ସ୍ଥାନୀୟ କୋଚ୍‌ଙ୍କ ଲାଗି କର୍ମଶାଳା କଲା ଓଡ଼ିଶା ଏଫ୍‌ସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ଫୁଟବଲ କୋଚ୍‌ ମାନଙ୍କ ଲାଗି ଏକ ତାଲିମ କର୍ମଶାଳାର ଆୟୋଜନ ଇନ୍ଦିଆନ୍‌ ସୁପର ଲିଗ୍‌ କ୍ଳବ ଓଡ଼ିଶା ଏଫ୍‌ସି କରିଛି । ମଙ୍ଗଳବାର ଦିନ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଓଡ଼ିଶା ଏଫ୍‌ସିର ମୁଖ୍ୟ କୋଚ୍‌ ଯୋଶେଫ୍‌ ଗମ୍ଭାଉ ସହକାରୀ କୋଚ୍‌ ଥାଙ୍ଗବୋଇ ଏହି କର୍ମଶାଳାରେ ଉପସ୍ଥିତ ରହି କୋଚ୍‌ମାନଙ୍କୁ ବିଭିନ୍ନ କୌଶଳ ବାବଦରେ ବତାଇଥିଲେ । ଓଡ଼ିଶା ଏଫ୍‌ସିର ଅଭ୍ୟାସ ମ୍ୟାଚ୍‌ ପ୍ରଥମେ ଦେଖିବା ପରେ ସ୍ଥାନୀୟ କୋଚ୍‌ମାନେ ଥିଓରୀ ଏବଂ ପ୍ରାକ୍ଟିକାଲ ପାଠ୍ୟକ୍ରମରେ ସାମିଲ ହୋଇଥିଲେ । କ୍ଳବର ଫୁଟବଲ ବିକାଶ ମୁଖ୍ୟ ଆକାଶ ନରୁଲା, ତୃଣମୂଳ କାର୍ଯ୍ୟକ୍ରମର ମ୍ୟାନେଜର ସୟାନତନ୍‌ ଗାଙ୍ଗୁଲୀ ଏବଂ ମ୍ୟାନେଜର ଶୁଭମ ଦାସ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*