ସ୍ତ୍ରୀ ଓଢ଼ଣିରେ ଫାଶୀ ଦେଇଦେଲେ ଓଏଫ୍‌ଏସ୍‌ ଅଫିିସର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ଓଏଫ୍‌ଏଏସ୍‌ ଅଫିସର ଚାକିରି ପାଇବା ପରେ ବନ୍ଧୁ ବାନ୍ଧବଙ୍କଠାରୁ ଆରମ୍ଭ କରି ପରିବାର ଲୋକେ ଖୁସି ମନାଇଥିଲେ । ଖାଲି ସେତିକି ନୁହେଁ ସମସ୍ତ ମିଠା ଖାଇବା ସହ ପଡୋଶୀମାନଙ୍କୁ ଘରକୁ ଡାକି ମିଠା ଖୁଆଇଥିଲେ ଓଏସ୍‌ଏସ୍‌ ଅଫିସର । ରବିବାର ରାତି ୭ଟା ସମୟରେ ସବୁ ଠିକ୍‌ଠାକ୍‌ ଥିଲା । କ’ଣ ଯେ ଘଟିଗଲା ହଠାତ୍‌ ସ୍ତ୍ରୀଙ୍କ ଓଢ଼ଣିକୁ ନେଇ ଫାଶୀ ଦେଇଦେଲେ ଓଏସ୍‌ଏସ୍‌ ଅଫିସର ଅଭିଳାଷ ସ୍ୱରୂପ ମହାପାତ୍ର । ଘଟଣା ଡୁମୁଡୁମା ଫେଜ୍‌-୪ ଅଞ୍ଚଳରେ ପ୍ରଚାରିତ ହେବା ପରେ ଲୋକେ ବିଶ୍ୱାସ କରିପାରିନଥିଲେ । ଅଭିଳାଷ ଏଭଳି କାମ କରିନଥିବ । ଗୁରୁତର ଅବସ୍ଥାରେ ଅଭିଳାଷଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଖନ୍ଦଗିରି ଥାନା ପୁଲିସ ପହଞ୍ଚô ମୃତଦେହକୁ ଜବତ କରି ଘଟଣାର ଛାନଭିନ୍‌ ଆରମ୍ଭ କରିିଛି । ଏନେଇ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ଓଏସ୍‌ଏସ୍‌ ଅଫିସ ଅଭିଳାଷ ସ୍ୱରୂପ ମହାପାତ୍ର କାହିଁକି ଆତ୍ମହତ୍ୟା କଲେ ସେ ନେଇ ଖୋଳତାଡ ଆରମ୍ଭ କରିଛନ୍ତି । ମୃତ ଅଭିଳାଷ ସ୍ୱରୂପ ମହାପାତ୍ରଙ୍କ ନିଜଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡରେ । ଦୀର୍ଘ ଦିନ ଧରି ଡୁମୁଡୁମାରେ ସ୍ତ୍ରୀ, ୫ ବର୍ଷର ଝିଅ ଓ ଦୁଇ ମାସର ପୁଅଙ୍କ ଧରି ରହୁଥିଲେ । ବାପା, ମା ନିଜ ଗାଁରେ ରହୁଥିଲେ । ସେହିଭଳି ମୃତ ଅଭିଳାଷଙ୍କ ସ୍ତ୍ରୀ ଏଗ୍ରିକଲଚର ବିଭାଗରେ ଚାକିରି କରିଛନ୍ତି ।
ଅଭିଳାଷଙ୍କ ମୃତୁ୍ୟକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ଅଭିଳାଷ ଆତ୍ମହତ୍ୟା କରିବା ପଛର ରହସ୍ୟ କ’ଣ । କାହିଁକି ସେ ଏତେବଡ ଚାକିରି ପାଇଥିଲେ ମଧ୍ୟ ଅଭିଳାଷ ଆତ୍ମହତ୍ୟା କଲେ । କ’ଣ ସ୍ତ୍ରୀଙ୍କ ସହ ଝଗଡା କରି ଏଭଳି ଚରମ ନିଷ୍ପତ୍ତି ନେଲେ କି? ସନ୍ଧ୍ୟା ୭ଟା ସମୟରେ ସ୍ତ୍ରୀ, ଝିଅ, ପୁଅ ଏବଂ ତଳ ଘରେ ଭଡାଟିଆମାନେ ଥିଲେ ମଧ୍ୟ କିପରି ଅଭିଳାଷ ଆତ୍ମହତ୍ୟା କରିଥିଲେ ? ଯଦି ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ ତା ହେଲେ ସ୍ତ୍ରୀ କାହିଁକି ତାଙ୍କୁ ବାରଣ କରିନଥିଲେ? ଅଭିଳାଷଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅନେକ ସସପେନ୍ସ ଲାଗି ରହିଥିବାବେଳେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି । ମୃତ ଅଭିଳାଷଙ୍କ ପନôୀଙ୍କୁ ପୁଲିସ ଜେରା କଲେ ପ୍ରକୃତ କାରଣ ଜଣାପଡିବ । ଅନ୍ୟ ପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି ।
