ସ୍ଥଗିତ ରହିଲା ଥୋମାସ ଓ ଉବର କପ୍‌ ଫାଇନାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଲନ୍ଦନ

ଏକାଧିଖ ପ୍ରମୁଖ ଦଳ କୋଭିଡ ମହାମାରୀ କାରଣରୁ ଆସନ୍ତା ମାସରେ ଡେନମାର୍କରେ ହେବାକୁ ଥିବା ଥୋମାସ ଓ ଉବର କପ୍‌ ଫାଇନାଲରୁ ଓହରାଇ ନେବା ପରେ ବିଶ୍ୱ ବ୍ୟାଡ଼ମିଣ୍ଟନ ସଂଘ ଚଳଚଞ୍ଚଳ ହୋଇଛି । ଭାରତୀୟ ଷ୍ଟାର ଖେଳାଳି ସାଇନା ନେହେୱାଲ ବି ଆଶଙ୍କା ପ୍ରକଟ କରିଥିଲେ ଖେଳାଳିଙ୍କ ସୁରକ୍ଷା ବିଷୟକୁ ନେଇ । ଶେଷରେ ମଙ୍ଗଳବାର ବିଶ୍ୱ ବ୍ୟାଡ଼ମିଣ୍ଟନ ସଂଘ ଏହି ପ୍ରମୁଖ ପ୍ରତିଯୋଗିତାକୁ ସ୍ଥଗିତ ରଖିବା ଘୋଷଣା କଲା ବେଳେ ଆସନ୍ତା ବର୍ଷ ଏହା ଖେଳାଯିବ ବୋଲି ବତାଇଛି ।
ଅକ୍ଟୋବର ୩ରୁ ୧୧ତାରିଖ ପାଇଁ ଡେନମାର୍କର ଆରହସ୍‌ ଠାରେ ଏହି ପ୍ରମୁଖ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟ ହେବାର ସ୍ଥିର ହୋଇଥିଲା । ଭାରତ ମଧ୍ୟ ନିଜ ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରିସାରିଥିଲା । ତେବେ ଇନେ୍ଦାନେସିଆ, ଦକ୍ଷିଣ କୋରିଆ, ଥାଇଲାନ୍ଦ, ଅଷ୍ଟ୍ରେଲିଆ, ଚାଇନିଜ୍‌ ତାଇପେ ଏବଂ ଆଲଜେରିଆ ମହାମାରୀ କାରଣରୁ ଓହରିଯିବା ପରେ ବିଶ୍ୱ ସଂଗଠନର ଜରୁରୀ ବୈଠକ ବସିଥିଲା । ଆମେ ନିଜ ଭିତରେ ଆଉ ଆୟୋଜକ ସଂଘ ସହ ଆଲୋଚନା କରିବା ପରେ ଥୋମାସ ଓଉବର କପ ଫାଇନାଲ ସ୍ଥଗିତ ରଖିବାକୁ ସ୍ଥିର କଲୁ ବୋଲି ମଙ୍ଗଳବାର ବିଶ୍ୱ ବ୍ୟାଡ଼ମିଣ୍ଟନ ସଂଘ ଘୋଷଣା କରିଛି । ଓହଯିବା ଦଳଙ୍କ ସ୍ଥାନରେ ସିଙ୍ଗାପୁର ଓ ହଂକଂକୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ବି ଅଗ୍ରାହ୍ୟ କରିଥିଲେ । ତା ସହ ଚୀନ ଓ ଜାପାନ ବି ଓହରିବାର ଚିନ୍ତା କରୁଥିବା ଚର୍ଚ୍ଚା ହେବା ପରେ ଏହି ପ୍ରତିଯୋଗିତାକୁ ଆସନ୍ତା ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*