ସୋନଭଦ୍ର ର ‘ସୁନା ପାହାଡ଼’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ସୋନଭଦ୍ରରେ ସୁନାଖଣି ମିଳିବା ଏବଂ ୩ହଜାର ଟନ୍‌ ସୁନା ବାହାରିବା ଖବର ଖାଲି ଦେଶ ନୁହେଁ ବରଂ ବିଶ୍ୱରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଆମେରିକା ପ୍ରଶାସନ ମଧ୍ୟ ଏହି ଖବରକୁ ବଡ଼ ଗୁରୁତ୍ୱ ଦେଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୋନଭଦ୍ରର ଏହି ସୁନା ପାହାଡ ନେଇ ପଚରା ଉଚରା ଆରମ୍ଭ ହୋଇଥିଲା ବେଳେ ଜିଓଲୋଜିକାଲ ସର୍ଭେ ଅଫ୍‌ ଇନ୍ଦିଆ (ଜିଏସ୍‌ଆଇ) ପକ୍ଷରୁ ଏହା ଗୁଜବ ବୋଲି କୁହାଯାଇଛି । ଜିଏସ୍‌ଆଇ ପକ୍ଷରୁ କୁହାଯାଇଛି ଯେ, ଏଠାରେ ୩ ହଜାର ଟନ୍‌ ସୁନା ନୁହଁ ୧୬୦ କିଲୋ ସୁନା ଗଚ୍ଛିତ ଅଛି । ତେବେ ଭବିଷ୍ୟତରେ ଅଧିକ ସୁନାଖଣି ଏଠାରେ ମିଳିପାରେ ।
ସୋନଭଦ୍ରରେ ସୁନାଖଣିର ଅନ୍ୱେଷଣ ଦୀର୍ଘ ବର୍ଷରୁ କରାଯାଇ ଜିଏସ୍‌ଆଇ ପକ୍ଷରୁ ଖନନ କରାଯାଉଛି । ଏହି ସମୟରେ ଉତ୍ତରପ୍ରଦେଶରେ ଭୂତତ୍ୱ ଏବଂ ଖଣି ନିଦେ୍ର୍ଦଶାଳୟ ପକ୍ଷରୁ ଜାରି ରିପୋର୍ଟ ସମସ୍ତଙ୍କୁ ଚକିତ କରିଥିଲା । ସେମାନେ ସୋନଭଦ୍ରର ସୋନ ପାହାଡି ବ୍ଲକ୍‌ରେ ୨୯୪୩. ୨୬ ଟନ୍‌ ଏବଂ ହରଦି ବ୍ଲକ୍‌ରେ ୬୪୬.୧୫ କିଲୋଗ୍ରାମ ସ୍ୱର୍ଣ୍ଣଧାତୁ ମିଳିବାର ସୂଚନା ଦେଇଥିଲେ । ତେବେ ଜିଏସ୍‌ଆଇ ଏଭଳି ଦାବି କରିନାହିଁ ବୋଲି ଏହାର ନିଦେ୍ର୍ଦଶକ ଡ. ଜିଏସ୍‌ ତିୱାରି କହିଛନ୍ତି । ସେ କହିଛନ୍ତି ଯେ, ଜିଏସ୍‌ଆଇ ଗତ ୨୦ ବର୍ଷ ଧରି ଏହି ଅଞ୍ଚଳ ସର୍ଭେ କରୁଛି । ଆମେ ଏଠାରେ ସୁନା ଭନ୍ଦାର ଥିବା ମଧ୍ୟ କହିଥିଲୁ । ଆମେ ଯେଉଁ ରିପୋର୍ଟକୁ ରାଜ୍ୟ ଭୂତତ୍ୱ ଏବଂ ଖଣି ବିଭାଗକୁ ପଠାଇଥିଲୁ ସେହି ରିପୋର୍ଟ ଅନୁସାରେ ପାଖାପାଖି ୧୬୦ କିଲୋଗ୍ରାମ ସୁନା ବାହାରିବ । ଆମର ଏହି ଅନ୍ୱେଷଣ ଏବେ ବି ଜାରି ରହିଛି । ଏଥିପାଇଁ ନୂଆନୂଆ ବୈଷୟିକ ଜ୍ଞାନ କୌଶଳର ଉପଯୋଗ କରାଯାଉଛି । ଆଶା ସୋନଭଦ୍ରର ପାହାଡିଆ ଅଞ୍ଚଳରେ ଭଲ ସୁନା ମିଳିବ । କୌଣସି ସମ୍ଭାବନାକୁ ଆମେ ଏଡାଉ ନାହୁଁ ।
