ସୁହାଣପୁର ପଞ୍ଚାୟତର ମୁଖ୍ୟରାସ୍ତା ଶୋଚନୀୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୟାହାଟ

କାକଟପୁର ବ୍ଲକ ଅଧିନସ୍ଥନ ନବଗଠିତ ସୁହାଣପୁର ପଞ୍ଚାୟତକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତ ଅବସ୍ଥା ଶୋଚନୀୟ ହୋଇପଡି ରହିଛି । ଦୀର୍ଘ୍ୟ ୧କିମି ଦୂରତା ବିଶିଷ୍ଟ ମାଟି କଚାରାସ୍ତାଥିବା ବେଳେ ଏହାରି ଉପରେ ପଞ୍ଚାୟତର ୫ହଜାରରୁ ଅଧିକ ଜନସାଧାରଣ ଯାତାୟତ ଲାଗି ସର୍ବଦା ନିର୍ଭର କରୁଥିବା ବେଳେ ବର୍ଷା ଦିନରେ ମାଟିରାସ୍ତା କାଦୁଅ ପାଲିଟ୍‌ ଯାଉଥିବାରୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏହି ପଞ୍ଚାୟତରେ ଅଧିକାଂଶ ପାନଚାଷୀ ଥିବା ବେଳେ ସାଇକେଲ ଗାଡିରେ ପାନ ବୋଝେଇ ଟୋକେଇ ଲଦିକରି ଏହି ରାସ୍ତା ଉପରେ ବର୍ଷାଦିନରେ ଯିବାକଷ୍ଟ ସାଧହେଉଥିବା ବେଳେ ବିଭିନ୍ନ ସମୟରେ ମାଟି ରାସ୍ତାରେ ଚକ ଖସି ଲୋକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଥାନ୍ତି । ଆପତ୍ତ କାଳିନ ଚିକିତ୍ସା ପାଞ୍ଚାୟତ ଲୋକମାନେ ୭ କିମି ଦୂରବର୍ତ୍ତୀ କାକଟପୁର ସ୍ୱାସ୍ଥ୍ୟ କେନ୍ଦ୍ରଉପରେ ନିର୍ଭର କରୁଥିବା ବେଳେ ମୁଖ୍ୟରାସ୍ତା କଂକ୍ରିଟ କରାଯାଇନଥିବାରୁ ବର୍ଷାଦିନରେ ଏହି ରାସ୍ତାରେ ଚକ ଖସୁଥିବାରୁ ଗାଡ଼ିଚାଳକମାନେ ଯିବା ଆସିବା ପାଇଁ ନିରାପଦ ମଣୁନାହାଁନ୍ତି । ଏଦିଗରେ କାକଟପୁର ବ୍ଳକ ବିଡ଼ିଓ ଦୃଷ୍ଟି ଦେବାକୁ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*