ସେୟାର ବଜାରରେ ବଡ ବୃଦ୍ଧି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ
ବ୍ୟାଙ୍କିଂ ତଥା ଅଟୋ ମୋବାଇଲ କମ୍ପାନୀଗୁଡ଼ିକ ସେୟାରରେ ବଡ ବୃଦ୍ଧି କାରଣରୁ ଗୁରୁବାର ସେୟାର ବଜାରରେ ଅଦିନିଆ ଦୀପାବଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ବମ୍ବେ ଷ୍ଟକ ସେନସେକ୍ସ ୪୫୩.୦୭ପଏଣ୍ଟ ବୃଦ୍ଧି ସହ ୩୯,୦୫୨.୦୬ ପଏଣ୍ଟରେ ବନ୍ଦ ରହିଥିଲା ବେଳେ ନିଫ୍ଟି ୧୨୨.୩୫ ପଏଣ୍ଟ ବୃଦ୍ଧି ସହ ୧୧,୫୮୬.୩୫ ପଏଣ୍ଟରେ ବନ୍ଦ ହୋଇଛି । ସେୟାର ବଜାର ବୃଦ୍ଧିର ଅନ୍ୟତମ କାରଣ ରହିଛି ୟେସ୍‌ ବ୍ୟାଙ୍କ ପ୍ରତି ମିତ୍ତଲ ଏବଂ ମୁଞ୍ଜାଲଙ୍କ ଆଗ୍ରହ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏହି ବ୍ୟାଙ୍କରେ ଟେଲିକମ୍‌ ବ୍ୟବସାୟୀ ସୁନୀଲ ମିତ୍ତଲ ଏବଂ ଅଟୋ ମୋବାଇଲ୍‌ ବ୍ୟବସାୟୀ ସୁନୀଲ ମୁଞ୍ଜାଲ ଅଂଶଧନ କ୍ରୟ କରିବାର ଆଗ୍ରହ ଦେଖାଉଥିବା ବଜାରକୁ ବେଶ୍‌ ଉତ୍ସାହିତ କରିଥିଲା । ହେଲେ ପରେ ମିତ୍ତଲ ଏହି ଖବରକୁ ଖନ୍ଦନ କରିଥିଲେ । ଅନ୍ୟ ପଟେ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟରେ ବୃଦ୍ଧି ମଧ୍ୟ ନିବେଶକଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିଲା । ସେହିପରି ଗୁରୁବାର ବି୍ରଟେନର ବଜାରରୁ ଆୟ କରୁଥିବା କମ୍ପାନୀମାନଙ୍କ ପ୍ରଦର୍ଶନ ଭଲ ରହିଥିଲା । ରିପୋର୍ଟ ଅନୁସାରେ ୟୁରୋପୀୟ ସଂଘ ତଥା ବି୍ରଟେନ ପକ୍ଷରୁ କୁହାଯାଇଛି ବ୍ରେଗ୍‌ଜିଟକୁ ନେଇ ଏକ ନୂଆ ରୂପରେଖ ପ୍ରସ୍ତୁତ ହେବ । ଏହି କାରଣରୁ ଟାଟା ମୋଟର୍ସର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*