ସେକ୍ସ କଣ୍ଢେଇ ପାଇଁ ଫାଇନ୍‌ ଦେଲା କ୍ଲବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସିଓଲ
ଦକ୍ଷିଣ କୋରିଆର କେ-ଲିଗ୍‌ ପ୍ରଥମ ଫୁଟବଲ ପ୍ରତିଯୋଗୀ ଭାବରେ କରୋନା କଟକଣା ସରିବା ପରେ ଆରମ୍ଭ ହୋଇଥିଲା । ହେଲେ ପ୍ରଥମରୁ ଦେଖା ଦେଇସାରିଛି ବିବାଦ । ଖାଲି ଷ୍ଟାଡିୟମକୁ ପୂର୍ଣ୍ଣ ଦେଖାଇବାକୁ ଏକ କ୍ଲବ ଏଫସି ସିଓଲ୍‌ ଗ୍ୟାଲେରୀରେ ବଡ଼ ବଡ଼ କଣ୍ଢେଇ ମାନ ବସାଇଥିଲା । ହେଲେ ସେଗୁଡ଼ିକ ସେକ୍ସ କଣ୍ଢେଇ ବୋଲି ଜଣାପଡିବାରୁ ଫ୍ୟାନମାନେ ତୀବ୍ର ବିରୋଧ କରିଥିଲେ ସୋସିଆଲ ମିଡିଆରେ । ଏବେ କେ-ଲିଗ୍‌ ଏହି କ୍ଳବ ଉପରେ ନିୟମ ଉଲ୍ଲଙ୍ଘନ କରିଥିବା କାରଣରୁ ୮୧,୫୦୦ ଆମେରିକୀୟ ଡଲାର ଫାଇନ୍‌ ଲଗାଇଛି । ଯେଉଁ କଣ୍ଢେଇ ସବୁ ବସାଯାଇଥିଲା, ତା’ ଭିତରୁ ୨୮ଟି ମହିଳା ଓ ୨ଟି ପୁରୁଷ କଣ୍ଢେଇ ଥିଲା । ଏଫସି ସିଓଲ ପୂର୍ବରୁ କ୍ଷମା ପ୍ରାର୍ଥନା କରିବା ସହ କଣ୍ଢେଇ ଯୋଗାଇଥିବା କମ୍ପାନୀ ଉପରେ ସବୁତକ ଦୋଷ ଲଦି ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*