ସୁପ୍ରିମକୋର୍ଟ ଦେଲେ ନିଷ୍ପତ୍ତି ମଧୁ କୋଡ଼ାଙ୍କ ନିର୍ବାଚନ ଲଢିବା ଆଶା ଶେଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ରାଞ୍ଚି
ଝାଡ଼ଖନ୍ଦର ପୂର୍ବ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କ ନିର୍ବାଚନ ଲଢିବା ଉପରେ ଲାଗିଛି ‘ସୁପ୍ରିମ’ ପ୍ରତିବଦ୍ଧକ । ସୁପ୍ରିମକୋର୍ଟ କୋଡ଼ାଙ୍କ ଆଦେବନ ଉପରେ ଶୁଣାଣି କରି ସ୍ପଷ୍ଟ କରିଦେଇଛନ୍ତି ଯେ, ଜନ ପ୍ରତିନିଧିତ୍ୱ ଆଇନ ଅନ୍ତର୍ଗତ ତାଙ୍କ ଅଯୋଗ୍ୟତା ଏବେ ବି ଜାରି ରହିଛି । ତାଙ୍କୁ କୌଣସି ପ୍ରକାର ଆଶ୍ୱସ୍ତି ଦିଆଯାଇପାରିବ ନାହିଁ । ତେଣୁ ସେ ନିର୍ବାଚନ ଲଢିପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ଏହି ସୁପି୍ରମ ନିଷ୍ପତ୍ତି ପରେ ମଧୁ କୋଡ଼ାଙ୍କ ବିଧାନସଭା ନିର୍ବାଚନ ଲଢିବା ଇଚ୍ଛା ଶେଷ ହୋଇଯାଇଛି ।
ଝାଡ଼ଖନ୍ଦର ଏକମାତ୍ର ସ୍ୱାଧୀନ ମୁଖ୍ୟମନ୍ତ୍ରୀ ରହିଥିବା ମଧୁ କୋଡ଼ା ଏବେ କଂଗ୍ରେସରେ ସାମିଲ ହୋଇସାରିଛନ୍ତି । ସେ ଦଳୀୟ ଟିକଟରେ ବିଧାନସଭା ନିର୍ବାଚନ ଲଢିବାକୁ ଚାହୁଁଥିଲେ । ତେଣୁ ସୁପ୍ରିମକୋର୍ଟରେ ଆବେଦନ ଦାଖଲ କରି ନିର୍ବାଚନ ଲଢିବାର ଅନୁମତି ମାଗିଥିଲେ । ମାତ୍ର କୋର୍ଟ ଏନେଇ ସିଧାସଳଖ ମନା କରିଦେଇଛନ୍ତି । ଏହା ପୂର୍ବରୁ ଝାଡ଼ଖନ୍ଦ ହାଇକୋର୍ଟ ପୂର୍ବ ମନ୍ତ୍ରୀ ରାଜା ପିଟର ଏବଂ ପୂର୍ବ ନକ୍ସଲ ନେତା କୁନ୍ଦନ ପାହନଙ୍କୁ ଏନ୍‌ଆଇଏର ବିଶେଷ ଅଦାଲତ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଅନୁମତି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*