ସୋଆ ଏବଂ ଇସ୍ରୋ ପକ୍ଷରୁ ବିକ୍ରମ ସରାଭାଇ ଜନ୍ମ ଶତବାର୍ଷିକୀ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଯେତେବେଳେ ଆମେ ସାଟେଲାଇଟ୍ ମାଧ୍ୟମରେ ଘରେ ଘରେ ଟିଭି ଦେଖୁଛୁ କିମ୍ବା ସକାଳୁ ସକାଳୁ ବାତ୍ୟା ସମ୍ପର୍କିତ ସୂଚନା ପାଣିପାଗ ବିଭାଗ ଅଧିକାରୀଙ୍କ ପାଖରୁ ପାଉଛୁ ସେତେବେଳେ ଇସ୍ରୋକୁ ମନେ ପକାଇବାକୁ ପଡ଼ିବ । ଇସ୍ରୋର କାର୍ଯ୍ୟଧାରା ଏବଂ ସଫଳତାକୁ ପ୍ରଦର୍ଶନ କରିବା ପାଇଁ ଇସ୍ରୋର ପିତା ତଥା ପ୍ରାଣକର୍ତା ବୁଲାଉଥିବା ବିକ୍ରମ ଅମ୍ବାଲା ସରାଭାଇଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସଟି)ରେ ଚାରି ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ସୋଆ ଏବଂ ଶ୍ରୀହରିକୋଟାସ୍ଥିତ ସତୀଶ ଧବନ୍ ସ୍ପେସ୍ ସେଂଟର ସାର୍, ଇସ୍ରୋର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ସୋଆ ଠାରେ ଆୟୋଜିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ଏମ୍ପିବିର୍ଲା ପ୍ଲାନେଟରିୟମ୍ର ନିଦେ୍ର୍ଦଶକ ତଥା ବିଶିଷ୍ଟ ମହାକାଶ ବିଜ୍ଞାନୀ ପ୍ରଫେସର ଦେବପ୍ରସାଦ ଦୁଆରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସତୀଶ ଧବନ୍ ସ୍ପେସ୍ ସେଂଟର, ସାର, ଇସ୍ରୋର ନିଦେ୍ର୍ଦଶକ ଏ. ରାଜାରାଜନ୍, ବିକ୍ରମ ସରାଭାଇ ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମର ଅଧ୍ୟକ୍ଷ ଭି. କୁମ୍ବକର୍ନନ୍ ଏବଂ କାର୍ଯ୍ୟକ୍ରମର ଭୁବନେଶ୍ୱର ପରିଚାଳନା କମିଟିର ଅଧ୍ୟକ୍ଷ ଅଜିତ୍ କୁମାର ନାଥ ନିଜର ବକ୍ତବ୍ୟ ରଖିଥିଲେ । ସୋଆ କୁଳପତି ପ୍ରଫେସର ଅମିତ ବାନାର୍ଜୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ।
ପ୍ରଫେସର ସରାଭାଇଙ୍କ ସମ୍ପର୍କରେ ପ୍ରଫେସର ଦୁଆରି କହିଥିଲେ ସେ ଏଭଳି ଜଣେ ଦୁରଦୃଷ୍ଟି ସମ୍ପନ୍ନ ବୈଜ୍ଞାନିକ ଥିଲେ ଯିଏକି ନୂତନ ଭାରତର ଗଠନରେ ପ୍ରମୁଖ ଭୂମିକା ନେଇଥିଲେ । ସେ କହିଥିଲେ ଯେ ନାସା ବୈଜ୍ଞାନିକ ମାନଙ୍କଠାରୁ ଶୁଣିଛନ୍ତି ଯେ ଗତ ୭୦ ବର୍ଷ ଭିତରେ ବିଜ୍ଞାନ କ୍ଷେତ୍ରରେ ଭାରତ ଯେଉଁ ସଫଳତା ପାଇଛି ତାହା ଅନ୍ୟ ଦେଶ ସହିତ ତୂଳନା କରାଯାଇପାରିବ ନାହିଁ । ତେବେ ଏହାକୁ ଆଗକୁ ନେବାକୁ ହେଲେ ଛାତ୍ରଛାତ୍ରୀମାନଙ୍କୁ ଏହାର ଦାୟିତ୍ୱ ନେବାକୁ ପଡ଼ିବ ବୋଲି ପ୍ରଫେସର ଦୁଆରି କହିଥିଲେ ।
ପ୍ରଫେସର ରାଜାରାଜନ କହିଥିଲେ ଯେ ଇସ୍ରୋର ବୈଜ୍ଞାନିକମାନଙ୍କର ମହାକାଶ ଗବେଷଣା କାର୍ଯ୍ୟକ୍ରମ ଯୋଗୁଁ ହିଁ ବାତ୍ୟା ସମ୍ପର୍କିତ ଆଗୁଆ ସୂଚନା ସାଟେଲାଇଟ୍ ଯୋଗେ ମିଳି ପାରୁଛି ଏବଂ ଏହା ଦ୍ୱାରା ଅନେକ ଜୀବନ ରକ୍ଷା ପାଇପାରୁଛି ।
ଏହି ଚାରିଦିନିଆ କାର୍ଯ୍ୟକ୍ରମ ଅବସରରେ ବକ୍ତୃତା, ରଚନା, ଚିତ୍ରାଙ୍କନ, କୁଇଜ୍ ଏବଂ ଅଭିନବ ଡିଜାଇନ୍ ପ୍ରତିଯୋଗିତା ଆୟୋଜନ କରାଯାଇଛି । ଏକ ମୋବାଇଲ ବିଜ୍ଞାନ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*