ସ୍ଥାନ ଅଭାବ: ଶବ ଉପରେ ଶବ ପୋତାଯାଉଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜାକର୍ତ୍ତା
ଇନେ୍ଦାନେସିଆର ରାଜଧାନୀ ଜାକର୍ତ୍ତାରେ ବଢୁଥିବା ଜନସଂଖ୍ୟାର ପ୍ରଭାବ କବରସ୍ଥାନ ଉପରେ ଦେଖିବାକୁ ମିଳିଲାଣି । ଘରଦ୍ୱାର ବଢୁଥିବାରୁ କବର ଦେବା ପାଇଁ ସ୍ଥାନ ମିଳୁନି । ଏହି କାରଣରୁ ଶବ ଉପରେ ଶବ ପୋତିବାକୁ ବାଧ୍ୟ ହେଉଛନ୍ତି ଲୋକେ ।
୨୦୧୭ ରୁ ସରକାର ଏଠାରେ କବର ବନାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ତେବେ ବିକଳ୍ପ ବ୍ୟବସ୍ଥା କରିନଥିବାରୁ ଲୋକେ ବଡ଼ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗୋଟିଏ ପରିବାରର କବର ଉପରେ ସେହିପରିବାରର ଅନ୍ୟ ସଦସ୍ୟଙ୍କ ଶବକୁ କବର ଦିଆଯାଉଛି । ଦେଶରେ ବର୍ତ୍ତମାନ ଛୋଟବଡ଼ ୮୪ଟି କବର ସ୍ଥାନ ରହିଥିଲା ବେଳେ ୬୦ ରୁ ଅଧିକ କବରସ୍ଥାନରେ ସ୍ଥାନ ନାହିଁ । ଏହାକୁ ନେଇ ଅନେକ ଥର ବିବାଦ ସୃଷ୍ଟି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସାଧାରଣରେ ବଡ଼ ଅସନ୍ତୋଷ ସୃଷ୍ଟି ହେଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*