ସୁରକ୍ଷାବଳଙ୍କୁ ବଡ଼ ସଫଳତା : ଦୁର୍ଦ୍ଦାନ୍ତ ଆତଙ୍କୀ ହମିଦ ନିପାତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଶ୍ରୀନଗର

ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ଭାରତୀୟ ସୁରକ୍ଷାବଳଙ୍କୁ ମିଳିଛି ବଡ଼ ସଫଳତା । ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଜାକିର ମୂସାର ଉତ୍ତରାଧିକାରୀ ଭାବେ ଜଣାଶୁଣା ହମିଦ ଲେଲହାରୀ ନିହତ ହୋଇଛି । ଏବାବଦରେ ବୁଧବାର ସୂଚନା ଦେଇଛନ୍ତି ଜମ୍ମୁ ଓ କାଶ୍ମୀର ଡିଜିପି ଦିଲବାଗ୍‌ ସିଂ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅଲ-କାଏଦା ସହ ସମ୍ପୃକ୍ତ ଆତଙ୍କୀ ସଙ୍ଗଠନ ଅନ୍‌ସାର ଗଜବତ-ଉଲ-ହିନ୍ଦ (ଏଜିଏଚ୍‌)ର ମୁଖିଆ ଦୁର୍ଦ୍ଦାନ୍ତ ଆତଙ୍କୀ ଅବଦୁଲ ହମିଦ୍‌ ଲେଲହରୀ ମଙ୍ଗଳବାର ଦିନ ପୁଲିସ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଥିବା କଥା ପୁଲିସ ଡିଜିପି କହିଥିଲେ । ନାଭିଦ୍‌, ଜୁନୈଦ ଏବଂ ହମିଦ୍‌ ତିନିଜଣ ପୁଲୱାମାରେ ରହୁଥିଲେ ଏବଂ ଜୈସ୍‌ ଆତଙ୍କୀ ସଙ୍ଗଠନ ସହିତ ଜଡ଼ିତ ଥିଲେ । ରାଜ୍ୟରୁ ଗଜବତ-ଉଲ-ହିନ୍ଦର ସମସ୍ତ ଆତଙ୍କୀ ନିପାତ ହୋଇଥିଲେ ମଧ୍ୟ ଭବିଷ୍ୟତରେ ଏହି ସଂଗଠନ ପୁଣି ଗଢ଼ି ଉଠିବାର ସମ୍ଭାବନା ଥିବା ଜମ୍ମୁ ଓ କାଶ୍ମୀର ଡିଜିପି କହିଛନ୍ତି । ରାଜ୍ୟରୁ ଗଜବତ-ଉଲ-ହିନ୍ଦର ସମସ୍ତ ଆତଙ୍କୀ ନିପାତ ହୋଇଥିଲେ ମଧ୍ୟ ଭବିଷ୍ୟତରେ ଏହି ସଂଗଠନ ପୁଣି ଗଢ଼ି ଉଠିବାର ସମ୍ଭାବନା ଥିବା ଜମ୍ମୁ ଓ କାଶ୍ମୀର ଡିଜିପି କହିଛନ୍ତି ।
