ସୂର୍ଯ୍ୟମନ୍ଦିରରୁ ନବଗ୍ରହ ମନ୍ଦିରକୁ ପ୍ରବେଶ ପଥ ଖୋଲିବା ନେଇ ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କୋଣାର୍କ
ସୂର୍ଯ୍ୟ ମନ୍ଦିରଠାରୁ ନବଗ୍ରହକୁ ପ୍ରବେଶ ପଥ ଖୋଲିବା ଦାବିରେ କୋଣାର୍କ ସ୍ଥିତ ନବଗ୍ରହ ମନ୍ଦିରରେ ନବଗ୍ରହ ପୂଜକ ସଂଘ ଓ କୋଣାର୍କ ସୁରକ୍ଷା ସମିତି ମିଳିତ ଆନୂକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଏଏସଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଧର୍ମୀୟ ମାରଣା ନୀତିର ପ୍ରତିବାଦ କରି ଏହି ବୈଠକରେ ଆଲୋଚନା କରାଯାଇଥିଲା । ଦୀର୍ଘ ଦିନରୁ କୋଣାର୍କ ସୂର୍ଯ୍ୟମନ୍ଦିରରୁ ନବଗ୍ରହ ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ଯାତାୟତ ବ୍ୟବସ୍ଥା ପାଇଁ ରହିଥିବା ପ୍ରବେଶ ପଥକୁ ବନ୍ଦ କରି ଧର୍ମୀୟ ଭାବନା ପ୍ରତି କୁଠାରଘାତ କରିବା ଘଟଣାକୁ ପୂଜକ ସଂଘ ଓ ସୁରକ୍ଷା ସମିତି ପକ୍ଷରୁ ଦୃଢ ବିରୋଧ କରିଥିଲେ । ଆସନ୍ତା ୭ ଦିନ ମଧ୍ୟରେ ସୂର୍ଯ୍ୟମନ୍ଦିରରୁ ନବଗ୍ରହ ମନ୍ଦିରକୁ ପ୍ରବେଶ ପଥ ଖୋଲା ନଯାଏ ପୂଜକ ସଂଘ ପକ୍ଷରୁ ଆନେ୍ଦାଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘର ସଭାପତି ତ୍ରୀଲୋଚନ ପାଢୀ ପ୍ରକାଶ କରିଥିଲେ । କୋଣାର୍କ ସୁରକ୍ଷା ସମିତିର ଆବାହାକ ଭାଗୀରଥି ସ୍ୱାଇଁ ଏଏସଆଇ କର୍ତ୍ତୃପକ୍ଷଙ୍କ ସଂସ୍କୃତି ମାରଣା ନୀତିର ସମାଲୋଚନା କରିବା ସହ ଧର୍ମୀୟ ପରମ୍ପରା ଅନୁଯାୟୀ ସୂର୍ଯ୍ୟମନ୍ଦିରରୁ ନବଗ୍ରହ ମନ୍ଦିରକୁ ପ୍ରବେଶ ପଥ ଖୋଲା ନ ଗେଲେ ଆନେ୍ଦାଳନକୁ ତ୍ୱରାନ୍ୱିତ କରିବା ପାଇଁ ପଦେକ୍ଷପ ନିଆଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆସନ୍ତା ୨୭ ତାରିଖରେ ନବଗ୍ରହ ପୂଜକ ସଂଘ ଓ ସୁରକ୍ଷା ସମିତିର ୫ ଜଣିଆ ପ୍ରତିନିଧି ଦଳ ଏଏସଆଇ ଭୁବନେଶ୍ୱର ସର୍କଲ ସୁପରିଟେନ୍ଦଣ୍ଟ ଅରୁଣ କୁମାର ମଲ୍ଲିକଙ୍କ ସହ ଏ ବିଷୟରେ ଆଲୋଚନା କରାଯିବ । ଯଦି ସୂର୍ଯ୍ୟ ମନ୍ଦିରରୁ ନବଗ୍ରହ ମନ୍ଦିରକୁ ପ୍ରବେଶ ପଥ ଖୋଲିବା ଦାବି ପୂରଣ ନ ହୁଏ ତେବେ ପୂଜକ ସଂଘ ରାଜରାସ୍ତାକୁ ଓହ୍ଲାଇବା ସହ ଆଇନକୁ ହାତକୁ ନେବେ ବୋଲି ସଂଘର ସଭାପତି ଶ୍ରୀ ପାଢୀ ପ୍ରକାଶ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*