ସେୟାର ବଜାରରେ ସବୁଠୁ ବଡ଼ ହ୍ରାସ ନିବେଶକଙ୍କର ବୁଡ଼ିଲା ୧୪.୨୨ଲକ୍ଷ କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା କବଳରୁ ମୁକୁଳିପାରୁନାହିଁ ବଜାର । ଷ୍ଟକ ବଜାରରେ କରୋନା ପ୍ରଭାବ ଜବରଦସ୍ତ ଦେଖିବାକୁ ମିଳୁଛି । ସୋମବାର ସେନସେକ୍ସ ପାଖାପାଖି ୪ହଜାର ପଏଣ୍ଟ ହ୍ରାସ ହୋଇ ବନ୍ଦ ହୋଇଥିଲାବେଳେ ନିବେଶକ ହରାଇଛନ୍ତି ୧୪.୨୨ଲକ୍ଷ କୋଟି ଟଙ୍କା । କରୋନା ଭାଇରସ୍‌ କାରଣରୁ ସରକାରଙ୍କ ପକ୍ଷରୁ ଯେଉଁ ଲକଡାଉନ ଘୋଷଣା କରାଯାଇଛି ତାହାର ପ୍ରଭାବ ଦେଖିବାକୁ ମିଳୁଛି ବଜାରରେ ।
ସୋମବାର ସେନସେକ୍ସ ୩୯୩୪.୭୨ ପଏଣ୍ଟ ଅର୍ଥାତ୍‌ ୧୩.୧୫ ପ୍ରତିଶତ ହ୍ରାସ ପାଇ ୨୫,୯୮୧.୨୪ ପଏଣ୍ଟରେ ବନ୍ଦ ରହିଥିଲା । ସେହିପରି ନିଫ୍ଟି ୧୧୩୫.୨୦ପଏଣ୍ଟ ଅର୍ଥାତ୍‌ ୧୨.୯୮ପ୍ରତିଶତ ହ୍ରାସ ପାଇ ୭୬୧୦.୨୫ ପଏଣ୍ଟରେ ପହଞ୍ଚôଛି । ଏହା ସେୟାର ବଜାରରେ ଗୋଟିଏ ଦିନରେ ସବୁଠାରୁ ବଡ଼ ହ୍ରାସ ଅଟେ । ଏହି କାରଣରୁ ବିଏସଇରେ ତାଲିକାଭୁକ୍ତ ଥିବା କମ୍ପାନୀମାନଙ୍କର ବଜାର ପୁଞ୍ଜିକରଣ ୧୪,୨୨,୨୦୭.୦୧ କୋଟିରୁ ହ୍ରାସ ପାଇ ୧,୦୧,୮୬,୯୬୩.୨୮ କୋଟିରେ ପହଞ୍ଚô ଯାଇଛି । ସୋମବାର କାରବାର ଆରମ୍ଭରେ ସେୟାର ବଜାରରେ ୧୦ପ୍ରତିଶତରୁ ଅଧିକ ହ୍ରାସ ଦେଖିବାକୁ ମିଳିଥିଲା । ଯେଉଁ କାରଣରୁ ଲାଗିଥିଲା ଲୋଏର ସର୍କିଟ୍‌ । ୪୫ମିନିଟ୍‌ ପର୍ଯ୍ୟନ୍ତ ବଜାର କାରବାର ବନ୍ଦ କରିବାକୁ ପଡ଼ିଥିଲା । ସୋମବାରରେ ଦେଖାଦେଇଥିବା ଏହି ହ୍ରାସ ଦ୍ୱିତୀୟ ଥର ପାଇଁ ମାର୍ଚ୍ଚ ମାସରେ ଦେଖିବାକୁ ମିଳିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*