ସୋନିଆ-ରାହୁଲ ମାନିଲେ, ପ୍ରିୟଙ୍କାଙ୍କୁ ମନାଉଛନ୍ତି କଂଗ୍ରେସ କର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ରାଞ୍ଚି

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରୁ ଦୂରେଇ ରହୁଥିବା ବରିଷ୍ଠ ନେତାମାନଙ୍କୁ ମନାଇବା ପାଇଁ ଦଳର ଏକ କୋରଟିମ୍‌ ଜୋରସୋରରେ ଲାଗିପଡିଛି । ହରିଆନା ଏବଂ ମହାରାଷ୍ଟ୍ରର ଉଦାହରଣ ଦେଇ ଦଳ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ମନାଇବାରେ ଏହି କୋରଟିମ୍‌ ସଫଳ ହୋଇଥିଲା ବେଳେ ଏବେ ପ୍ରିୟଙ୍କା ଗାନ୍ଧୀଙ୍କୁ ବୁଝାଇବାରେ ଲାଗିଛନ୍ତି । କୁହାଯାଉଛି ଯେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାହୁଲ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସୋନିଆ ଝାଡ଼ଖଣ୍ଡ ଆସିବେ ।
ଏହି ତିନି ବରିଷ୍ଠ ନେତାଙ୍କୁ ମହାରାଷ୍ଟ୍ର ଏବଂ ହରିଆନା ସଫଳତାକୁ ଉଦାହରଣ ଦେଇ ଝାଡ଼ଖଣ୍ଡ ଆସିବାକୁ ଅନୁରୋଧ କରାଯାଉଛି । ଏଥିପାଇଁ ଦାୟିତ୍ୱ ଦିଆଯାଇଛି ପ୍ରଦେଶ କଂଗ୍ରେସ ପ୍ରଭାରୀ ଆରପି ସିଂଙ୍କୁ । ଆର୍‌ପି ଏହି ତିନି ନେତାଙ୍କୁ ଭରସା ଦେଇଛନ୍ତି ଯେ, ଯଦି ଗାନ୍ଧୀ ପରିବାରରୁ ସମସ୍ତେ ନିର୍ବାଚନ ସଭାରେ ଯୋଗଦିଅନ୍ତି ତେବେ ଏଠାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଅନ୍ୟପଟେ ଦଳର ପ୍ରାର୍ଥୀମାନଙ୍କର ଦକ୍ଷତା ତାଲିକା ମଧ୍ୟ ସୋନିଆଙ୍କୁ ପ୍ରଦାନ କରାଯାଇଛି । ଦଳୀୟ ସୂତ୍ରରୁ ଜଣାପଡିଛି ଯେ, ପ୍ରାର୍ଥୀ ତାଲିକାକୁ ନେଇ ସୋନିଆ ଖୁସି ଅଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*