ସୋନାଲୀ ବେନ୍ଦ୍ରେଙ୍କ ଆଗରେ ହାର ମାନିଛି କ୍ୟାନସର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ବବଲିଉଡର ସୁନ୍ଦରୀ ଅଭିନେତ୍ରୀ ସୋନାଲୀ ବେନେ୍ଦ୍ର ନିଜ ଚମକôାର ଅଭିନୟ ପାଇଁଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ ସିନେମା ହେଉ କିମ୍ବା ସିଲିଏଲ ସବୁଥିରେ ତାଙ୍କ ଅଭିନୟକୁ ପ୍ରସଂଶା କରାଯାଇଛି । କିନ୍ତୁ କିଛି ଦିନ ତଳେ ସୋନାଲୀ ବେନେ୍ଦ୍ର କ୍ୟାନସର ଭଳି ରୋଗରେ ପୀଡିତ ଥିଲେ । ବର୍ତମାନ ସେ ହସ୍ପଟିଲାରରୁ ଚିକିତ୍ସିତ ହୋଇ ଫେରିଥିଲେ ମଧ୍ୟ ସେ ବର୍ତମାନ ସମ୍ପୂର୍ଣ୍ଣ ରୂପେ କ୍ୟାନସର ମୁକ୍ତ ନୁହଁନ୍ତି । ବର୍ତମାନ ସୋନାଲୀ ଏପରି ଦୁରାରୋଗରେ ପୀଡିତ ଲୋକମାନଙ୍କ ମନବଳ ଦୃଢ କରିବାରେ ଲାଗିଛନ୍ତି । ଖରାପ ସମୟରୁ ବାହାରିବା ପରେ ସୋନାଲୀଙ୍କ ବିଶ୍ୱାସ କମିନାହଁ । ନିକଟରେ ସେ ଏକ ଫୋଟ ସୁଟ କରାଇଥିଲେ ଯେଉଁଥିରେ ତାଙ୍କ ସର୍ଜରୀର କଟା ଦାଗ ସ୍ପଷ୍ଟ ଦେଖାଯାଉଛି ।
କ୍ୟାନସର କାରଣରୁ ସୋନାଲୀଙ୍କ ଲନ୍ଦା ହେବାକୁ ପଡିଥିଲା । ଗୋଟିଏ ବର୍ଷ ପର୍ଯ୍ୟନ୍ତ ତାଙ୍କ ଚିକିତ୍ସା ଆମେରିକାରେ ହୋଇଥିଲା । କେମୋଥେରୋପି କରିବା ପରେ ସେନାଲୀ ନିଜ ଘରକୁ ଫେରି ଆସିଛନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ ନିଜ କେଶ କାଟିବା ବିଷୟରେ କହିଥିଲେ । ସେ କହିଥିଲେ କି ବର୍ତମାନ ସେ ବିନା କେଶରେ ବାହାରକୁ ବାହାରିବାରେ ସହଜ ମନେକରୁଛନ୍ତି । ସେ ଆଉ ତାଙ୍କ କେଶକୁ ମନେ ପକାଉ ନାହିଁନ୍ତି । କିନ୍ତୁ ସେ ଆଗରୁ ତାଙ୍କ କେଶକୁ ବହୁତ ଭଲ ପାଉଥିଲେ ।
ସେ ପ୍ରଥମେ ତାଙ୍କୁ ମୁନ୍ଦ ଘୋଡାଇବା ବା ନକଲି କେଶ ବ୍ୟବହାର କରିବା କଥା ଭାବୁଥିଲେ, କିନ୍ତୁ ଏ ସବୁରେ ସେ ସୁନ୍ଦର ଦେଖାଯାଉ ନଥିଲେ । ସେ କହିଛନ୍ତି କି, ମୋତେ ଜଣାଥିଲା କି ଏସବୁ ମୋତେ ଦିନେ ନା ଦିନେ ସ୍ୱୀକାର କରିବାକୁ ପଡିବ, ତେବେ ଏବେଠୁ ଏ ସବୁର ଅଭ୍ୟାସ ରହିବା ଦରକାର । ଥରେ ଯେତବେଳେ ଲୋକ ମୋ ପ୍ରକୃତ ଫଟୋ ଦେଖିବେ , ତା’ ପରେ ସେମାନଙ୍କର ମଧ୍ୟ ଅଭ୍ୟାସ ହୋଇଯିବ । ସେଥିପାଇଁ ମୁଁ ମୋର ଲନ୍ଦା ମୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କଲି । ତା ପରେ ମୁଁ ବହୁତ ସହଜ ଅନୁଭବ କଲି ।
ସୋନାଲୀ କହିଛନ୍ତି କି, ସମସ୍ତଙ୍କ ଇଚ୍ଛା ଯେ, ସେମାନେ ସୁନ୍ଦର ଲାଗନ୍ତୁ କିନ୍ତୁ ମୋତେ ଏବେ ମୋର ଏହି ଚେହେରା ଆଉ ଅସୁନ୍ଦର ଲଗୁନାହିଁ । ବିନା କେଶରେ ମଧ୍ୟ ମୁଁ ସୁନ୍ଦର ଦେଖାଯାଉଛି । ସେଥିପାଇଁ ମୁଁ ଫଟୋସୁଟ କରି ସୋସିଆଲ ମିଡିଆରେ ଏହାକୁ ସେୟାର କରଛୁ । ମୋର ପ୍ରସଂଶକ ଜାଣନ୍ତୁ ଯେ, ମୁଁ ପ୍ରକୃତରେ କିପରି ଦିଶୁଛି । ସୋନାଲୀଙ୍କର ଏହି ସାହାସ ଓ ଦୃଢ ମନୋବଳ ଦେଖି ତାଙ୍କ ଫ୍ୟାନ ମାନେ ତାଙ୍କୁ ପ୍ରସଂଶା କରିବା ସହ ତାଙ୍କ ଫଟୋକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*