ସ୍ଥାୟୀ ଜମିପଟା ଓ ଭୂମିହୀନଙ୍କୁ ଘରଢ଼ିହ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଯାଜପୁର ଟାଉନ

ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଗ୍ରାମବାସୀମାନେ ଭାରପ୍ରାପ୍ତ ଜିଲ୍ଲାପାଳଙ୍କୁ ଭେଟି ସ୍ଥାୟୀ ଜମିପଟା ଓ ଭୂମିହୀନମାନଙ୍କୁ ଘରଢ଼ିହ ଦେବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଧର୍ମଶାଳା ଅନ୍ତର୍ଗତ ଅଞ୍ଜିରା ଗ୍ରାମପଞ୍ଚାୟତର ୧୬ଟି ଗ୍ରାମର ଗ୍ରାମବାସୀମାନେ ୧୯୫୪ ମସିହା ଠାରୁ ଜମିଦାରୀ ଉଚ୍ଛେଦ ପରେ ଯେଉଁମାନଙ୍କୁ ହାତପଟ୍ଟା ଦିଆଯାଇଥିଲା ଓଡ଼ିଶା ସରକାର ତାହା ତହସିଲ ମାଧ୍ୟମରେ ଜମା ଧାର୍ଯ୍ୟ କରି ଆରଆଇଙ୍କ ଦ୍ୱାରା ରାଜସ୍ୱ ଆଦୟ କରୁଥିଲେ । ସେହିମାନଙ୍କ ନାମରେ ଟିଏଲ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ସେବେ ଠାରୁ ଏହି ଜମି ମାଲିକମାନେ ନିଜ ଜମିକୁ ବିକି୍ର, ବଦଳି, ବ୍ୟାଙ୍କରେ ବନ୍ଧକ ଆଦି କରିଆସୁଥିଲେ । ବଳରାମପୁର ସର୍କଲରେ ୩୦/୪୦ଟି ମୌଜା କାର୍ଯ୍ୟ କରାଯାଉଥିବା ବେଳେ ୧୯୯୭-୯୮ ମସିହା ମଧ୍ୟରେ ୫ଟି ମୌଜା ବ୍ୟତିତ ଅନ୍ୟ ସମସ୍ତ ମୌଜା ବନେ୍ଦାବସ୍ତ କାର୍ଯ୍ୟ ସମାପ୍ତ ହୋଇ ସେମାନଙ୍କ ନାମରେ ରେକର୍ଡ କରାଯାଇଛି । ୨୦୧୩ ମସିହାରେ ଅଞ୍ଜିରା ସମେତ ୪ଟି ମୌଜା ପଟ୍ଟା ପ୍ରଦାନ କରାଯାଇଥିଲା ଯାହାକି ସମସ୍ତ ଅନାବାଦି ଖାତାରେ ରଖାଯାଇଥିଲା । ଫଳରେ ଏହି ମୌଜାବାସୀମାନେ ପଟ୍ଟା ପାଇବାକୁ ବଞ୍ଚôତ ହେଲେ । ବିଶେଷ କରି ଅଞ୍ଜିରା ପଞ୍ଚାୟତର ଶ୍ୟାମସୁନ୍ଦରପୁର, ଗୋଡିପାଟିଆ, ବାଉଁଶଡ଼ୋଳ, ମୁରାରୀପୁର, ଗମ୍ଭାରିଆ, ଗୁରୁସାହି, ବାଲିସାହି ସମେତ ୧୨ଟି ଗ୍ରାମର ଲୋକମାନଙ୍କ ଜମି ପତିତ / ଅନାବାଦି ଖାତାଭୁକ୍ତ କରାଯାଇଛି । ଦଖଲ କରୁଥିବା ଲୋକମାନଙ୍କ ପାଖରେ ଜମିଜମା ମାଲିକାନାର କୌଣସି କାଗଜ ନଥିବାରୁ ସେମାନେ ନିଜ ନାମରେ ଘରବାରୀରୁ ବଞ୍ଚôତ ହୋଇଛନ୍ତି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଆରଡିସିଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*