ଅନ୍ୟ ପଟେ ପୁଅର ଆତ୍ମହତ୍ୟା ଘଟଣାକୁ ବାପା ପୂର୍ଣ୍ଣ ମହାପାତ୍ର ବିଶ୍ୱାସ କରିପାରୁ ନାହାନ୍ତି । କାନ୍ଦି କାନ୍ଦି ପୂର୍ଣ୍ଣ ନିର୍ଭୟ କହିଥିଲେ ଆଉ କ’ଣ କହିବି, କ’ଣ ବାକି ଅଛି ଯେ, କହିବି । ସବୁ ସରିଗଲା । ୧୫ ଦିନ ପୂର୍ବରୁ ମୋ ଘରକୁ ବଜ୍ରପାତ ମାରିଥିଲା । ମୋର ପାଣିଟାଙ୍କି ଫାଟିଯିବା ପରେ ମୁଁ ଜାଣି ପାରିଥିଲି ଯେ, ମୋ ଘରକୁ କୋ÷ଣସି ବିପଦ ଅଛି । ହେ ଭଗବାନ କାହିଁକି ମୁଁ ଥାଉ ଥାଉ ମୋ ପୁଅକୁ ନେଇଗଲ, ମୁଁ କି ଦୋଷ ତୁମର କରିଥିଲି । ମୋ ଆଖି ଆଗରେ ମୋ ପୁଅ ଚାଲିଯିବ ମୁଁ ବିଶ୍ୱାସ କରିପାରୁନାହିଁ । ମୋ ପୁଅ ଗୋଟିଏ ସୁନାମୁନ୍ଦା କହି କୋହଭରା କଣ୍ଠରେ ଏଭଳି ବୟାନ ଦେଇଥିଲେ ।
ସୂଚନରାଯୋଗ୍ୟ ଯେ, ଖନ୍ଦଗିରି ଥାନା ଡୁମୁଡୁମା ଫେଜ-୪ ଏଲ-ଆଇଭି-୩୭୩ରେ ପରିବାର ସହ ରହୁଥିଲେ ଅଭିଳାଷ ସ୍ୱରୂପ ମହାପାତ୍ର । ଅଭିଳାଷଙ୍କ ଗୋଟିଏ ୫ ବର୍ଷର ଝିଅ ଓ ୨ ମାସର ପୁଅ ଅଛନ୍ତି । ପନôୀ ସରକାରୀ ଚାକିରି କରିଥିବାବେଳେ ଅଭିଳାଷ ଓଏସ୍‌ଏସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଜୁଲାଇ ୧ ତାରିଖ ଦିନ ସେ ଓଏସ୍‌ଏସ୍‌ ଅଫିସର ଭାବେ କାର୍ଯ୍ୟ ଆରମ୍ଭ କରିଥାନ୍ତେ । ରବିବାର ଦିନ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝିଅର ହାତ କଟିଯିବାକୁ ନେଇ ପାଟିତୁନ୍ଦ ହୋଇଥିଲା । ଅପରାହ୍ନରେ ଅଭିଳାଷ ପନôୀଙ୍କ ଓଢ଼ଣିରେ ଫାଶୀ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଯାହାକୁ ନେଇ ପରିବାର ଲୋକେ ଭାଙ୍ଗିପଡିଥିଲେ । ମୃତ ଦେହକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଅଭିଳାଷଙ୍କ ମୃତଦେହକୁ ପରିବାର ଲୋକେ ପୁରୀରେ ଦାହ କରିଥିଲେ । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଘଟଣାର ଛାନ୍‌ଭିନ ଜାରି ରଖିଛି । ଅନ୍ୟପଟେ ଓଏସ୍‌ଏସ ଅଫିସର ଅଭିଳାଷଙ୍କ ମୃତୁ୍ୟକୁ ନେଇ ଅନେକ ସସ୍‌ପେନ୍ସ ଲାଗି ରହିଥିବାବେଳେ ପୁଲିସ ଘଟଣାର ଖୋଳତାଡ ଜାରି ରଖିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*