ସୂର୍ଯ୍ୟ ମନ୍ଦିରରେ କର୍ମଚାରୀଙ୍କ ମନମାନି ଅଭିଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: କୋଣାର୍କ

ସୂର୍ଯ୍ୟ ମନ୍ଦିରର ଚତୁଃପାଶ୍ୱର୍ ଅଞ୍ଚଳର ରକ୍ଷଣାବେକ୍ଷଣ ଓ ମନ୍ଦିରରେ ଖୋଦେଇ ହୋଇଥିବା ବିଭିନ୍ନ ଜୀବନ୍ତ ମୂର୍ତ୍ତିଗୁଡିକର ସୁରକ୍ଷା ଓ ଯତ୍ନ ପାଇଁ ୨୦୦୪ ମସିହାରୁ କିଛି କୁଶଳୀ କର୍ମଚାରୀ ସ୍ଥାନୀୟ ଏଏସଆଇ ଦ୍ୱାରା ନିଯୁକ୍ତି ହୋଇଥିଲେ । ଏହି କର୍ମଚାରୀମାନଙ୍କୁ ଏଏସଆଇ ସେମାନଙ୍କ ପ୍ରାପ୍ୟ ମଧ୍ୟ ଦେଉଥିଲା । ଫଳରେ ଏହି କୁଶଳୀ କର୍ମଚାରୀମାନେ ୩୬୫ ଦିନରୁ ପ୍ରାୟ ୨୪୦ ଦିନ ମନ୍ଦିର ଭିତରେ ବିଭିନ୍ନ ପ୍ରକାର କାର୍ଯ୍ୟ ସମ୍ପାଦନ କରୁଥିଲେ । ଗତ କିଛି ଦିନ ହେଲା ଏଏସଆଇ ସୁପରିଟେନେ୍ଦଣ୍ଟଙ୍କ ଫୋରମ୍ୟାନ ଓ ଦଲାଲ ଚତୁର୍ଥ ଶ୍ରେଣୀ ଡିଜିଟାଲ ଝାଡୁଦାର କର୍ମଚାରୀଙ୍କ ହୀନଚକ୍ରାନ୍ତ ଯୋଗୁଁ ଏହି କୁଶଳୀ କର୍ମଚାରୀମାନଙ୍କୁ ଛଟେଇ କରିଦିଆଯାଇଛି । ଯାହା ଦ୍ୱାରା ସେମାନେ ବିଭିନ୍ନ ସମୟରେ ଆନେ୍ଦାଳନ କରି କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । କୋର୍ଟର ରାୟ ଅନୁସାରେ କିଛି କର୍ମଚାରୀ ଚାକିରି ପାଇଥିବା ବେଳେ ଅନ୍ୟମାନେ କାର୍ଯ୍ୟ ବନ୍ଦ ରଖିଲେ । ଜନୈକ ଠିକାଦାର ଶୁକ୍ରବାର ଦିନ ବାହାରୁ କିଛି ଅଣକୁଶଳୀ କାରିଗରଙ୍କୁ ଆଣି କୋଣାର୍କ ସୂର୍ଯ୍ୟ ମନ୍ଦିରର ପଏଣ୍ଟିଂ କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ବେଳେ ତାହାକୁ ଛଟେଇ କୁଶଳୀ କର୍ମଚାରୀମାନେ ବିରୋଧ କରିଥିଲେ । ଫଳରେ ଠିକାଦାର ଜଣକ କାର୍ଯ୍ୟକୁ ବନ୍ଦ ରଖିଥିଲେ । ସୂଚନାଥାଉ କି ସୂର୍ଯ୍ୟ ମନ୍ଦିରରେ ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯେ କି ଜଣେ ମନ୍ଦିରର ଅସ୍ଥାୟୀ ଡିଜିଟାଲ ସୁପର ଝାଡୁଦାର । ସେ କୌଣସି କାର୍ଯ୍ୟ ନକରି ନିଜକୁ ସର୍ବେସର୍ବା ମନେ କରି ମନ୍ଦିରର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କୁ ହାତ କରି ବିଭିନ୍ନ ଠିକା କାମ ମାନ ଦେଇ ସେଥିରୁ କମିଶନି ପାଉଥିବା ଏବଂ ଅଧିକାରୀମାନଙ୍କୁ କମିଶନି ଦେଉଥିବା କିଛି କର୍ମଚାରୀ ପ୍ରକାଶ କରିଛନ୍ତି । ଏହି ଝାଡୁଦାରଙ୍କୁ ଏଠାରୁ ତୁରନ୍ତ ହଟାଇବା ପାଇଁ ସେମାନେ ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*