ସୋଆର ମୁଖ୍ୟ ଲାଇବ୍ରେରିଆନ୍ଙ୍କୁ ପ୍ରୋକ୍ୱେଷ୍ଟ ତରଫରୁ ‘ଲାଇଫ୍ ଟାଇମ୍ ଆଚିଭ୍ମେଣ୍ଟ’ ସମ୍ମାନ ପ୍ରଦାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ପାଠାଗାର ଏବଂ ସୂଚନା ବିଜ୍ଞାନ ଓ ଶିଳ୍ପ କ୍ଷେତ୍ରରେ ଅବଦାନ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ମୁଖ୍ୟ ଲାଇବ୍ରେରିଆନ୍ ଡଃ ଡି.ବି. ରମେଶଙ୍କୁ ଲାଇଫ୍‌ ଟାଇମ୍ ଆଚିଭ୍ମେଣ୍ଟ ସମ୍ମାନ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମିଚିଗାନ୍ ସ୍ଥିତ ଗ୍ଲୋବାଲ୍ ଇନ୍ଫରମେସନ୍ କଣ୍ଟେଣ୍ଟ ଏବଂ ଟେକ୍ନୋଲୋଜି ଉପରେ ପର୍ଯ୍ୟବେସିତ କମ୍ପାନୀ ପ୍ରୋକ୍ୱେଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଡଃ ରମେଶ ତିନି ଦଶନ୍ଧି ଧରି ଭୁବନେଶ୍ୱର ସ୍ଥିତ ସିଏସ୍ଆଇଆର୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ମିନେରାଲ୍ସ ଆନ୍ଦ ମେଟେରିଆଲ୍ସ ଟେକ୍ନୋଲୋଜିରେ କାର୍ଯ୍ୟ କରିଥିବାବେଳେ ସେ ୟୁଏସ୍ଏର ପିଟ୍ସବର୍ଗ ସ୍ଥିତ କାର୍ନେଗି ମେଲନ୍ ବିଶ୍ୱବିଦ୍ୟାଳୟ (୧୯୯୨-୯୩)ରୁ ଫୁଲ୍ବ୍ରାଇଟ୍ ସ୍କଲାର ଉପାଧି ସମେତ ୟୁକେ ସ୍ଥିତ ବ୍ରିଟିଶ୍ କାଉନ୍ସିଲ୍ର ଭିଜିଟର୍ସ ପ୍ରୋଗ୍ରାମ ଏବଂ ସୋସାଇଟି ଫର୍ ଇନ୍ଫରମେସନ୍ ସାଇନ୍ସ ଫେଲୋସିପ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି ।
ପାଠଗାର ପରିଚାଳନା ଏବଂ କାର୍ଯ୍ୟରେ ତାଙ୍କର ୪୨ ବର୍ଷର ବୃତ୍ତିଗତ ଅଭିଜ୍ଞତା ରହିଛି । ସେ ୯ଟି ପୁସ୍ତକ ସମ୍ପାଦନ କରିଥିବା ବେଳେ ୪୫ଟି ଜର୍ନାଲ୍ରେ ୧୧୦ ଟି ପେପର୍ ପ୍ରକାଶିତ କରିଛନ୍ତି । ସେହିପରି ୬୫ ଭଲୁ୍ୟମ୍ ସେମିନାର୍ ପ୍ରୋସିଡିଙ୍ଗ୍ ମଧ୍ୟ ସମ୍ପାଦନ କରିଛନ୍ତି ।
ଉକ୍ରଳ ବିଶ୍ୱବିଦ୍ୟାଳୟର ପାଠଗାର ଏବଂ ସୂଚନା ବିଜ୍ଞାନ ବିଭାଗରେ ଡଃ ରମେଶଙ୍କ ତତ୍ୱାବଧାନରେ ୯ ଜଣ ପିଏଚ୍ଡି ଲାଭ କରିଥିବା ବେଳେ ୫ ଜଣ ପିଏଚ୍ଡି ସ୍କଲାର ବର୍ତ୍ତମାନ ତାଙ୍କ ତତ୍ତ୍ୱାବଧାନରେ ଗବେଷଣା ଚଳାଇଛନ୍ତି । ସେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଇଗ୍ନୁରେ ୨୦୦୫ରୁ ରିସୋର୍ସ ପର୍ସନ୍ ଭାବେ କାର୍ଯ୍ୟ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*