ସୁନା ଦର ନେଇ ଭାରତୀୟ ଅସନ୍ତୁଷ୍ଟ ୩ମାସରେ ୩୦ପ୍ରତିଶତରୁ ଅଧିକ ହ୍ରାସ ପାଇଛି ଚାହିଦା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଆର୍ଥିକ ମାନ୍ଦାବସ୍ଥା ଏବଂ ଉଚ୍ଚମୂଲ୍ୟ କାରଣରୁ ଭାରତୀୟଙ୍କର ବେଶ୍‌ ପସନ୍ଦ ରହୁଥିବା ସୁନାକୁ ଏବେ ଭାରତୀୟମାନେ ଦୂରେଇବାରେ ଲାଗିଛନ୍ତି । ଜୁଲାଇ – ସେପ୍ଟେମ୍ବର ତ୍ରୟୋମାସରେ ସୁନାର ଚାହିଦାରେ ୩୨% ହ୍ରାସ ଘଟିଛି । ୱାର୍ଲ୍ଡ ଗୋଲ୍ଡ କାଉନସିଲ୍‌ ପକ୍ଷରୁ ଜାରି ରିପୋର୍ଟରେ ଦିଆଯାଇଛି ଏହି ସୂଚନା ।
ରିପୋର୍ଟ ଅନୁସାରେ ବଢୁଥିବା ସୁନା ଦର ନେଇ ଭାରତୀୟମାନେ ଅସନ୍ତୁଷ୍ଟ ଅଛନ୍ତି । ଯେଉଁ କାରଣରୁ ସେପ୍ଟେମ୍ବର ତ୍ରୟୋମାସରେ ସୁନାର ଚାହିଦା ହ୍ରାସ ପାଇ ୧୨୩.୯ଟନରେ ପହଞ୍ଚôଛି । ସେହିପରି ୨୦୧୯ବର୍ଷର ୯ମାସ ମଧ୍ୟରେ ଚାହିଦା ହ୍ରାସ ପାଇ ୪୯୬.୧୧ଟନ ରହିଛି । ଚାହିଦା ସହ ସୁନା ଆମଦାନୀ ପରିମାଣ ମଧ୍ୟ ହ୍ରାସ ଘଟିଛି । ୨୦୧୯ବର୍ଷର ତୃତୀୟ ତ୍ରୟୋମାସରେ ସୁନା ଆମଦାନୀ ୬୬%ହ୍ରାସ ପାଇ ୮୦.୫ଟନ୍‌ ରହିଛି । ସୂଚନା ଯୋଗ୍ୟ ଯେ, ଚୀନ ପରେ ଭାରତ ସୁନାର ସବୁଠୁ ବଡ ଉପଭୋକ୍ତା ଦେଶ ଅଟେ । ୱାର୍ଲ୍ଡ ଗୋଲ୍ଡ କାଉନସିଲ ଭାରତର ପ୍ରବନ୍ଧ ନିଦେ୍ର୍ଦଶକ ସୋମସୁନ୍ଦରମ୍‌ ପିଆର କହିଛନ୍ତି ଯେ, ଦୁଇଟି କାରଣରୁ ସୁନାର ଚାହିଦା ହ୍ରାସ ପାଇଛି । ପ୍ରଥମଟି ହେଉଛି ସୁନାର ବର୍ଦ୍ଧିତ ମୂଲ୍ୟ ଏବଂ ଦ୍ୱିତୀୟଟି ହେଉଛି ଆର୍ଥିକ ମାନ୍ଦାବସ୍ଥା । ଆର୍ଥିକ ମାନ୍ଦାବସ୍ଥା କାରଣରୁ ଉପଭୋକ୍ତାଙ୍କ କ୍ରୟ ମାନସିକତା ପ୍ରଭାବିତ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*