ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜିତିଲା ନ୍ୟୁଜିଲାଣ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ

ଗତ ବିଶ୍ୱକପ୍‌ ଫାଇନାଲରେ ଇଂଲନ୍ଦ ବିପକ୍ଷରେ ବଡ଼ ବିବାଦୀୟ ଭାବରେ ପରାଜିତ ହୋଇଥିଲା ନୁ୍ୟଜିଲାନ୍ଦ ଦଳ । ଜୁଲାଇ ୧୪ ତାରିଖର ଫାଇନାଲ ଲର୍ଡସ ପଡିଆରେ ଅନୁଷ୍ଠିତ ହୋଇଥିଲା । ଅତ୍ୟନ୍ତ ରୋମାଞ୍ଚକର ମ୍ୟାଚରେ ବଡ଼ ବିବାଦୀୟ ନିୟମ ବଳରେ ଇଂଲନ୍ଦ ଚମ୍ପିଆନ୍‌ ହୋଇଥିଲା । ପରାଜିତ ହୋଇଥିଲେ ମଧ୍ୟ ନୁ୍ୟଜିଲାନ୍ଦ ଦଳର ଖେଳାଳିମାନେ ଅତ୍ୟନ୍ତ ଭଦ୍ରୋଚିତ ବ୍ୟବହାର କରିବା ସହ ପରାଜୟରେ ମଧ୍ୟ ନିଜ ସମ୍ମାନ ରଖିବାକୁ ଚେଷ୍ଟା କରିଥିଲେ । ଏହି ଆଚରଣକୁ ନେଇ ସମସ୍ତେ ନୁ୍ୟଜିଲାନ୍ଦ ଦଳକୁ ଭୂରିଭୂରି ପ୍ରଶଂସା କରିଥିଲେ । ସେଇଥି ପାଇଁ ଏମସିସି ପକ୍ଷରୁ ଖ୍ରୀଷ୍ଟଫର ମାର୍ଟିନ ସ୍ପିରିଟ୍‌ ଅଫ୍‌ କି୍ରକେଟ ପୁରସ୍କାର ନୁ୍ୟଜିଲାନ୍ଦ ଦଳକୁ ପ୍ରଦାନ କରାଯାଇଛି । ଏମସିସିର ସଭାପତି କୁମାର ସଙ୍ଗକାରା କହିଛନ୍ତି ଏହି ସମ୍ମାନଜନକ ପୁରସ୍କାର ପାଇବାର ଏକମାତ୍ର ହକଦାର ଥିଲା ନୁ୍ୟଜିଲାନ୍ଦ ଦଳ । ତେଣୁ ଆମେ ତାକୁ ଏହା ଦେବାକୁ ସ୍ଥିର କରିଥିଲୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*