ସୁଟିଂ ବିଶ୍ୱକପ୍‌ ଯୋଗ୍ୟତା ରାଉଣ୍ଡରୁ ଆଉଟ୍‌ ହୋଇଗଲେ ମନୁ ଓ ହୀନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ସୁଟିଂ ବିଶ୍ୱକପ୍‌ରେ ବଡ଼ ସଫଳତାର ଆଶା ଯେଉଁ ଖେଳାଳିଙ୍କ ଉପରେ ଭାରତ ରଖିଥିଲା ସେମାନଙ୍କ ଭିତରୁ ଅନେକେ ସେଭଳି ପ୍ରଦର୍ଶନ କରିପାରି ନାହାଁନ୍ତି । ମହିଳା ବିଭାଗରେ ମନୁ ଭାକର ଏବଂ ହୀନା ସିଧୁଙ୍କ ଉପରେ ବିଶେଷ ଭାବରେ ରହିଥିଲା ନଜର । ତେବେ ମଙ୍ଗଳବାର ଦିନ ଏହି ଦୁଇଜଣ ଯାକ ଖେଳାଳି ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ମେଡାଲ ରାଉନ୍ଦକୁ ଯାଇପାରିନାହାଁନ୍ତି । କେବଳ ଏହି ଦୁଇଜଣ ନୁହଁନ୍ତି ୫୦ମିଟର ରାଇଫଲ ୩ ପୋଜିସନ୍‌ ଇଭେଣ୍ଟରେ ଭାରତର ଗାୟତ୍ରୀ ନିତ୍ୟାନନ୍ଦମ ଏବଂ ସୁନିଧି ଚୌହ୍ୱାନ ମଧ୍ୟ ମେଡାଲ ପର୍ଯ୍ୟାୟକୁ ଉର୍ଣ୍ଣିତ ହୋଇପାରିନାହାଁନ୍ତି । ଗତବର୍ଷ ଏକାଧିକ ଇଭେଣ୍ଟରେ ଅତ୍ୟନ୍ତ ଉଚ୍ଚମାନର ପ୍ରଦର୍ଶନ କରିଥିବା ୧୭ବର୍ଷିୟା ମନୁ ଭାକରଙ୍କ ପକ୍ଷରୁ ନିମ୍ନ ମାନର ପ୍ରଦର୍ଶନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୋଟ୍‌ ୫୭୩ ପଏଣ୍ଟ ହାସଲ କରି ସେ ୧୪ତମ ସ୍ଥାନରେ ରହିଥିଲେ । ଅନୁଭବି ହୀନା ସିଧୁ ଆହୁରି ଖରାପ କରି ୫୭୧ ପଏଣ୍ଟ ସହ ରହିଛନ୍ତି ୨୫ତମ ସ୍ଥାନରେ । ଭାରତର ଅନୁରାଧା ରହିଥିଲେ ୨୨ତମ ସ୍ଥାନରେ । ଏହି ଇଭେଣ୍ଟର ସ୍ୱର୍ଣ୍ଣପଦକ ହଙ୍ଗେରିର ଭେରୋନିକା ଜିତିଥିଲା ବେଳେ ତାଇପେର ଚିଆ ଏବଂ ଦକ୍ଷିଣକୋରିଆର ବୋମି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଛନ୍ତି । ୫୦ମିଟର ମହିଳା ରାଇଫଲ ପୋଜିସନ୍‌ ଇଭେଣ୍ଟରେ ଗାୟତ୍ରୀ ୩୬ତମ ଏବଂ ସୁନିଧି ୪୯ତମ ସ୍ଥାନରେ ରହିଥିଲେ । ଫଳରେ ଦୁଇଟି ଯାକ ଇଭେଣ୍ଟରେ ଭାରତ ଅଲିମ୍ପିକ୍‌ କୋଟା ପାଇବାର ଯେଉଁ ଆଶା କରିଥିଲା ତାହା କିନ୍ତୁ ସମ୍ଭବ ହୋଇପାରିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*