ସୋସିଆଲ୍‌ ମିଡିଆରେ ରନ୍ଧାରୀ ମୋ ଟିକଟ ଫାଇନାଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ବାଚନ ସମୟରେ ସବୁ ଦଳ ପାଇଁ ବଡ଼ ସମସ୍ୟା ଥାଏ ପ୍ରାର୍ଥୀ ମନୋନୟନ । ଦୀର୍ଘବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ପାଇଁ ଏହି ସମସ୍ୟା ବଢିବାର କାରଣ ହେଉଛି ଟିକଟ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବା । ଆସନ ସଂଖ୍ୟା ୧୪୭ଥିଲା ବେଳେ ପ୍ରତି ବିଧାନସଭା ନିର୍ବାଚନ ପାଇଁ ୩ ରୁ ୪ ଆଶାୟୀ ପ୍ରାର୍ଥୀ ଏବଂ ଅଧିକ ଲବି କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଅନେକ ଦାଗି, ଚିଟ୍‌ଫନ୍ଦ ଠକେଇରେ ସାମିଲ ଥିବା ନେତାଙ୍କର ଟିକଟ କଟିବ ବୋଲି ଚର୍ଚ୍ଚା ହେଉଛି । ହେଲେ ଟିକଟ କାହାକୁ ମିଳିବ ତାହା ପରକଥା । ମାତ୍ର ସୋସିଆଲ ମିଡିଆରେ କାହାର ଟିକଟ କଟୁଛି, କାହାର ରହୁଛି ସେହି ବିଷୟ ଭାଇରାଲ ହେବାପରେ ବିଧାୟକମାନଙ୍କର ଚିନ୍ତା ବଢିବାରେ ଲାଗିଛି ଆଉ ଆଶାୟୀମାନେ ବି ମନେମନେ ଖୁସି ଅଛନ୍ତି । କିନ୍ତୁ କିଛି ବିଧାୟକ ଟିକଟ କଟିବା ନେଇ ଏବେ ଏତେ ଚିନ୍ତାରେ ଯେ, ସେମାନେ ମଧ୍ୟ ସେହି ସୋସିଆଲ ମିଡିଆରେ ସଫେଇ ଦେଇ କହିବା ଆରମ୍ଭ୍‌ କରିଦେଲେଣି ମୋ ଟିକଟ କଟୁନି, ମୋ ଟିକଟ ଫାଇନାଲ ।
ଦୁଇଦିନ ଧରି ସୋସିଆଲ ମିଡିଆରେ ଏକ ଅଡିଓ ଘୂରି ବୁଲୁଥିଲା । ଅଡିଓରେ ଥିଲା କଟିଯାଉଥିବା ବିଧାୟକଙ୍କ ନାମ ସବୁ । ଏହି ତାଲିକାରେ ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀଙ୍କ ନାମ ରହିଛି । ବର୍ତ୍ତମାନ ଏହି ଅଡିଓ ଭୁଲ୍‌ ବୋଲି ସଫେଇ ଦେବାକୁ ଆଗକୁ ଆସିଛନ୍ତି ରନ୍ଧାରୀ । ଏକ ହ୍ୱାଟ୍ସଅପ୍‌ ଗ୍ରୁପ୍‌ରେ ଏବେ ୧୧ଜଣ ପ୍ରାର୍ଥୀ ନିଶ୍ଚିତ ଟିକଟ ପାଉଛନ୍ତି ବୋଲି କୁହାଯାଇଛି । ଏହି ୧୧ଜଣଙ୍କ ନାମ ଉଲ୍ଲେଖ କରାଯାଇଛି । କୁହାଯାଇଛି ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି । ବଡ଼ କଥା ହେଉଛି ତାଲିକାର ୬ଷ୍ଠ ସ୍ଥାନରେ ଅଛି ମନୋହର ରନ୍ଧାରୀଙ୍କ ନାମ । ତେବେ ମଜାକଥା ହେଉଛି ଏହି ତାଲିକା ଘୁରୁଘୁରୁ ‘ନିର୍ଭୟ’ପାଖରେ ପହଞ୍ଚିଥିଲା ବେଳେ ଏହାକୁ ଯିଏ ଫରୱାର୍ଡ କରିଛନ୍ତି ସେ ହେଉଛନ୍ତି ନିଜେ ମନୋହର ରାନ୍ଧାରୀ । ଫରୱାର୍ଡ ମେସେଜର ଉପରେ ମୋବାଇଲ ନମ୍ବର ୯୪୩୭୩୧୩୬୮୦ଲେଖାଥିଲା ବେଳେ କଡ଼ରେ ଲେଖା ହୋଇଛି ଏମ୍‌ଏଲ୍‌ଏ । ଏହି ନମ୍ବରକୁ ଟ୍ରୁ କଲରରେ ପକାଇବା ପରେ ଜଣାପଡିଛି ଯେ, ନମ୍ବରଟି ହେଉଛି ମନୋହର ରାନ୍ଧାରୀଙ୍କର । ସେହିପରି ନବରଙ୍ଗପୁର ଜିଲାର ବିଧାୟକଙ୍କ ତଥ୍ୟାବଳୀରେ ମନୋହର ରାନ୍ଧାରୀଙ୍କ ନାମରେ ଏହି ମୋବାଇଲ ନମ୍ବର ରହିଥିବା ଜଣାପଡିଛି । ତେଣୁ ରାନ୍ଧାରୀ ସୋସିଆଲ ମିଡିଆରେ ଏହା ଉଲ୍ଲେଖ କରିବାକୁ ଚେଷ୍ଟା କରିଛନ୍ତି ଯେ, କାହାର କଟୁଛି କଟୁ, ହେଲେ ମୋ ଟିକଟ ଫାଇନାଲ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*