ସୋମବାରଠାରୁ ସଂସଦର ଶୀତକାଳୀନ ଅଧିବେଶନ ଆର୍ଥିକ ମାନ୍ଦାବସ୍ଥା, ନାଗରିକତା ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ନଭେମ୍ବର ୧୮ରୁ ଆରମ୍ଭ ହେବ, ଯାହାକି ଡିସେମ୍ବର ୧୩ ଯାଏ ଚାଲିବ । କେନ୍ଦ୍ର ସରକାର ଏହି ଅଧିବେଶନରେ ଅଣ ମୁସଲିମ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ପ୍ରଦାନ ଉଦେ୍ଦଶ୍ୟରେ ନାଗରିକତା(ସଂଶୋଧନ) ବିଲ୍‌ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ କରିବେ । ଏହାଛଡା ବିବାଦୀୟ ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସଂସଦର ଶୀତକାଳୀନ ଅଧିବେଶନ ଅନୁଷ୍ଠିତ ହେବାକୁ ଥିବାରୁ ଏହି ପ୍ରସଙ୍ଗରେ କିଛି ଗମ୍ଭୀର ଚର୍ଚ୍ଚା ହେବାର ମଧ୍ୟ ସମ୍ଭାବନା ଅଛି । ଏତଦବ୍ୟତୀତ ବିରୋଧୀ ଦଳ ମାନ୍ଦା ଅର୍ଥନୀତି ପାଇଁ ସରକାରଙ୍କୁ ଘେରିବେ ବୋଲି ସୂତ୍ରରୁ ପ୍ରକାଶ ।
ନାଗରିକତା ସଂଶୋଧନ ବିଲକୁ ସଂସଦରେ ପାରିତ କରିବା ସରକାରଙ୍କ ପାଇଁ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି । ଏହି ଆଇନ୍‌ରେ ସଂଶୋଧନ ସହ ସରକାର ବାଂଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ଥାନରୁ ଧାର୍ମିକ ବିଦ୍ୱେଷ ଏବଂ ନିର୍ଯାତନା ପାଇଁ ଭାରତରେ ଶରଣ ନେଇଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଏବଂ ପାର୍ସି ଭଳି ଅଣ ମୁସଲିମ ସଂପ୍ରଦାୟର ଲୋକଙ୍କୁ ସ୍ଥାୟୀ ନାଗରିକତା ପ୍ରଦାନ କରିବାକୁ ଚାହୁଁଛନ୍ତି । ଏହି ବିଲ୍‌ ମାଧ୍ୟମରେ ୧୨ ବର୍ଷ ବଦଳରେ ମାତ୍ର ୬ ବର୍ଷ ଭାରତରେ ବସବାସ କରୁଥିବା ଅଣ ମୁସଲିମ୍‌ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିପାରିବ । ମୋଦୀ ସରକାର ନିଜର ଗତ କାର୍ଯ୍ୟକାଳବେଳେ ମଧ୍ୟ ନାଗରିକତା ବିଲ୍‌କୁ ସଂସଦରେ ଉପସ୍ଥାପନ କରିଥିଲେ । ହେଲେ ବିରୋଧୀ ଦଳଙ୍କ ବିରୋଧ କାରଣରୁ ବିଲ୍‌କୁ ଆଗକୁ ନିଆଯାଇପାରିନଥିଲା । ସରକାର ଏହି ବିଲ୍‌ ଆଣି ଧର୍ମ ଆଧାରରେ ବୈଷମ୍ୟ କରୁଛନ୍ତି ବୋଲି ଦର୍ଶାଇ ବିରୋଧୀ ଦଳ ସମାଲୋଚନା କରିଥିଲେ । ବିଲ୍‌ଟି ଲୋକସଭାରେ ପାରିତ ହୋଇଯାଇଥିଲେ ମଧ୍ୟ ରାଜ୍ୟସଭାରେ ଗୃହୀତ ହୋଇପାରିନଥିଲା । ବିଲ୍‌କୁ ନେଇ ଆସାମ ଏବଂ ଅନ୍ୟ ପୂର୍ବ-ଉତ୍ତର ରାଜ୍ୟଗୁଡିକରେ ପ୍ରତିବାଦ କରାଯାଇଥିଲା ଏବଂ କିଛି ସ୍ଥାନରେ ଏହା ବିରୋଧରେ ଲୋକ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ତେଣୁ ଚଳିତ ଥର ଏହି ବିଲ୍‌କୁ ସଂସଦରେ ପାରିତ କରିବା ସରକାରଙ୍କ ପାଇଁ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ ।
ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ସାମିଲ
ସଂସଦର ଶୀତକାଳୀନ ଅଧିବେଶନକୁ ନେଇ ଲୋକସଭା ବାଚସ୍ପତି ଓମ ବିରଲା ଶନିବାର ସବୁ ଦଳର ନେତାଙ୍କ ସହ ବୈଠକ କରିଛନ୍ତି । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଜୋଶୀଙ୍କ ସହ ସବୁ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । କଂଗ୍ରେସ ପକ୍ଷରୁ ଅଧୀନ ରଞ୍ଜନ ଚୌଧୁରୀ, ଅପନା ଦଳର ଅନୁପ୍ରିୟା ପଟେଲ, ଲୋଜପାର ଚିରାଗ ପାଶ୍ୱାନ, ବିଜଦର ପିନାକୀ ମିଶ୍ର ପ୍ରମୁଖ ବୈଠକରେ ସାମିଲ ହୋଇଥିବା ଜଣାପଡିଛି । ଏହି ଅବସରରେ ସଂସଦର ଆଗାମୀ କାର୍ଯ୍ୟଧାରା ବିଷୟରେ ଚର୍ଚ୍ଚା ହୋଇଥିଲା । ବାଚସ୍ପତି ସବୁ ଦଳକୁ ଅଧିବେଶନକୁ ସୂଚାରୁ ରୂପେ ସଂପାଦନ ପାଇଁ ଆହ୍ୱାନ ଦେଇଥିଲେ । ଏହି ବୈଠକରେ ଏଆଇଏମଆଇଏମ ଅଧ୍ୟକ୍ଷ ଅସଦୁଦ୍ଦିନ ଓବେସୀ ଏବଂ ଶିବସେନା ପକ୍ଷରୁ ସଂଜୟ ରାଉତ ମଧ୍ୟ ସାମିଲ୍‌ ହୋଇଥିଲେ । ମହାରାଷ୍ଟ୍ରରେ ନିଜର ମୁଖ୍ୟମନ୍ତ୍ରୀ ବନାଇବା ଲାଗି ଏନଡିଏରୁ ଅଲଗା ହୋଇଥିବା ଶିବସେନା ଏବେ ବିରୋଧୀ ଦଳ ଭାବେ ସଂସଦରେ ବସିବ । ଏହି ଅଧିବେଶନରେ ହିଁ ଶିବସେନା ସାଂସଦ ସଂଜୟ ରାଉତ ଏବଂ ଅନୀଲ ଦେଶାଇଙ୍କ ବସିବା ସ୍ଥାନରେ ପରିବର୍ତ୍ତନ ହେବ ।
ଭାରତରେ ୬ ବର୍ଷ ବସବାସ
କରିଥିବା ଲୋକକୁ ମିଳିବ ନାଗରିକତା
ନାଗରିକତା ବିଲ୍‌ ମାଧ୍ୟମରେ ୧୯୫୫ ଆଇନରେ ସଂଶୋଧନ କରାଯିବ । ଏଥିରେ ୧୨ ବର୍ଷ ବଦଳରେ ୬ ବର୍ଷ ଭାରତରେ ବିତାଇବା ଶରଣାର୍ଥୀଙ୍କୁ ବିନା କାଗଜପତ୍ରରେ ମଧ୍ୟ ଭାରତୀୟ ନାଗରିକତା ମିଳିପାରିବ । ପୂର୍ବୋତ୍ତର ଅଞ୍ଚଳର ଲୋକେ ଯଦି ଏହି ବିଲ୍‌ ପାସ୍‌ ହେବ, ତେବେ କେଉଁ ଆଦିମ କାଳରୁ ରହିଆସିଥିବା ରାଜ୍ୟର ସାଂସ୍କୃତିକ, ଭାଷାଗତ ଏବଂ ପରମ୍ପରା ଲୋପ ପାଇବ । ଏହି ବିଲ୍‌ରେ ୨୦୧୪, ଡିସେମ୍ବର ୩୧ ପୂର୍ବରୁ ଆସିଥିବା ସମସ୍ତ ଲୋକଙ୍କୁ ନାଗରିକତା ପ୍ରଦାନ କରିବାକୁ ପ୍ରାବଧାନ ରହିଛି । ହେଲେ ଆସାମ ଚୁକ୍ତି ଅନୁସାରେ, ୧୯୭୧ ମସିହା ପୂର୍ବରୁ ଭାରତକୁ ଆସିଥିବା ଲୋକଙ୍କୁ ନାଗରିକତା ପ୍ରଦାନ କରିବାର ପ୍ରାବଧାନ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*