ସୌରିକ ଶିଶୁ ମହୋତ୍ସବ ଉଦଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ:ସୁକିନ୍ଦା/କାଳିଆପାଣି

ସୁକିନ୍ଦା ବ୍ଲକ ଅନ୍ତର୍ଗତ କୁହିକାଠାରେ ସୌରିକ ସମିତି ପକ୍ଷରୁ ସୌରିକ ଶିଶୁ ମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋତ୍ସବ ଦୁଧୁଯୋରୀ, କୁହିକା, ପିମ୍ପୁଡିଆ, କାଙ୍କଡପାଳ, ରାଁସୋଳ, ଚିଗୁଡିପାଳ, କାଳିଆପଣି, କଅଁସ ଆଦି ଗ୍ରାମ ପଞ୍ଚାୟତର ୧୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ମହୋତ୍ସବରେ ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦ୍ମାବତୀ ଜେନା, ୩୭ନଂ ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ପାତ୍ର, ୩୮ନଂ ଜିଲ୍ଲାପରିଷଦ ସଦସ୍ୟା ସ୍ୱର୍ଣ୍ଣପ୍ରଭା ମଲ୍ଲିକ, ସୁକିନ୍ଦା ରିଜିଅନ୍ କ୍ରୋମାଇଟ ଖଣି ମଜଦୁର ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧିର, ୩୭ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବିଦ୍ୟାଧର ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ ପ୍ରମୁଖ ନେହେରୁଙ୍କ ଫଟୋରେ ପୁଷ୍ପମାଲ୍ୟ ଦେବା ସହ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦଘାଟନ କରିଥିଲେ । ଏହାପରେ ମହାମାୟୀ ହାଇସ୍କୁଲ, ମହାଗିରି ହାଇସ୍କୁଲ, ପତିତ ପାବନ ହାଇସ୍କୁଲ, ଆଞ୍ଚଳିକ ହାଇସ୍କୁଲ, ଗ୍ରାମପଞ୍ଚାୟତ ହାଇସ୍କୁଲ, ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର, ଟିସ୍କୋ ଷ୍ଟୁଆର୍ଟ ସ୍କୁଲ, କାଳିଆପାଣି ହାଇସ୍କୁଲ ଓ ସୌରିକ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍ଥାନୀୟ ଲୋକନୃତ୍ୟକୁ ପ୍ରଦର୍ଶନ କରିଥିଲେ । ପରେ ନୃତ୍ୟ ସଂଗୀତ ସହ ବିଭିନ୍ନ ପ୍ରତିଯୋଗିତା ହୋଇଥିଲା । ଅପରାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଦସ୍ୟା ମନ୍ଦାକିନୀ କର ଏବଂ ରାଜ୍ୟ ମହିଳା ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ସୁକିନ୍ଦା ରାଜା ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*