ସୂଚନା ଥାଉ ଯେ, ମଙ୍ଗଳବାର ଦକ୍ଷିଣ କାଶ୍ମୀରର ପୁଲୱାମାର ରାଜପୁରାରେ ଘଟିଥିବା ଏନ୍‌କାଉଣ୍ଟରେ ନିପାତ ୩ ଆତଙ୍କବାଦୀଙ୍କ ମଧ୍ୟରେ ହମିଦ ଲେଲହାରୀ ଅନ୍ୟତମ ଥିଲା । ନିହତ ହୋଇଥିବା ଅନ୍ୟ ଦୁଇ ଆତଙ୍କୀଙ୍କ ପରିଚୟ ନାଭିଦ୍‌ ଟାକ ଏବଂ ଜୁନୈଦ୍‌ ଭଟ୍ଟ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ୩ଟି ଏକେ-୪୭ ରାଇଫଲ ମଧ୍ୟ ଜବତ କରାଯାଇଛି । ଅଲ-କାଏଦା ସହ ସମ୍ପୃକ୍ତ ଅନ୍‌ସାର ଗଜବତ-ଉଲ-ହିନ୍ଦ ଚଳିତ ବର୍ଷ ମେ ମାସରେ ଜାକିର ମୂସା ନିହତ ହେବା ପରେ ୩୦ ବର୍ଷୀୟ ହମିଦ ଲେଲହାରୀକୁ ଜାକିର ସ୍ଥାନରେ ସ୍ଥାନୀୟ କମାନ୍ଦର ଭାବେ ନିଯୁକ୍ତି କରିଥିଲା । ୨୦୧୬ରେ ଲେଲହାରୀ ଆତଙ୍କବାଦୀ କାର୍ଯ୍ୟକଳାପରେ ସକ୍ରିୟ ହୋଇଥିଲା ।
ହମିଦ୍‌ ପୁଲୱାମା ଏବଂ ସୋପିୟାନ୍‌ରେ ପୁଲିସ୍‌ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣରେ ସାମିଲ ଥିଲା ।
ସୂଚନା ମୁତାବକ, ଇଦ୍‌ରେ ଜାରି ହୋଇଥିବା ଏକ ଭିଡିଓରେ ଅଲ-କାଏଦାର ସହଯୋଗୀ କହିଛି ଯେ, ହମୀଦ ଲେଲହାରୀକୁ ଜାକୀର ମୂସା ସ୍ଥାନରେ ସ୍ଥାନୀୟ କମାନ୍ଦର ଭାବେ ନିଯୁକ୍ତି କରାଯାଇଥିଲା । ଏଥିସହିତ ୫ ଜୁନ୍‌ରେ ଅନ୍‌ସାର ଗଜବତ-ଉଲ-ହିନ୍ଦ ପକ୍ଷରୁ ୧୨ ମିନିଟର ଏକ ଭିଡ଼ିଓ ଜାରି କରିଥିଲା, ଯେଉଁଥିରେ ଅବ୍‌ଦୁଲ ହମିଦ୍‌ ଲେଲହାରୀ, ଓରଫ ହାରୁନ ଅବାସକୁ ନିଜର ସ୍ଥାନୀୟ କମାନ୍ଦର ଭାବେ ଘୋଷଣା କରାଯାଇଥିଲା । ଅଲ-କାଏଦାର ପ୍ରବକ୍ତା ଅବୁ ଉବୈଦାର ଏକ ଅଡ଼ିଓ ବୟାନ୍‌ ମୁତାବକ, ଗାଜୀ ଇବ୍ରାହିମ୍‌ ଖାଲିଦକୁ ଡେପୁଟି କମାନ୍ଦର ନାମିତ କରାଯାଇଥିଲା । ଜାକିର ମୂସା ୨୭ ଜୁଲାଇ ୨୦୧୭ରୁ କାଶ୍ମୀରରେ ଅଲ-କାଏଦାର ଅନ୍‌ସାର ୟୁନିଟର ମୁଖ୍ୟ ଥିଲା । ଏହା ପୂର୍ବରୁ ୨୦୧୬ରେ ବୁର୍‌ହାନ ୱାନୀର ହତ୍ୟା ପରେ ହିଜ୍‌ବୁଲ ମୁଜାହିଦ୍ଦିନର ପ୍ରମୁଖ ଥିଲା । ସୂଚନା ଥାଉ ଯେ, ସୁରକ୍ଷାବଳ ମେ ୨୩ରେ ଦକ୍ଷିଣ କାଶ୍ମୀର ତ୍ରାଲର ଏକ ଗ୍ରାମରେ ହୋଇଥିବା ଏନ୍‌କାଉଣ୍ଟରରେ ଜାକିର ମୂସା ନିହତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*