୍ରତିବାଦ ଜାରି ରଖିଛି । ଶନିବାର ଗୃହର ପ୍ରଶ୍ନକାଳ ଆରମ୍ଭରୁ ଭାଜପା ବିଧାୟକମାନେ ନିଜ ଆସନରେ ଛିଡା ହୋଇ କଳା ଉତ୍ତରୀୟ ଧାରଣା ସହ ପ୍ରତିବାଦ କରିଥିଲେ । ପ୍ରଶ୍ନକାଳରେ ଭାଜପା ବିଧାୟକମାନେ ଏଭଳି ଢଙ୍ଗରେ ପ୍ରତିବାଦ କରିବାରୁ ଏଥିରୁ ନିବୃତ ରହିବା ପାଇଁ ବାଚସ୍ପତି ଅନୁରୋଧ କରିଥିଲେ ମଧ୍ୟ ଏହାକୁ ଭାଜପା ଗ୍ରହଣ କରିନଥିଲା । ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ତାଙ୍କ ଦଳକୁ ଆଲୋଚନା ପାଇଁ ସୁଯୋଗ ମିଳିନଥିବାରୁ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଥିଲେ । ପ୍ରତିବାଦ ପାଳନ କରୁଥିବା ଭାଜପା ବିଧାୟକମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ଆମନ୍ତ୍ରଣ କରିଥିଲେ । ଏପରିକି ଗୃହରେ ଭାଜପା ବିଧାୟକ ମଦନମୋହନ ଦତ୍ତଙ୍କ ବିଜ୍ଞାନ ପାର୍କ ସମ୍ପର୍କୀୟ ପ୍ରଶ୍ନ ଆଲୋଚନାକୁ ଆଣିଥିଲେ । ମନ୍ତ୍ରୀ ଉତ୍ତର ଦେଇଥିଲେ ମଧ୍ୟ ବିଧାୟକ ଶ୍ରୀ ଦତ୍ତ ଏଥିରେ ଭାଗ ନେଇନଥିଲେ । ଗୃହ କାର୍ଯ୍ୟରେ ସହଯୋଗ ପାଇଁ ବାଚସ୍ପତି ଅନୁରୋଧ କରୁଥିବା ବେଳେ ଉପନେତା ଶ୍ରୀ ସେଠୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ବାଚସ୍ପତି ଓ ସେଠୀଙ୍କ ମଧ୍ୟରେ ଗୃହ ଭିତରେ କିଛି ସମୟ ଧରି କଥା କଟାକଟି ଚାଲିଥିଲା । ଗୃହରେ ସ୍ମିତାରାଣୀଙ୍କ ସମ୍ପର୍କରେ କହିବାକୁ ବାଚସ୍ପତି ସୁଯୋଗ ଦେଉନଥିବାରୁ ସେମାନେ କକ୍ଷତ୍ୟାଗ କରି ଧାରଣା ଦେବେ ବୋଲି ଘୋଷଣା କରିଥିଲେ । ଘୋଷଣା ପରେ ପରେ ଭାଜପା ବିଧାୟକମାନେ ଗୃହ ବାହାରକୁ ଯାଇ ବିଧାନସଭା ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଭାଜପା ଧାରଣାରୁ ଉଠି ଆସିବାକୁ ବାଚସ୍ପତି ଗୃହରୁ ଅନୁରୋଧ କରିଥିଲେ । ଗୃହରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବିଲ୍‌ ଉପରେ କାର୍ଯ୍ୟକ୍ରମ ଥିବାରୁ ସଦସ୍ୟମାନେ ବିଧାନସଭା କାର୍ଯ୍ୟରେ ଯୋଗ ଦିଅନ୍ତୁ ବୋଲି ଅନୁରୋଧ ଜଣାଇଥିଲେ । ଧାରଣାରତ ବିଧାୟକମାନଙ୍କୁ ଗୃହକୁ ଫେରାଇ ଆଣିବା ପାଇଁ ଶାସକ ଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ ଓ ବିଧାୟକ ସୁଧିର ସାମଲଙ୍କୁ ଧାରଣା ସ୍ଥଳକୁ ପଠାଇଥିଲେ । ଧାରଣା ସ୍ଥଳକୁ ଯାଇ ଆଲୋଚନା କରିବା ପରେ ଗୃହକୁ ଫେରିଆସି ମୁଖ୍ୟ ସଚେତକ ମନ୍ତବ୍ୟ ରଖିଥିଲେ । ବିରୋଧୀ ଦଳ ନେତାଙ୍କ ସହ ଭାଜପା ବିଧାୟକମାନଙ୍କୁ ଗୃହକୁ ଫେରି ଆସିବାକୁ ବାଚସ୍ପତିଙ୍କ ଅନୁରୋଧ ଜଣାଇଥିଲେ ମଧ୍ୟ ସେମାନେ ଏହାକୁ ଗ୍ରହଣ କରିନଥିଲେ । ଦଳୀୟ ମହଲରେ ଆଲୋଚନା କରି ଭାଜପା ନିଜର ନିଷ୍ପତ୍ତି ନେବ ବୋଲି କହିଥିବା ମୁଖ୍ୟ ସଚେତକ ଗୃହକୁ ଜଣାଇଥିଲେ । ଏପଟେ ଗୃହ ବାହାରେ ବିରୋଧୀ ଦଳ ଉପନେତା ବାଚସ୍ପତି ପକ୍ଷପାତିତା ଭୂମିକା ନେଇ ଟିପ୍ପଣୀ ରଖିଥିଲେ । ସ୍ମିତାରାଣୀଙ୍କୁ ଧର୍ଷଣ ଓ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଅଭିଯୋଗ କରୁଛନ୍ତି । ଘଟଣାର ସିବିଆଇ ତଦନ୍ତ ଘୋଷଣା ନ ହେବା ଯାଏଁ ଦଳର ପ୍ରତିବାଦ ଜାରି ରହିବ ବୋଲି ବିରୋଧୀ ଦଳ ଉପନେତା ଗଣମାଧ୍ୟମକୁ କହିଥିଲେ । ବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*