ସୋନିଆ-ପାୱାରଙ୍କ ମଧ୍ୟରେ ବୈଠକ ବାତିଲ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଦିଲ୍ଲୀରେ ଶିବସେନା, ରାକପା-କଂଗ୍ରେସର ସହଯୋଗରେ ସରକାର ବନାଇବ ବୋଲି ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନେଇ କିଛି ସ୍ଥିର ହୋଇପାରିନି । ଶିବସେନାକୁ ସମର୍ଥନ ଦେବା ପ୍ରସଙ୍ଗରେ ରବିବାର ରାକପା ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମଧ୍ୟରେ ହେବାକୁ ଥିବା ବୈଠକ ବାତିଲ ହୋଇଯାଇଛି । କୁହାଯାଉଛି ଯେ ଏବେ ଏହି ବୈଠକ ସୋମବାର ହେବ । ସୋନିଆଙ୍କ ସହ ବୈଠକ ବାତିଲ୍‌ ହେବା ପରେ ପୁନେଠାରେ ରାକପାର କୋର କମିଟି ବୈଠକ ହୋଇଥିବା ଜଣାପଡିଛି । ବୈଠକରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଚର୍ଚ୍ଚା ହୋଇଥିବା ସୂତ୍ରରୁ ପ୍ରକାଶ । ସେହିପରି ସୋମବାର ସୋନିଆ ଗାନ୍ଧୀ ଏବଂ ଶରଦ ପାୱାରଙ୍କ ମଧ୍ୟରେ ବୈଠକ ପରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନ୍ତିମ ମୋହର ଲାଗିବ ବୋଲି ଚର୍ଚ୍ଚା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*