ସୋନଭଦ୍ର କାହାଣୀ : ସୋନଭଦ୍ରର ଯେଉଁ ସୁନା ପାହାଡକୁ ନେଇ ଏବେ ଚର୍ଚ୍ଚା ଜୋର ସେହି ପାହାଡ ସମ୍ପର୍କରେ ଜାଣିବା ମଧ୍ୟ ଜରୁରୀ । ସୋନଭଦ୍ର ଜିଲାରେ ‘ସୋ ମନ ସୋନା, କୋନା-କୋନା ’ କଥନି ବେଶ ପ୍ରଚଳିତ । ଆଉ ଏହାର ସିଧାସଳଖ ସମ୍ପର୍କ ରହିଛି ସୋନ ପାହାଡି ଏବଂ ଅଗୋରି କିଲ୍ଲା ସହ ।
ଜିଲାର ଚୋପନ ବିକାଶ ଖନ୍ଦର ଅଗୋରି ଗ୍ରାମର ଜଙ୍ଗଲର ଆଦିବାସୀ ରାଜା ବଲ ଶାହଙ୍କ ଅଗୋରି କିଲ୍ଲା ଆଦି ଜିନ୍ନସନ ଅବସ୍ଥାରେ ଅଛି । କିମ୍ବଦନ୍ତୀ ଅନୁସାରେ ଖ୍ରୀଷ୍ଟପୂର୍ବ ୭୧୧ରେ ଏଠାରେ ଆଦିବାସୀ ରାଜା ବଲ ଶାହଙ୍କ ଶାସନ ଥିଲା । ତାଙ୍କ ଉପରକୁ ଚନେ୍ଦଲ ଶାସକମାନେ ଆକ୍ରମଣ କରିଥିଲେ । ଏଥିରେ ପରାଜିତ ରାଜା ବଲ ଶାହା ନିଜର ସଂଚିତ ପୁଞ୍ଜି ଏକ ସୋ ମନ୍‌ (୪୦୦୦ କିଲୋଗ୍ରାମ) ସୁନା ନେଇ ସୈନିକଙ୍କ ସହ କିଲା ଛାଡି ଗୁପ୍ତ ରାସ୍ତାରେ କିଲା ଠାରୁ ୭ କିଲୋମିଟର ଦୂରରେ ଥିବା ରେଣୁନଦୀ ସଂଲଗ୍ନ ଜଙ୍ଗଲରେ ଲୁଚାଇ ରଖିଥିଲେ । ସେ ପାହାଡର ଭିନ୍ନଭିନ୍ନ ସ୍ଥାନରେ ଏହି ଖଜାନାଙ୍କୁ ପୋତିଥିଲେ ଏବଂ ନିଜେ ଏହି ପାହାଡରେ ଲୁଚି ଯାଇଥିଲେ । ପାହାଡରେ ସୁନା ଲୁଚାଯାଇ ରଖାଯାଇଥିବା ଘଟଣା କାରଣରୁ ଏହାକୁ ସୁନା ପାହାଡ ବୋଲି କୁହାଯାଏ । ଆଦିବାସୀ ସମାଜ ସହ ସମ୍ପର୍କ ରଖୁଥିବା ସାମାଜିକ କର୍ମକର୍ତ୍ତା ରାମେଶ୍ୱର ଗୋନ୍ଦ କୁହନ୍ତି ଯେ, ଯେତେବେଳେ ଚନେ୍ଦଲ ଶାସକମାନେ ରାଜା ବଲ ଶାହା ନିଜ ଖଜାନା ସହ ପାହାଡରେ ଲୁଚିଥିବାର ସୂଚନା ପାଇବେ ସେତେବେଳେ ସେମାନେ ଏହି ପାହଡ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ସେମାନେ ସୁନା ପାଇନଥିଲେ । ହେଲେ ଏକ ଗୁମ୍ଫାରେ ଲୁଚିଥିବା ବଲ ଶାହାଙ୍କୁ ଜଙ୍ଗଲୀ ପଶୁ ଖାଇଥିବାର ପ୍ରମାଣ ପାଇଥିଲେ । ପରେ ସେମାନେ ରାଣୀ ଜୁରୋହିଙ୍କୁ ଧରି ଜୁଗେଲ ଗ୍ରାମର ଜଙ୍ଗଲକୁ ଆଣି ସେଠାରେ ହତ୍ୟା କରିଥିଲେ । ଆଜି ବି ଏହି ଜଙ୍ଗଲରେ ରାଣୀଙ୍କ ନାମ ଅନୁସାରେ ଜୁରହି ଦେବୀ ମନ୍ଦିର ରହିଛି । ଲୋକେ ଏବେ ବି ବିଶ୍ୱାସ କରନ୍ତି ରାଜା ବଲ ଶାହାଙ୍କ ସେହି ୪୦୦୦ କିଲୋଗ୍ରାମର ସ୍ୱର୍ଣ୍ଣ ଆଭୂଷଣ, ମୁଦ୍ରା ଏହି ପାହାଡରେ ଅଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*