ସ୍ମାର୍ଟ ଇଣ୍ଡିଆ ହାକାଥନର ୪୮ଟି ନୋଡାଲ୍ ସେଣ୍ଟର ମଧ୍ୟରେ ସୋଆ ସାମିଲ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର
ସ୍ମାର୍ଟ ଇନ୍ଦିଆ ହାକାଥନ (ଏସ.ଆଇ.ଏଚ-୨୦୧୯)ର ତୃତୀୟ ସଂସ୍କରଣରେ ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ଟୁ ବି ୟୁନିଭର୍ସିଟି ନୋଡାଲ୍ ସେଣ୍ଟର ଭାବେ ମନୋନୀତ ହୋଇଛି । ସାରା ଦେଶର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିତିଦିନିଆ ଜୀବନରେ ଘଟୁଥିବା ସମସ୍ୟାର ସମାଧାନ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ଲାଟଫର୍ମ ଦେବା ଲକ୍ଷ୍ୟରେ ସାରା ଦେଶରେ ଏକା ସାଙ୍ଗରେ ଆୟୋଜିତ ହେବାକୁ ଯାଉଛି ସ୍ମାର୍ଟ ହାକାଥନ ।
କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ, ଅଲ ଇନ୍ଦିଆ କାଉନସିଲ୍ ଫର ଟେକନିକାଲ ଏଜୁକେସନ, ଇଂଟର ଇନଷ୍ଟିଚୁ୍ୟସନାଲ ଇନକ୍ଲୁସିଭ ଇନୋଭେସନ୍ ସେଣ୍ଟର (ଆଇ୪ସି) ଏବଂ ପରସିସଟେଣ୍ଟ ସିଷ୍ଟମ୍ ପକ୍ଷରୁ ଆୟୋଜିତ ଦେଶବ୍ୟାପି ଏହି ପ୍ରତିଯୋଗୀତା ମାର୍ଚ୍ଚ ୨ ସକାଳ ୮.୩୦ ରେ ଆରମ୍ଭ ହୋଇ ୩୬ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଏହି ପ୍ରତିଯୋଗୀତାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସେମାନଙ୍କୁ ୪୨୦୦୦ଟି ଟିମ୍ରେ ବିଭକ୍ତ କରାଯାଇଛି । କେନ୍ଦ୍ର ସରକାରଙ୍କର ପ୍ରାୟ ୧୮ ଟି ବିଭାଗ ଏହି ସ୍ମାର୍ଟ ହାକାଥନର ଆୟୋଜନରେ ସାମିଲ୍ ହୋଇଛନ୍ତି ।
ସମାଜର ତଥା ବିଭିନ୍ନ କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମାଧାନ କରିବା ପାଇଁ ଆୟୋଜିତ ଏହି ସ୍ମାର୍ଟ ହାକାଥନର ଅନ୍ୟତମ ନୋଡାଲ୍ ସେଣ୍ଟର ସୋଆ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ସୋଆ ପରିଚାଳିତ ଆଇଟିଇଆର କଲେଜ ପରିସରରେ ଉଦଘାଟନ କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ହାକାଥନରେ ଭାଗନେଉଥିବା ଦେଶର ଛାତ୍ରଛାତ୍ରୀମାନଙ୍କୁ ଶନିବାର ସକାଳେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସୋଆରେ ଆୟୋଜିତ ହେବାକୁ ଥିବା ହାକାଥନକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଆୟୋଜନ କରିଥିବା ବେଳେ ୩୬ ଟି ଟିମ୍ରେ ବିଭକ୍ତ ୨୮୮ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗନେବେ ।
ଏହି ହାକାଥନକୁ ଆୟୋଜନ କରିବା ପାଇଁ ଦେଶବ୍ୟାପି ୪୮ ଟି ନୋଡାଲ୍ ସେଂଟର ମନୋନୀତ କରାଯାଇଛି । ହାକାଥନରେ ଯୋଗଦେଇଥିବା ଛାତ୍ରଛାତ୍ରୀମାନେ ପ୍ରଯୁକ୍ତି କ୍ଷେତ୍ରରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉପୁଜୁଥିବା ସମସ୍ୟା ଉପରେ କାର୍ଯ୍ୟ କରିବେ ଏବଂ ଏହାର ସମାଧାନର ବାଟ ବାହାର କରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରଚନାତ୍ମକ ଚିନ୍ତାଧାରା ଆଣିବା ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଶାଣିତ କରିବା ଏହାର ମୂଳଲକ୍ଷ୍ୟ ।
୨୦୧୭ ଏବଂ ୨୦୧୮ରେ ଆୟୋଜିତ ହାକାଥନ ଖୁବ୍ ସଫଳତା ପାଇଥିଲା । ସ୍ମାର୍ଟ ଇନ୍ଦିଆ ହାକାଥନ -୨୦୧୯ର ଥିମ୍ ରହିଛି ସ୍ମାର୍ଟ କମୁ୍ୟନିକେସନ, ହେଲଥ କେୟାର ଏବଂ ବାୟୋମେଡିକାଲ୍ ଡିଭାଇସେସ, ଏଗି୍ରକଲଚର ଏବଂ ରୁରାଲ୍ ଡେଭେଲପମେଂଟ, ସ୍ମାର୍ଟ ଭେହିକିଲ୍, ଫୁଡ ଟେକ୍ନୋଲଜି, ରୋବୋଟିକ୍ସ ଆନ୍ଦ ଡ୍ରୋନ, ୱେଷ୍ଟ ମ୍ୟାନେଜମେଂଟ, କ୍ଲିନ ୱ୍ୟାଟର, ରିନୁ୍ୟବଲ୍ ଏନର୍ଜି, ସିକୁରିଟି ଆନ୍ଦ ସର୍ଭେଲାନ୍ସ ଏବଂ ହସପିଟାଲିଟି, ଫାଇନାନ୍ସିଆଲ୍ ସର୍ଭିସେସ୍, ଏଂଟରଟେନମେଣ୍ଟ, ଟୁରିଜିମ୍ ଓ ରିଟେଲ୍ । ଏହି ହାକାଥନ ପାଇଁ ଦେଶବ୍ୟାପୀ ପ୍ରାୟ ୪୨୦୦୦ ଟିମ୍ ପଞ୍ଜୀକୃତ ହୋଇସାରିଥିବା ବେଳେ ପ୍ରାୟ ୫୭୦୦୦ ଚିନ୍ତାଧାରା ସମ୍ବଳିତ ପତ୍ର ପ୍ରଦାନ କରାଯାଇଅଛି । ସର୍ବାଧିକ ମହାରାଷ୍ଟ୍ରର ୨୮୫ ଟି ଟିମ୍ ଯୋଗଦେବା ନିମନ୍ତେ ପଞ୍ଜୀକୃତ ହୋଇଥିବା ବେଳେ ତାମିଲ୍ନାଡୁର ୨୪୧ ଟି ଏବଂ ଦିଲ୍ଲୀର ୧୧୨ ଟି ଟିମ୍ ପଞ୍ଜୀକୃତ ହୋଇଛନ୍ତି ସେହିପରି ଓଡ଼ିଶାରେ ୩୨ଟି ଟିମ୍ ପଞ୍ଜିକୃତ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*