‘ସୁବାର୍ତ୍ତା’ର ଷୋଡ଼ଶ ସ୍ୱନକ୍ଷତ୍ର ଉତ୍ସବ- ଅନୀଲଙ୍କୁ ସୁବାର୍ତ୍ତା ସମ୍ମାନ, ସଂଗ୍ରାମ କେଶରୀଙ୍କୁ ସୁଯୋଗ୍ୟ ଓଡିଆ ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ: ଭୁବନେଶ୍ୱର

ସମ୍ବାଦ ଓ ସାହିତ୍ୟର ସମ୍ପର୍କ ଯେପରି ଘନିଷ୍ଠ, ଠିକ୍ ସେହିପରି ଲକ୍ଷ୍ୟ ଏକ । ସମୂହ ହିତ ଯିଏ ସାଧନ କରେ ଯେ ସେ ହିଁ ସାହିତ୍ୟ । ସମୂହ ହିତକୁ ଯିଏ ସୁରକ୍ଷା ଦିଏ ତାହା ସମ୍ବାଦ । ସାହିତ୍ୟ ଓ ସମ୍ବାଦ ପରସ୍ପର ପରିପୂରକ ହେଲେ ସମୂହ ହିତ ଅଧିକ ସମୃଦ୍ଧ ହେବ ବୋଲି କହିଛନ୍ତି ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ । ସୁବାର୍ତ୍ତାର ଷୋଡ଼ଶ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି ।
ରାଜନୀତିଜ୍ଞ ଗଣେଶ୍ୱର ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ, ଆବେଗ ଓ ଅଙ୍ଗୀକାରବଦ୍ଧତା ଥିଲେ ସମ୍ବାଦ ବି ସାହିତ୍ୟ ହୋଇପାରେ । ବାଗ୍ମୀ ତଥା ସଂସ୍କୃତିବିତ ଡାକ୍ତରଂ କୃଷ୍ଣ କେଶବ ଷଡ଼ଙ୍ଗୀ କହିଲେ, ସାହିତ୍ୟ ଓ ସମ୍ବାଦ ଉଭୟ ବାର୍ତ୍ତା ଦିଏ । ଉଭୟ ସମ୍ବାଦ ଓ ସାହିତ୍ୟରେ ତଥ୍ୟ ଓ ସତ୍ୟ ଥାଏ । ସେହିପରି ସମ୍ବାଦପତ୍ର ପାଇଁ ସବୁଠୁ ବଡ଼ ଆହ୍ୱାନ ହେଉଛି ଉପଯୁକ୍ତ ଭାଷାର ବ୍ୟବହାର । ଭାଷାକୁ ବଞ୍ଚେଇବା ବି ସମ୍ବାଦର ପ୍ରମୁଖ କାମ ବୋଲି ସେ କହିଛନ୍ତି । ପ୍ରାରମ୍ଭରେ ସୁବାର୍ତ୍ତାର ସମ୍ପାଦକ ପ୍ରଦୁ୍ୟମ୍ନ ଶତପଥୀ ଅତିଥି ପରିଚୟ ଦେଇଥିଲେ ।
ଉତ୍ସବରେ ଅନୀଲ ଧୀରଙ୍କୁ ସୁବାର୍ତ୍ତା ଗୌରବ ସମ୍ମାନ, ସଂଗ୍ରାମ କେଶରୀ ପାଇକରାୟଙ୍କୁ ସୁଯୋଗ୍ୟ ଓଡ଼ିଆ ସମ୍ମାନ ସମେତ, ପ୍ରମୋଦ ସାମନ୍ତରାୟ, ବିଜୟ ପରିଡ଼ା, ସତ୍ୟନାରାୟଣ ରାଉତରାୟ, କାଶୀନାଥ ପାଣିଗ୍ରାହୀ, ପ୍ରଭାକର ମଙ୍ଗରାଜ, ସୀତାବଲ୍ଲଭ ମହାପାତ୍ର, ସଚ୍ଚିଦାନନ୍ଦ ପନ୍ଦା, ଅମରେଶ ବିଶ୍ୱାଳ, ପ୍ରସନ୍ନ କୁମାର ମିଶ୍ର, ବିହାରୀ ନାୟକ, ସୁନୀଲ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସାହୁ, କାମଦେବ ମହାପାତ୍ର, ବୁଦ୍ଧିମାନ ନାୟକ ଓ ସନ୍ତୋଷ କୁମାର ପନ୍ଦାଙ୍କୁ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ନାମରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କାମଦେବ ମହାପାତ୍ରଙ୍କ ପୁସ୍ତକ ‘ଆମ ସଂଗ୍ରାମୀ ସାଥି’, ଅମରେଶ ବିଶ୍ୱାଳଙ୍କ ‘ମୋ ମନର କଥା’, ସଂଗ୍ରାମ ମହାପାତ୍ରଙ୍କ ‘ଜୀବନର ରଙ୍ଗ’ ଏବଂ ଡ. ସୂର୍ଯ୍ୟ ମିଶ୍ରଙ୍କ ‘ଓଡ଼ିଶା ଇତିହାସର ବହ୍ନି ପୁରୁଷ, ଉକ୍ରଳ ରତ୍ନ, ମିଷ୍ଟର ଓଡ଼ିଶା’ ପୁସ୍ତକ ଲୋକାର୍ପିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*